ତିହିଡି,୧୧/୦୯( ଯଦୁମଣି ପାଣିଗ୍ରାହୀ ): ତିହିଡି ବ୍ଲକ ଦୌଲତପୁର ପଞ୍ଚାୟତ ଅଧିନ ଚନ୍ଦ୍ରକାଟବିନ୍ଧା ମୌଜାର କେତେକ ବିପନ୍ନ ରିଲିଫ୍ରୁ ବଞ୍ଚôତ ହୋଇଥିବା ଅଭିଯୋଗ ହୋଇଛି । ଏନେଇ ଲକ୍ଷ୍ମୀପ୍ରିୟା ସାହୁ, ଚପତୀ ବାରିକ, ରାଜେଶ ସାହୁ, ମାନସ ସାହୁ ଓ ସମୀର ସାହୁ ପ୍ରମୁଖ ଶୁକ୍ରବାର ବିଡିଓଙ୍କୁ ଭେଟି ଅଭିଯୋଗ ପ୍ରଦାନ କରିବା ସହିତ ତଦନ୍ତ କରି ତୁରନ୍ତ ସେମାନଙ୍କ ରିଲିଫ୍ ପ୍ରଦାନ କରିବାକୁ ଦାବୀ କରିଛନ୍ତି ।

ଏଥିରେ ବ୍ୟତିକ୍ରମ କରାଗଲେ ବିପନ୍ନମାନଙ୍କ ପକ୍ଷରୁ ଆମରଣ ଅନଶନ କରାଯିବ ବୋଲି ଚେତାବନୀ ଦିଆଯାଇଛି । ସୂଚନା ମୁତାବକ ଚଳିତ ବନ୍ୟାରେ ଚନ୍ଦ୍ରକାଟବିନ୍ଧା ମୌଜା ପାଣି ଘେରରେ ରହିଥିଲା । ବନ୍ୟାରେ ଅକଥନୀୟ ଦୁର୍ଦ୍ଦଶା ଭୋଗ କରିଥିବା ବେଳେ ସେମାନଙ୍କ ପାଇଁ ରିଲିଫ୍ ମଧ୍ୟ ଆସିଲା ।

୧୦ ତାରିଖରେ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ରିଲିଫ୍ ବଣ୍ଟନ କରାଯାଇଥିଲା । ଅନ୍ୟମାନଙ୍କୁ ରିଲିଫ୍ ବଣ୍ଟନ କରାଯାଉଥିବା ବେଳେ ଏହି ବିପନ୍ନଙ୍କୁ ଦିଆଯାଇନଥିବା ଅଭିଯୋଗ ହୋଇଛି । ଏହି ବିପନ୍ନଙ୍କ ସମେତ ମୌଜାର ବହୁ ବିପନ୍ନ ରିଲିଫ୍ରୁ ବଞ୍ଚôତ ହୋଇଥିବା କୁହାଯାଇଛି ।

ଏ ସମ୍ପର୍କରେ ସରପଞ୍ଚସୁବାସିନୀ ନାୟକଙ୍କୁ ପ·ରିବାରୁ ଦୌଲତପୁର ପଞ୍ଚାୟତ ଚନ୍ଦ୍ରକାଟବିନ୍ଧା ମୌଜାର ୨୮୨ ଜଣ, ମାଲପୁରର ୨୮୪ ଜଣ ଓ ନମେଇସାହିର ୯୬ ଜଣ ମୋଟ୍ ୬୬୨ ଜଣଙ୍କ ପାଇଁ ରିଲିଫ୍ ମଞ୍ଜୁର ହୋଇଛି । ୨୦୧୧ ମସିହା ଜନଗଣନା ସହିତ ସରକାରଙ୍କ ପକ୍ଷରୁ ୨୦ ପ୍ରତିଶତ ବର୍ଦ୍ଧିତ ହିସାବ ଅନୁଯାଇ ରିଲିଫ୍ ପ୍ରଦାନ କରାଯାଉଛି ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here