Odisha news

ଆଜି ହେଉଛି ମହାଳୟା ଓ ଶନିଶ୍ଚର ଅମାବାସ୍ୟା : କରନ୍ତୁ ଏହି ଉପାୟ, ପିତୃପୁରୁଷ ସନ୍ତୁଷ୍ଟ ହେବା ସହିତ

0

ଅପରପକ୍ଷର ଶ୍ରାଦ୍ଧ ର ଶେଷ ଦିନଟି ହେଉଛି ମହାଳୟା ଅମାବାସ୍ୟା l ଏହିଦିନଟିର ହିନ୍ଦୁ ଧର୍ମରେ ଅନେକ ମହତ୍ୱ ରହିଛି l ଏହିଦିନ ସମସ୍ତ ପୂର୍ବଜଙ୍କ ଶ୍ରାଦ୍ଧ କରାଯାଇ ଥାଏ ଯାହାଙ୍କର ମୃତ୍ୟୁର ତାରିଖ ତିଥି ଇତ୍ୟାଦି ଆମେ ଜାଣିନଥାଉ l ଚଳିତଥର ସର୍ବପିତୃ ଅମାବାସ୍ୟା ସହିତ ମହାଳୟା ଅମାବାସ୍ୟା ଅକ୍ଟୋବର ୧୪ ତାରିଖ ଶନିବାର ଦିନ ଅନୁଷ୍ଠିତ ହେବ l ତେଣୁ ଏହିଦିନ ମଧ୍ୟ ଶନିଶ୍ଚର ଅମାବାସ୍ୟା ପାଇଁ ଶନିଦେବ ଙ୍କୁ ପୂଜାର୍ଚନା କରାଯିବ l

କରନ୍ତୁ ଏହି ଉପାୟ -:
* ସର୍ବ ପିତୃ ଅମାବାସ୍ୟା ରେ ସକାଳୁ ସ୍ନାନ ଇତ୍ୟାଦିରୁ ନିବୃତ ହୋଇ ଗାୟତ୍ରୀ ମନ୍ତ୍ର ର ଜପ କରି ସୂର୍ଯ୍ୟଦେବ ଙ୍କୁ ଜଳ ଅର୍ପଣ କରନ୍ତୁ l ମାନ୍ୟତା ରହିଛି ଯେ ଏଭଳି କରିବା ଦ୍ୱାରା ପିତୃ ପୁରୁଷ ସନ୍ତୁଷ୍ଟ ହୋଇ ଥାଆନ୍ତି l

* ଏହିଦିନ ଶନିଶ୍ଚର ସହିତ ମହାଳୟା ପଡୁ ଥିବା କାରଣରୁ ଓସ୍ତ ବା ପିପଳ ବୃକ୍ଷକୁ ପୂଜା କରିବାର ଅନେକ ମହତ୍ୱ ରହିଛି l ତେଣୁ ଆଜିର ଦିନରେ ଓସ୍ତ ବୃକ୍ଷ ମୂଳରେ ଜଳ ଓ କଳା ରାଶି ଅର୍ପଣ ସହିତ ଦୀପ ଦାନ କରିବା ଆବଶ୍ୟକ l ଏହାଦ୍ୱାରା ପିତୃ ପୁରୁଷ ସନ୍ତୁଷ୍ଟ ହୋଇ ଥାଆନ୍ତି ଏବଂ ଶନିଦେବ ଙ୍କ କୃପା ମଧ୍ୟ ଲାଭ ହୋଇଥାଏ l

* ଆଜିର ଦିନରେ ଦୁଗ୍ଧ, କୁଶ, ପୁଷ୍ପ, ଅଗୁର ମିଶ୍ରିତ ଜଳ ପିତୃପୁରୁଷ ଙ୍କୁ ଅର୍ପଣ କରିବା ଜରୁରୀ l କୁହାଯାଏ ଯେ ଏହି ଜଳ କୁ ଅର୍ପଣ କରିବା ଦ୍ୱାରା ପିତୃପୁରୁଷ ଙ୍କ ଆତ୍ମା ସନ୍ତୁଷ୍ଟ ହୋଇଥାଏ l

* ଏହିଦିନ ଗାଈ କୁ ଘାସ ଓ ଚାଉଳ ଖାଇବାକୁ ଦେବା ଜରୁରୀ l ଏହାଦ୍ୱାରା ଗୋ ମାତା ଙ୍କ କୃପା ଲାଭ ହେବା ସହ ଶନିଦେବ ଙ୍କ କୃପା ଦୃଷ୍ଟି ଲାଭ ହୋଇଥାଏ l ଏହାଛଡା ଧନ ବୃଦ୍ଧି ହେବାର ବାଟ ଖୋଲିଯାଇ ଥାଏ l

* ମହାଳୟା ଅମାବାସ୍ୟା ରେ ଦାନର ଅନେକ ମହତ୍ୱ ରହିଛି l ଏହିଦିନ ଅନ୍ନ ଦାନ କରିବା ଖୁବ ଶୁଭ ହୋଇଥାଏ l ଯାହାଦ୍ୱାରା ଗରିବ ଙ୍କ କୃପା ଲାଭ ହେବା ସହ ପିତୃପୁରୁଷ ଙ୍କ କୃପା ଲାଭ ହୋଇଥାଏ l

* ଶନିଶ୍ଚର ଅମାବାସ୍ୟା କାରଣରୁ ଆଜିର ଦିନରେ ଶନିଦେବ ଙ୍କୁ ସନ୍ତୁଷ୍ଟ କରିବା ପାଇଁ ହନୁମାନଙ୍କୁ ବିଶେଷ ପୂଜାର୍ଚନା କରାଯାଇ ଥାଏ l ଆଜିର ଦିନରେ ଘରର ଠାକୁରଘରେ ହନୁମାନ ଙ୍କ ନିକଟରେ ଅଖଣ୍ଡ ଦୀପ ବସାଇ ଶନି ସ୍ତୋତ୍ର ପାଠ କରନ୍ତୁ l ଜୀବନ ର ସମସ୍ତ ଅସୁବିଧା ଦୂର ହେବା ସହିତ ଶନି ଙ୍କ କୁପ୍ରଭାବ ଦୂର ହୋଇଥାଏ l

Leave A Reply