ଫୁଲବାଣୀ : କନ୍ଧମାଳ ଜିଲ୍ଲାରେ ଆଜି ପୁଣି ୧୭ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛି । ଆଜିର ଚିହ୍ନଟଙ୍କୁ ମିଶାଇ ମୋଟ କରୋନା ପଜିଟିଭଙ୍କ ସଂଖ୍ୟା ୧୭୬ରେ ପଂହଚିଛି । ତେବେ, ବର୍ତମାନ ସୁଦ୍ଧା ଜିଲ୍ଲାରେ ୧୪୫ ଜଣ କରୋନା ପଜିଟିଭ ବ୍ୟକ୍ତି ସୁସ୍ଥ ହୋଇ ଘରକୁ ଫେରିଥିବା ଜଣାପଡିଛି ।
ବାକି ୩୧ ଜଣ ରୋଗୀ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ତେବେ, କନ୍ଧମାଳ ଜିଲ୍ଲାକୁ ବର୍ତମାନ ସୁଦ୍ଧା ୧୦ ହଜାର ୨୬୯ ଜଣ ବିଭିନ୍ନ ରାଜ୍ୟରୁ ପ୍ରବାସୀ ଓଡିଆ କନ୍ଧମାଳକୁ ଫେରିଛନ୍ତି ।
ସେଥିମଧ୍ୟରୁ ୭ ହଜାର ୩୫୦ ଜଣ କ୍ୱାରେଂଟାଇନ ଅବଧି ସାରି ଘରକୁ ଫେରିଛନ୍ତି । ବର୍ତମାନ ସୁଦ୍ଧା ୨୯୧୯ ଜଣ ଜିଲ୍ଲାର ବିଭିନ୍ନ ସଙ୍ଗରୋଧ କେନ୍ଦ୍ରରେ ଅଛନ୍ତି । ବର୍ତମାନ ସୁଦ୍ଧା ୨ ହଜାର ୨୪୨ ଜଣଙ୍କ ସ୍ୱାବ୍ ସଂଗ୍ରହ କରାଯାଇ ଟେଷ୍ଟିଂ ପାଇଁ ପଠାଯାଇଥିଲା । ସେଥିମଧ୍ୟରୁ ୨ ହଜାର ୨୦୩ ଜଣଙ୍କ ରିପୋର୍ଟ ଆସିଛି । ସେଥିମଧ୍ୟରୁ ୧୭୬ ଜଣଙ୍କ ପଜିଟିଭ ରିପୋର୍ଟ ଆସିଥିବା ବେଳେ ବାକି ରିପୋର୍ଟ ଆସିନି ।