ଫୁଲବାଣୀ,୦୩/୦୪ କରୋନା ଯୋଗୁଁ ସାରା ଦେଶ ଏବେ ଲକଡାଉନ୍ । ଲକଡାଉନ୍ ବେଳେ ଘରୁ ବାହାରକୁ ନବାହାରିବା ପାଇଁ ବାରମ୍ବାର ପ୍ରଶାସନ ପୋଲିସ ପକ୍ଷରୁ ସତର୍କ କରାଯାଉଥିଲେ ମଧ୍ୟ କିଛି ଅମାନିଆ ଯୁବକ ବାଇକ ଧରି ବୁଲିବା ବେଳେ ବାଲିଗୁଡା ପୋଲିସ ହାତରେ ଧରାପଡିଥିଲେ । ପୋଲିସ ସେମାନଙ୍କୁ ତାଗିଦ୍ କରିବାସହ କାହାକୁ କାନ ଧରି ବସଉଠ୍ କରୁଛି ତ ଆଉ କାହାକୁ ରାସ୍ତାରେ ଗଡି ଗଡି ଯିବାଲାଗି ନିଦେ୍ର୍ଦଶ ଦେଇଥିଲେ । ଫଳରେ ଏଭଳି ଭୁଲ ଏମାନେ ଆଉ ଆଗକୁ କରିବେନି ଓ ଅନ୍ୟମାନେ ମଧ୍ୟ ଏହା ଦେଖି ସେଭଳି ଜରୁରୀ ନଥିଲେ ଆଉ ବାହାରକୁ ନବାହାରି ଘରେ ହିଁ କେବଳ ରହିବ । ଯାହାଫଳରେ କରୋନାକୁ ଜିତିହେବ ବୋଲି କୁହାଯାଉଛି ।