Odisha news

ବେତନଟୀ : ମିଠା ଦୋକାନକୁ ସିଲ କଲେ ବଡସାହି ତହସିଲଦାର , ଯାଞ୍ଚ ବେଳେ ଦୋକାନରେ ଥିଲେ ପଶ୍ଚିମବଙ୍ଗ କାରିଗର

0

ବେତନଟୀ  : ଆଜି ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ମାଣତ୍ରୀରେ ଥିବା ପ୍ରତିମା କୋଲକତା ସୁଇଟସକୁ ବଡସାହି ତହସିଲଦାର ତଥା ବଡସାହି ଇଭେଣ୍ଟ କମାଣ୍ଡର ମମତାଜ ମହାରଣା ସିଲ କରିଛନ୍ତି । ଜିଲ୍ଲା ପ୍ରଶାସନ ଓ ବାରିପଦା ଉପଜିଲ୍ଲାପାଳଙ୍କ ନିଦେ୍ର୍ଦଶକ୍ରମେ ଏହି ଦୋକାନଟିକୁ ସିଲ କରା ଯାଇ ଥିବାର ଜଣା ପଡିଛି । ଦୋକାନକୁ ବନ୍ଦ କରିବା ସହିତ ଦୋକାନ ଉପରେ ତହସିଲଦାର ନୋଟିସ ଲଗାଇଛନ୍ତି ।

ତହସିଲଦାର ମମତାଜ ଅତିରିକ୍ତ ତହସିଲଦାର ପୃଥିରାଜ ପରିଡା, ରାଜସ୍ୱ ସୁପରଭାଇଜର ନରହରି ଦାସ, ରାଜସ୍ୱ ନିରୀକ୍ଷକ ଅରୁଣ କୁମାର ମହାଳିକ, ଅତିରିକ୍ତ ରାଜସ୍ୱ ନିରୀକ୍ଷକ ସୁଜିତ କୁମାର କାଣ୍ଡ ପ୍ରମୁଖ ଏଠାରେ ପହଞ୍ଚି ଥିଲେ ଓ ଦୋକାନଟିକୁ ସିଲ କରି ଥିଲେ । ତେବେ ତହସିଲଦାର ଓ ତହସିଲ କର୍ମଚାରୀ ମାନଙ୍କୁ ଦୋକାନଟିକୁ ସିଲ ନକରିବାକୁ ଜନୈକ ଗଣମାଧ୍ୟମ ପ୍ରତିନିଧି ଚାପ ପକାଇ ଥିଲେ । ହେଲେ ତହସିଲଦାର ମମତାଜ ଲୋକଙ୍କ ସ୍ୱାର୍ଥ ଓ ସ୍ୱାସ୍ଥ୍ୟ ସହିତ କୌଣସି ପ୍ରକାର ସମଝୋତା କରି ହେବ ନାହିଁ ବୋଲି ରୋକଠୋକ ମନା କରି ଦେଇ ଥିବାର ଜଣା ପଡିଛି ।

ତହସିଲଦାରଙ୍କୁ ଏହି ଦୋକାନରେ କରୋନା ପ୍ରବଣ ପଶ୍ଚିମବଙ୍ଗରୁ ଲୋକେ ଆସି ରହି ଥିବାର ଖବର ମିଳି ଥିଲା । ଏହି ଲୋକମାନେ ପଶ୍ଚିମବଙ୍ଗରୁ ଆସି ଥିବା ବେଳେ ମାଣତ୍ରୀର ଜନୈକ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଚାପରେ ସଙ୍ଗରୋଧରେ ରହି ନଥିବାର ଜଣା ପଡିଛି । ଏହି ଲୋକ ମାନେ ମାଣତ୍ରୀ ମାର୍କେଟରେ ଅବାଧ ବୁଲାବୁଲି କରିବା ସହିତ ଗ୍ରାହକ ମାନଙ୍କ ସଂସ୍ପର୍ଶରେ ଆସି ଥିବାର ଜଣା ପଡିଛି । ଏହି ଦୋକାନକୁ ସାମଗ୍ରୀ ଯୋଗାଉ ଥିବା, କ୍ଷୀର ଯୋଗାଉ ଥିବା, ଛେନା ଯୋଗାଉ ଥିବା ଓ ଅନ୍ୟାନ କଞ୍ଚାମାଲ ଯୋଗାଉ ଥିବା ବ୍ୟକ୍ତି ମାନଙ୍କ ସହିତ ଏମାନେ ମିଳାମିଶା କରିଛନ୍ତି ଓ ସଂସ୍ପର୍ଶରେ ଆସି ଥିବାର ସୂଚନା ମିଳୁଛି ।

