ନୟାଗଡ଼ : ନୟାଗଡ଼ ଜିଲ୍ଲାରେ କରୋନା ସଂକ୍ରମଣ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି । ସଂଗରୋଧ କେନ୍ଦ୍ର ବାହାରେ ଗୋଷ୍ଠୀ ସଂକ୍ରମଣ ଦିନିକୁ ଦିନ ବୃଦ୍ଧି ପାଉଥିବାରୁ ପ୍ରଶାସନ ପୁଣି କେତେକ କଟକଣା ଜାରି କରିଛି । ବୁଧବାର ଠାରୁ ଦୋକାନ ବଜାର ସକାଳ ୬ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଖୋଲା ରଖିବାକୁ ଜିଲ୍ଲାପାଳ ନିଦେ୍ର୍ଦଶ ଦେଇଥିବା ଜଣାପଡ଼ିଛି ।
ନୟାଗଡ଼ ଜିଲ୍ଲାରେ କୋଭିଡ-୧୯ ଭୂତାଣୁ ସଂକ୍ରମଣ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ କେତେକ କଟକଣା ଲାଗୁ କରିଛି । ବୁଧବାର ଠାରୁ କୌଣସି ଦୋକାନ ଅପରାହ୍ନ ୧ଟା ପରେ ଖୋଲା ନ ରଖିବାକୁ ଜିଲ୍ଲାପାଳ ଡ. ପୋମା ଟୁଡ଼ୁ ଦିଦେ୍ର୍ଦଶ ଜାରି କରିଛନ୍ତି । ପୂର୍ବରୁ ସକାଳ ୭ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଖୋଲିବାକୁ ପ୍ରଶାସନ ଅନୁମତି ଥିଲା ।
ସଂପ୍ରତି ଗୋଷ୍ଠୀ ସଂକ୍ରମଣ ସମ୍ଭାବନା ଦୃଷ୍ଟିରୁ ଏପରି ନିଷ୍ପତ୍ତି ଗ୍ରହଣ ହୋଇଥିବା ଜଣାପଡ଼ିଛିି ।ବୁଧବାର ଦିନ ଜିଲ୍ଲାପାଳ ଜାରି କରିଥିବା ନିଦେ୍ର୍ଦଶରେ ସମସ୍ତ ଔଷଧ ଦୋକାନ ପୂର୍ବପରି ୨୪ ଘଣ୍ଟା ଖୋଲା ରହବା ଦର୍ଶଯାଇଛି । ଏହା ବ୍ୟତିରେକ ଅନ୍ୟ ସମସ୍ତ ଦୋକାନ ନିର୍ଦ୍ଧାରିତ ସମୟ ସକାଳ ୬ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଖୋଲା ରହିବ । ଦିନ ୧ଟା ପରେ କୌଣସି ଦୋକାନ ଖୋଲାଯାଇ ପାରିବ ନାହିଁ ବୋଲି ନିଦେ୍ର୍ଦଶରେ ସ୍ପଷ୍ଟ ଉଲ୍ଲେଖ ରହିଛି । ଏଥିରେ ଖିଲାପ କଲେ ଦଣ୍ଡବିଧାନର ବ୍ୟବସ୍ଥା ସଂପର୍କରେ ଚେତାବନୀ ଦିଆଯାଇଛି । ଜିଲ୍ଲାରେ ଇତିମଧ୍ୟରେ କରୋନା ପଜିଟିଭ ସଂଖ୍ୟା ୧୩୫ ରହି ଥିବାବେଳେ ସଂଙ୍ଗରୋଧ ବାହାରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ଚିନ୍ତାର ବଢ଼ାଇଛି ।