ଫୁଲବାଣୀ,୧୧/୦୯( ସନ୍ତୋଷ ମିଶ୍ର ), ଫୁଲବାଣୀରେ ଟାଉନ ଥାନା ପୋଲିସ ପକ୍ଷରୁ କୋଭିଡ ନିୟମ ପାଳନ କରିବାକୁ ଲୋକଙ୍କଠାରୁ ସହରର ବିଭିନ୍ନ ଯାଗାରେ ଚେକିଙ୍ଗ କରିବା ସହିତ ସେମାନଙ୍କୁ କୋଭିଡ ନିୟମରେ ମୁହଁରେ ମାସ୍କ ପିନ୍ଧିବା ସହିତ ସାମାଜିକ ଦୁରତା ରଖିବାକୁ ଲୋକଙ୍କୁ ସତର୍କ କରିବାକୁ ଚେକିଙ୍ଗ କରିବା ସହିତ ଅମାନିଆ ଲୋକଙ୍କ ଠାରୁ ଫାଇନ୍ ଆଦାୟ କରୁଛି ।
ସେଥିପାଇଁ ସେମାନେ କୋଭିଡ୍ ପାଇଁ ଉଦିଷ୍ଠ ଥିବା ରସିଦ କାଟିବାକୁ ବ୍ୟବସ୍ଥା ରହିଛି । ହେଲେ ପୋଲିସ କର୍ମଚାରୀ ମାନେ ସେମାନଙ୍କର ଅଧିକାରର ସୀମା ବାହାରକୁ ଯାଇ ସେଥିରେ ଲୋକଙ୍କ ଠାରୁ ହେଲମେଟ୍ ପାଇଁ ତଣ୍ଡ ଆଦାୟ କରୁଥିବା ଦେଖିବାକୁ ମିଳୁଛି ।
ଏପରିକି ରସିଦରେ ମାସ୍କ ତନଖି ପାଇଁ ଉଲ୍ଲେଖ ଥିବାବେଳେ ସେଥିରେ ତନଖି କରୁଥିବା ପୋଲିସ ସବଇନିସ୍ପେକ୍ଟର ନିଜେ ମାସ୍କକୁ କାଟି ତା ଯାଗାରେ ପେନରେ ହେଲମେଟ ଲେଖି ଲୋକଙ୍କଠାରୁ ବେଆଇନ ଭାବରେ ୫ ଶହ ଟଙ୍କା ଲେଖାଏଁ ଆଦାୟ କରୁଥିବାର ଦେଖିବାକୁ ମିଳୁଛି । ଫଳରେ ଲୋକଙ୍କର ଅସନ୍ତୋଷ ଦେଖାଦେଇଛି ।
ଅନ୍ୟ ପକ୍ଷରେ ବର୍ତମାନ ଯେ କୌଣସି ଫାଇନ ଅନଲାଇନରେ ଆଦାୟ କରିବାକୁ ଏବଂ ହେଲମେଟ୍ ପାଇଁ ଫାଇନ ଆଦାୟ ନକରି ଲୋକଙ୍କୁ ହେଲମେଟ ପିନ୍ଧିବାକୁ ପରାମର୍ଶ ଦେବା ସହିତ ସେମାନଙ୍କୁ ବୁଝାଇବାକୁ ସେଥିପାଇଁ କୌଣସି ଫାଇନ ଆଦାୟ ନକରିବା ପାଇଁ ସରକାରଙ୍କ ନିଦେ୍ର୍ଧଶ ଥିବାବେଳେ ଲୋକଙ୍କୁ ରାସ୍ତାରେ ଅଟକାଇ ସେମାନଙ୍କୁ ହଇରାଣ କରି ଏବଂ ସେମାନଙ୍କ କାମରେ ଅକାରଣରେ ବାଧାସୃଷ୍ଟି କରାଯାଉଥିବା କହିଛନ୍ତି ଫୁଲବାଣୀର ବରିଷ୍ଠ ନାଗରିକ ମାନେ ।