Odisha news

ଏହା ହେଉଛି ଦୁନିଆର ସବୁଠୁ ମହଙ୍ଗା ପେନ , ଯାହାର ମୂଲ୍ୟରେ ଆପଣ ୪୦ କୋଟିରୁ ମଧ୍ୟ ଉର୍ଧ୍ଵ

0

ଆମେ ସମସ୍ତେ ପିଲାଟି ଦିନରୁ ଯେତେବେଳେ ପାଠ ପଢ଼ା ଆରମ୍ଭ କରିଥାଉ ସେବେଠାରୁ ପେନ ବା କଲମ କୁ ଆମ ଶିକ୍ଷାର ଗୋଟିଏ ମୁଖ୍ୟ ଜିନିଷ ଭାବରେ ଗ୍ରହଣ କରିଥାଉ l ସାଧାରଣ ଭାବରେ ଗୋଟିଏ କଲମ ର ମୂଲ୍ୟ ବା କେତେ ହୋଇଥିବ ଆପଣଙ୍କ ହିସାବ ରେ ? ଅତି ବେଶୀ ରେ ୧୦୦ – ୫୦୦ ଟଙ୍କା ମଧ୍ୟରେ l କିନ୍ତୁ ଆଜି ଆମେ ଆପଣଙ୍କୁ ଏଭଳି ଗୋଟିଏ କଲମ ବିଷୟରେ କହିବାକୁ ଯାଉଛୁ ଯାହାର ମୂଲ୍ୟ ଶୁଣିଲେ ଆପଣଙ୍କ ହୋସ ଉଡିଯିବ l ସେହିଭଳି ଗୋଟିଏ କଲମ ଅଛି ଯାହାର ମୂଲ୍ୟ ୫୦ କୋଟିରୁ ମଧ୍ୟ ଉର୍ଧ୍ଵ ଅଟେ l ଆଜି ଆସନ୍ତୁ ଜାଣିବା ଦୁନିଆର ସବୁଠୁ ଦାମିକିଆ କଲମ ବିଷୟରେ l

* ଆସନ୍ତୁ ଜାଣିବା ଦୁନିଆର ଦାମୀ କଲମ ତାଲିକା -:

୧) ଫୁଲ୍ଗୋର ନୋକଟର୍ନସ ନାମକ କଲମ ଦୁନିଆର ସବୁଠୁ ମହଙ୍ଗା କଲମ ତାଲିକାରେ ର ସବୁଠୁ ଉପରେ ରହିଛି l ଏହାର ମୂଲ୍ୟ ୮ ମିଲିୟନ ଡଲାର ଅଟେ l ଯଦି ଭାରତୀୟ ମୁଦ୍ରାରେ ଦେଖିବା ତେବେ ଏହାର ମୂଲ୍ୟ ୬୫ କୋଟି ଟଙ୍କାରୁ ମଧ୍ୟ ଉର୍ଧ୍ଵ ହେବ l ରିପୋର୍ଟ ଅନୁସାରେ ୨୦୧୦ ରେ ଗୋଟିଏ ନିଲାମୀ ରେ ଏହି ପେନ ୮ ମିଲିୟନ ଡଲାର ରେ ନିଲାମ କରାଯାଇଥିଲା l ଏହି କଲମ ଟି ସୁନା ଓ କଳା ହୀରାରେ ପ୍ରସ୍ତୁତ ହୋଇଥିଲା l

୨) ଏହାପରେ ଆସିଲା ବୋହେମ ରୟାଲ ପେନ , ଏହି କଲମ ଟିକୁ ମୋଣ୍ଟବ୍ଲେଙ୍କ କମ୍ପାନୀ ପ୍ରସ୍ତୁତ କରିଥିଲା l ଏବଂ ଏହି କଲମଟିକୁ ୧୮ କ୍ୟାରେଟ ର ଧଳା ସୁନା ରେ ପ୍ରସ୍ତୁତ କରାଯାଇଥିଲା l ଏହାର ଉପରି ଭାଗରେ ଅନେକ ଗୁଡିଏ ହୀରା ଖଚିତ ହୋଇଛି l ଏହି କଲମ ଟିର ମୂଲ୍ୟ ୧.୫ ମିଲିୟନ ଡଲାର l ଯାହାକି ଭାରତୀୟ ମୁଦ୍ରାରେ ୧୨ କୋଟି ଟଙ୍କାରୁ ଉର୍ଧ୍ଵ ଅଟେ l

୩) ଦାମୀ ପେନ ତାଲିକାରେ ଆରୋରା ଡ଼ାଈମେଣ୍ଟ ତୃତୀୟ ସ୍ଥାନରେ ରହିଛି l ଏହି କଲମ ଟି ୩୦ କ୍ୟାରେଟ ହୀରା ଖଚିତ ସହିତ ପ୍ଳଟିନମ ବ୍ୟାରେଲ ରହିଥାଏ l ଏହି କଲମ ର ମୂଲ୍ୟ ୧. ୨୮ ମିଲିୟନ ଡଲାର ଅଟେ l ଭାରତୀୟ ମୁଦ୍ରାରେ ଏହାର ମୂଲ୍ୟ ୧୦ କୋଟି ଟଙ୍କା ଅଟେ l

୪) ୧୦୧୦ ଡାଇମଣ୍ଡ ଲିମିଟେଡ଼ ଏଡିସନ ଫାଉଣ୍ଟେନ ପେଁ କୁ ୧୮ କ୍ୟାରେଟ ଧଳା ସୁନାରେ ପ୍ରସ୍ତୁତ ହୋଇଥାଏ l ଏହି ପେନ ରେ ମଧ୍ୟ ହୀରା ଖଚିତ ହୋଇଥାଏ ଓ ଏହାର ବଜାର ମୂଲ୍ୟ ୧ ମିଲିୟନ ଡଲାର , ଯାହାକି ଭାରତୀୟ ମୁଦ୍ରାରେ ୮କୋଟି ଟଙ୍କା l

Leave A Reply