ତେବେ ପଶ୍ଚିମବଙ୍ଗ ଫେରନ୍ତା ଉପରେ ରାଜ୍ୟ ପ୍ରଶାସନ କଡା ନଜର ରଖିଛି । ସଂପ୍ରତି ଓଡିଶାରେ ବାହାରୁ ଥିବା କରୋନା ପଜିଟିଭ ଗୁଡିକ ମଧ୍ୟରେ ପଶ୍ଚିମବଙ୍ଗ ଫେରନ୍ତାଙ୍କ ସଂଖ୍ୟା ମାତ୍ରାଧିକ ହୋଇ ଥିବା ବେଳେ ଏମାନେ ମାଣତ୍ରୀରେ ରହି ଅବାଧ ବ୍ୟବସାୟ ଚଳାଇ ଥିଲେ କେମିତି ବୋଲି ଏବେ ପ୍ରଶ୍ନ ଉଠିଛି । ଏହି ଦୋକାନ ସିଲ ହେବା ଓ ଏଥିରେ ପଶ୍ଚିମବଙ୍ଗର ଲୋକମାନେ ଥିବା ଖବର ପ୍ରଚାର ହେବା ପରେ ମାଣତ୍ରୀରେ ଏବେ କୋକୁଆ ଭୟ ଖେଳି ଯାଇଛି । ଏହି ଲୋକମାନଙ୍କୁ ବିନା ସଂଗରୋଧରେ ଏପରି ମାର୍କେଟକୁ ଛଡା ଗଲା କେମିତି ବୋଲି ଏବେ ସାଧାରଣରେ ପ୍ରଶ୍ନ ଉଠିଛି । ମାଣତ୍ରୀର ଲୋକ ମାନଙ୍କ ଜୀବନକୁ ଏପରି ବିପନ୍ନ କରିବାକୁ ପ୍ରୟାସ କରା ଯାଉଛି ବୋଲି ସାଧାରଣରେ ମତ ପ୍ରକାଶ ପାଉଛି । ଏବେ ରଥ ଯାତ୍ରା ଥିବାରୁ ବହୁ ଲୋକ, ଝିଅ, ଝିଆଣି, ବନ୍ଧୁବାନ୍ଧବ ଏହି ରାସ୍ତା ଦେଇ ଯିବା ଆସିବା କରୁଛନ୍ତି । ଅଧିକାଂଶ ଲୋକ ଏଠାରୁ ମିଠା ଓ ଜଳଖିଆ କିଣି ଯାଉ ଥିବାର ସୂଚନା ମିଳୁଛି । ଏହି ଭାସମାନ ଗ୍ରାହକ ମାନଙ୍କ ପ୍ରତି ମଧ୍ୟ ବିପଦ ରହି ଥିବାର ଜଣା ପଡିଛି ।

