Odisha news

କାହିଁକି ନର୍ମଦା ନଦୀର ପ୍ରତ୍ୟେକ ପଥର ଭଗବାନ ଶଙ୍କରଙ୍କ ରୂପ ? ଏହା ପଛରେ କଣ ରହିଛି ଧାର୍ମିକ ମହତ୍ୱ

0

ସନାତନ ଧର୍ମରେ ନଦୀ ମାନଙ୍କର ବିଶେଷ ମହତ୍ୱ ରହିଛି l ନଦୀ ଗୁଡିକୁ ଖୁବ ପବିତ୍ର ସ୍ଥାନରେ ରଖାଯାଇଛି l ଆମେ ବିଶେଷ ଭାବରେ ଭାରତରେ ଗଙ୍ଗା ନଦୀକୁ ଗୋଟିଏ ପବିତ୍ର ନଦୀର ସ୍ଥାନ ରେ ରଖିଥାଉ, ଗଙ୍ଗାନଦୀ ଯେତିକି ପବିତ୍ର ସେହିଭଳି ଆଉ ଗୋଟିଏ ପବିତ୍ର ନଦୀ ହେଉଛି ନର୍ମଦା ନଦୀ l ମାନ୍ୟତା ରହିଛି ଯେ ନର୍ମଦା ନଦୀର ପ୍ରତ୍ୟେକ ପଥର ଭଗବାନ ଶଙ୍କରଙ୍କ ରୂପ ଅଟେ l କିନ୍ତୁ କଣ ଆପଣ ଜାଣିଛନ୍ତି କି ନର୍ମଦା ନଦୀର ପ୍ରତ୍ୟେକ ‘ପଥର କୁ ଶଙ୍କର’ ବୋଲି କାହିଁକି କୁହାଯାଇଥାଏ l

ମାନ୍ୟତା ଅନୁସାରେ ଓ ପୁରାଣ ର ବର୍ଣନା ଅନୁସାରେ କୁହାଯାଇଛି ଯେ ନର୍ମଦା ନଦୀ ଅନେକ ବର୍ଷରୁ ବ୍ରହ୍ମାଙ୍କୁ ତପସ୍ୟା କରି ଆସୁଥିଲା l ଏକଦା ସୃଷ୍ଟିକର୍ତ୍ତା ଭଗବାନ ବ୍ରହ୍ମା ତାର ତପସ୍ୟାରେ ପ୍ରସନ୍ନ ହୋଇଥିଲେ ଓ ନର୍ମଦା ନଦୀକୁ ବର ମାଗିବାକୁ କହିଥିଲେ l ନର୍ମଦା ନଦୀ ଏହାପରେ ବର ମାଗିଥିଲେ ଯେ ହେ ପ୍ରଭୁ ! ମତେ ଗଙ୍ଗାନଦୀ ଭଳି ପବିତ୍ର କରି ଦିଅନ୍ତୁ l ସେତେବେଳେ ଭଗବାନ ବ୍ରହ୍ମା କହିଥିଲେ ଯେ ‘ କୌଣସି ଦେବତା ଶିବ ଙ୍କ ତୁଲ୍ୟ ନୁହେଁ କିମ୍ବା କୌଣସି ପୁରୁଷ ବିଷ୍ଣୁଙ୍କ ସମକକ୍ଷ ନୁହେଁ , କୌଣସି ନଗରୀ କାଶୀର ସମକକ୍ଷ ନୁହେଁ ନା କୌଣସି ନଦୀ ଗଙ୍ଗା ସହିତ ସମାନ ହୋଇ ପାରିବ ନାହିଁ ‘ l ତେଣୁ ଏହି ଧରା ପୃଷ୍ଠରେ ଗୋଟିଏ ଗଙ୍ଗାନଦୀ ହିଁ ସର୍ବଦା ପୂଜ୍ୟା l

ଏହା ଶୁଣିବା ମାତ୍ରକେ ନର୍ମଦା ନଦୀ ବରଦାନ ତ୍ୟାଗ କରି କାଶୀ ରେ ଯାଇ ଶିବଲିଙ୍ଗ ର ସ୍ଥାପନା କରି ଘୋର ତପସ୍ୟା କରିବାକୁ ଲାଗିଲେ l ନର୍ମଦା ଙ୍କ କଠୋର ତପସ୍ୟାରେ ସନ୍ତୁଷ୍ଟ ହୋଇ ମହାଦେବ ନର୍ମଦା ଙ୍କୁ ଦର୍ଶନ ଦେଲେ ଓ ବରଦାନ ଦେଲେ ଯେ ତୁମ କୂଳରେ ଯେତେବି ପଥର ରହିଛି , ତାହା ଶିବ ଲିଙ୍ଗ ର ରୂପ ହୋଇଯିବେ l ଏବଂ ଯେଭଳି ଗଙ୍ଗାନଦୀ ରେ ସ୍ନାନ ଦ୍ୱାରା ସମସ୍ତ ପାପ ର ବିନାଶ ହୋଇଥାଏ , କିନ୍ତୁ ତୁମର ଦର୍ଶନ ମାତ୍ରକେ ସମସ୍ତ ପାପ ରୁ ମୁକ୍ତି ମିଳିବ l ‘

ସେହିଦିନ ଠାରୁ ନର୍ମଦା ନଦୀର ପ୍ରତ୍ୟେକ ପଥର ଭଗବାନ ଶଙ୍କର ବୋଲି କୁହାଯାଇଥାଏ l ନର୍ମଦା ନଦୀର ପଥର କୁ ନର୍ମଦେସ୍ୱର ଶିବଲିଙ୍ଗ କୁହାଯାଇଥାଏ l ସମସ୍ତ ପ୍ରକାରର ଶିବ ଲିଙ୍ଗ ଠାରୁ ନର୍ମଦେସ୍ୱର ଶିବଲିଙ୍ଗ ର ବିଶେଷ ମହତ୍ୱ ରହିଛି l

Leave A Reply