Odisha news

ଫୁଲବାଣୀ : “ସ୍ୱାତୀ”ର ପ୍ରତିଷ୍ଠା ଦିବସରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର, ୩୧ ୟୁନିଟ୍ ରକ୍ତ ସଂଗୃହିତ

0

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀର ୨୨ତମ ପ୍ରତିଷ୍ଠା ଦିବସରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଫିରିଙ୍ଗିଆ ବ୍ଳକ ଅନ୍ତର୍ଗତ ବନ୍ଧଗଡରେ ଥିବା ଅନୁଷ୍ଠାନର କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ କାର୍ଯ୍ୟକ୍ରମରେ ଫିରିଙ୍ଗିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଶ୍ମୀରଞ୍ଜନ ମହାନ୍ତି ମୁଖ୍ୟଅତିଥି ରୂପେ ଯୋଗଦାନ କରି ଶିବିରର ଉଦ୍ଘାଟନ କରିବା ସଂଗେ ସଂଗେ ନିଜେ ମଧ୍ୟ ରକ୍ତଦାନ କରିଥିଲେ । ଏହି ଶିବିରରେ ମୋଟ ୩୧ ୟୁନିଟ୍ ରକ୍ତ ସଂଗୃହିତ ହୋଇଛି  ।

ଫୁଲବାଣୀ ରକ୍ତ ଭଣ୍ଡାର ଅଧିକାର ଡାକ୍ତର ଜୟଦୀପ ଘୋଷଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି ଶିବିରରେ ରକ୍ତଦାନ କରିଥିବା ରକ୍ତାଦାତାମାନଙ୍କ ମଧ୍ୟରୁ ଅଧିକାଂଶ ଥିଲେ ନୂତନ ରକ୍ତଦାତା । ଅନ୍ୟମାନଙ୍କ ମଧ୍ୟରେ ରକ୍ତଭଣ୍ଡାରର ଟେକ୍ନିସିଆନ୍ ତୁଷାରକାନ୍ତ ପ୍ରଧାନ, ଦିନକୃଷ୍ଣ ମହାନ୍ତ, ସୁଜିତ କୁମାର ସାହୁ, ବରୁଣ ବେହେରା, କନ୍ଧମାର ବିଶିଷ୍ଟ ରକ୍ତଦାତା ଓ ସ୍ୱେଚ୍ଛାସେବୀ ପ୍ରଶାନ୍ତ କୁମାର ବେହେରା ଓ ଭି.ଲୋକନାଥ ରାଜୁ ପ୍ରମୁଖ ରକ୍ତଦାନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ସ୍ୱାତୀର ସଂପାଦକ ଇଂ. ହରିଶଙ୍କର ରାଉତ ଓ ସ୍ୱାତୀର କର୍ମୀ ପ୍ରଦୀପ କୁମାର ସ୍ୱାଇଁଙ୍କ ସମେତ ଅନୁଷ୍ଠାନର ଅନେକ କର୍ମଚାରୀ ଓ ସ୍ୱେଛାସେବୀ ମାନେ ରକ୍ତଦାନ କରିଛନ୍ତି । କର୍ମଚାରୀ ଅଶୋକ କୁମାର ତି୍ରପାଠୀ, ସର୍ବେଶ୍ୱର ସାହୁ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।ଆଜିର ଏହି ଶିବିରରେ ମୋଟ ୩୧ ଜଣ ସ୍ୱେଛାକୃତ ଭାବରେ ରକ୍ତଦାନ କରିଥିଲେ ।

ସ୍ୱାତୀ ଅନୁଷ୍ଠାନ ୧୯୯୯ ମସିହାରୁ ପ୍ରତିଷ୍ଠିତ ହୋଇ କନ୍ଧମାଳରେ ବହୁ ଉନ୍ନତି ମୂଳକ କାର୍ଯ୍ୟକ୍ରମମାନ ପରିଚାଳନା କରିଛି । ଟିକାବାଲି ବ୍ଳକ ଅନ୍ତର୍ଗତ ମାଲେରିମାହା ଗ୍ରାମରୁ କିଛି ସମ୍ମଭାବାପନ୍ନ ଯୁବ ଗୋଷ୍ଠୀଙ୍କ ଉଦ୍ୟମରେ ଆରମ୍ଭ ହୋଇଥିବା ଏହି ଅନୁଷ୍ଠାନ ଆଜି କନ୍ଧମାଳ, ବଉଦ ଓ ଗଞ୍ଜାମ ଜିଲ୍ଳା ସମେତ ଭୁବନେଶ୍ୱର ମହାନଗର ନିଗମରେ ମଧ୍ୟ ଏହାର ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ଜାରୀ ରଖିବା ସହ ବହୁ ହିତାଧିକାରୀଙ୍କ ଉନ୍ନତି କରିପାରିଛି । ଏହି ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଫିରିଙ୍ଗିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସ୍ୱାତୀର ସଫଳତାକୁ ଭୂୟସୀ ପ୍ରଶଂସା କରିବା ସହ ଏହାର କର୍ମୀମାନଙ୍କୁ ମଧ୍ୟ ପ୍ରଶଂସା କରିଥିଲେ । ସ୍ୱାତୀର ଏହି ସଫଳତା ପଛରେ ଏହାର କର୍ମକର୍ତା, ଅନୁଦାନକାରୀ ସଂସ୍ଥା, ଗଣମାଧ୍ୟମ ଓ ଶୁଭେଚ୍ଛୁମାନଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।

 

Leave A Reply