ଅନ୍ୟ ପକ୍ଷରେ ଏମାନଙ୍କ ମଧ୍ୟରୁ କେତେକଙ୍କୁ ମୁନା ନନା ପଶ୍ଚିମବଙ୍ଗରୁ ଆଣି ଥିଲେ ବୋଲି ସୂଚନା ମିଳିଛି । ମୁନା ନନା ଜଣକ କିଏ ? ପଶ୍ଚିମବଙ୍ଗରୁ ଆଣିବା ବେଳେ ଦୀର୍ଘ ୭-୮ ଘଣ୍ଟା ଧରି ବଙ୍ଗୀୟ ଲୋକ ମାନଙ୍କ ସହିତ ଆସିବା ପରେ ତାଙ୍କୁ ମଧ୍ୟ ସଙ୍ଗରୋଧରେ ରଖା ଯିବା କଥା ତାହା ମଧ୍ୟ ହୋଇ ନଥିବାର ଜଣା ପଡିଛି । ବ୍ୟବହୃତ କାରଟି କେଉଁଠି ଅଛି, ତାକୁ ବିଶୋଧନ କରା ଯାଇଛି ନା ନାହିଁ ତାହା ମଧ୍ୟ ତଦନ୍ତ ସାପେକ୍ଷ ବୋଲି କୁହା ଯାଉଛି । ଘଟଣା ସମ୍ପର୍କରେ ଗଣମାଧ୍ୟମ ପ୍ରତିନିଧି ମାନେ ମାଣତ୍ରୀ ସରପଞ୍ଚ ମହଦେବ ସିଂଙ୍କ ସହିତ ଯୋଗାଯୋଗ କରି ପଚାରି ଥିଲେ । ସରପଞ୍ଚ ଏହି ଦୋକାନର ଲୋକ ଆସିବା କଥା ଜାଣି ଥିବାର ସୂଚନା ଦେଇ ଥିଲେ ।

ସରପଞ୍ଚ ମଧ୍ୟ ତୁରନ୍ତ ଯାଇ ତାଙ୍କର ଦାୟୀତ୍ୱ ମୁତାବକ ଯାଞ୍ଚ କରି ଥିଲେ । ସଂପୃକ୍ତ ବ୍ୟକ୍ତି ପଶ୍ଚିମବଙ୍ଗରେ କରୋନା ପରୀକ୍ଷା କରି ଥିଲେ ବୋଲି କହି ଥିଲେ ଓ ଏକ ନେଗେଟିଭ ରିପୋର୍ଟ ଦେଖାଇ ଥିଲେ । ସଂପୃକ୍ତ ମୁନା ନନା ମଧ୍ୟ ଉକ୍ତ ପଶ୍ଚିମବଙ୍ଗ ଫେରନ୍ତାଙ୍କୁ ସଙ୍ଗରୋଧରେ ନରଖିବାକୁ ଚାପ ପକାଇ ଥିଲେ ବୋଲି ସୂଚନା ମିଳିଛି । କିନ୍ତୁ ସରପଞ୍ଚ ମହଦେବ ସିଂ ତାଙ୍କୁ ଘରେ ସଙ୍ଗରୋଧରେ ରହିବାକୁ ନିଦେ୍ର୍ଦଶ ଦେଇ ଥିଲେ । ସରପଞ୍ଚଙ୍କ କଥାକୁ ଅମାନ୍ୟ କରି ଏହି ମିଠା ଦୋକାନ ଚାଲି ଥିଲା ଓ ତା ମଧ୍ୟରେ ଏକାଧିକ ବ୍ୟକ୍ତି ଏକତ୍ରିତ ହୋଇ କାମ କରୁ ଥିଲେ ।  ତେବେ ଆନ୍ତଃରାଜ୍ୟ ଯିବା ଆସିବା ହେଲେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ସଂଗରୋଧରେ ରହିବାର କଡା ନିୟମ ରହିଛି । ଗାଡି ମୋଟଟରରେ ଯିବା ଆସିବା କଲେ ଉକ୍ତ ଗାଡିର ଡ୍ରାଇଭର ହେଉ ବା ମାଲିକ ହେଉ ସଂଙ୍ଗରୋଧରେ ରହିବାକୁ ହେବ ବୋଲି ମତ ପ୍ରକାଶ ପାଇଛି ।

Leave A Reply

Your email address will not be published.