ରିସର୍ଚ୍ଚ : ବ୍ଲଡ଼ ଗ୍ରୁପ ହିସାବରେ ବ୍ୟକ୍ତି ନିୟମିତ ଖାଦ୍ୟ ଖାଇବା ଜରୁରୀ, ଯାହା ତାକୁ ବିଭିନ୍ନ ଗମ୍ଭୀର ରୋଗ ଠାରୁ ରକ୍ଷା କରିଥାଏ
ଆଜିର ମର୍ଡନ ଓ ଖରାପ ଲାଇଫଷ୍ଟାଇଲ ଯୋଗୁଁ ପ୍ରତ୍ୟେକ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ଅବସ୍ଥା ପ୍ରଭାବିତ ହେଉଛି l ବିଶେଷ ଭାବରେ ଆଜିକାଲି ଯୁବ ପିଢ଼ି ପ୍ରଭାବିତ ହେଉଛନ୍ତି l ଏହାର ପରିଣାମ ସ୍ୱରୂପ ଆପଣ ଗୋଟିଏ ସଠିକ ଡାଏଟ ଚାଟ ଫଲୋ କରିବା ଜରୁରୀ l କିନ୍ତୁ ଏହି ଡାଏଟ ଚାଟ ଆପଣଙ୍କ ବ୍ଲଡ଼ ଗ୍ରୁପ କୁ ନେଇ ଖାପ ଖାଉଥିବା ଜରୁରୀ l ରିସର୍ଚ୍ଚ ଅନୁସାରେ ଯଦି ଆପଣ ବ୍ଲଡ଼ ଗ୍ରୁପ ହିସାବରେ ଖାଦ୍ୟ ଗ୍ରହଣ କରିବେ ତେବେ ଗମ୍ଭୀର ରୋଗ ଠାରୁ ଦୂରେଇ ରହିବା ସହ ଓଜନ ହ୍ରାସ ମଧ୍ୟ କରିପାରିବେ l
କଣ କହୁଛି ରିସର୍ଚ୍ଚ –
ରିସର୍ଚ୍ଚ କହୁଛି ଯେ ଯେତେବେଳେ ଆମେ କିଛି ଖାଇଥାଉ ତେବେ ବ୍ଲଡ଼ ରେ ମେଟାବୋଲିଯିମ ରିଆକ୍ସନ ହୋଇଥାଏ l ଏହା ଏଥିପାଇଁ ହୋଇଥାଏ କାହିଁକି ନା ଖାଦ୍ୟରେ ପ୍ରୋଟିନ ରହିଥାଏ ଓ ବ୍ଲଡ଼ ରେ ଏନ୍ଟିଯେନ ରହିଥାଏ l ବ୍ଲଡ଼ ଗ୍ରୁପ ହିସାବରେ ଖାଦ୍ୟ ଖାଇବା ଦ୍ୱାରା ଶରୀରକୁ ଅନେକ ଲାଭ ମିଳିଥାଏ l
କେଉଁ ବ୍ଲଡ଼ ଗ୍ରୁପ ପାଇଁ କେଉଁ ଖାଦ୍ୟ ଆବଶ୍ୟକ ?
* A ବ୍ଲଡ଼ ଗ୍ରୁପ –
A ବ୍ଲଡ଼ ଗ୍ରୁପ ବ୍ୟକ୍ତିଙ୍କର ଇମ୍ୟୁନିଟି ଖୁବ ସେନସିଟିଭ ହୋଇଥାଏ l ସେଥିପାଇଁ ସେମାନେ କାର୍ବସ୍ ଯୁକ୍ତ ଖାଦ୍ୟ ଭାବିଚିନ୍ତି ଖାଇବା ଜରୁରୀ l ଏଥି ସହିତ କମ ଫ୍ୟାଟ ଯୁକ୍ତ ଖାଦ୍ୟ ଖାଇବା ଆବଶ୍ୟକ l A ବ୍ଲଡ଼ ଗ୍ରୁପ ର ଲୋକ ଭାତ, କଖାରୁ, ଚିନା ବାଦାମ, ସୋୟା ଫୁଡ, କିସମିସ, ଅଦା ଓ ସୋରିଷ ସେବନ କରିବା ଜରୁରୀ l
* B ବ୍ଲଡ଼ ଗ୍ରୁପ –
ବ୍ଲଡ଼ ଗ୍ରୁପ B ର ଲୋକେ ବାଲାନ୍ସ ଡାଏଟ ରଖିବା ଜରୁରୀ l ଏହି ବ୍ଲଡ଼ ଗ୍ରୁପ ରେ ପନିପରିବା, ମାଛ, କାର୍ବସ୍ , ଦୁଗ୍ଧ ଓ ଦହି ଖାଇବା ଜରୁରୀ l ଏହାଛଡା ନିଜ ଖାଦ୍ୟରେ ପ୍ରୋଟିନ କୁ ଶାମୀଲ କରିବା ଆବଶ୍ୟକ l ଏହି ବ୍ଲଡ଼ ଗ୍ରୁପ ର ଲୋକେ ଜଙ୍କ ଫୁଡ କମ ଖାଇବା ଜରୁରୀ l
* AB ବ୍ଲଡ଼ ଗ୍ରୁପ –
AB ବ୍ଲଡ଼ ଗ୍ରୁପ ର ଲୋକେ ହେଲଦି ଓ ଫିଟ ରହିବା ପାଇଁ ମାଛ-ମାଂସ, ପନିପରିବା, ଦୁଗ୍ଧ ରେ ପ୍ରସ୍ତୁତ ଜିନିଷ ଖାଇବା ଜରୁରୀ l ଏହାଛଡା ସୁସ୍ଥ ରହିବା ପାଇଁ ପ୍ରୋଟିନ ଭରପୁର ମାତ୍ରାରେ ଖାଆନ୍ତୁ l AB ବ୍ଲଡ଼ ଗ୍ରୁପ ବ୍ୟକ୍ତି ରେଡ ମିଟ , ମକା ଓ ହେବୀ ଫୁଡ଼ସ ଠାରୁ ଦୁରେଇ ରୁହନ୍ତୁ l
* O ବ୍ଲଡ଼ ଗ୍ରୁପ –
O ବ୍ଲଡ଼ ଗ୍ରୁପ ର ବ୍ୟକ୍ତିଙ୍କୁ ଏଲର୍ଜୀ, ଜ୍ୱର ଓ ବିଭିନ୍ନ ପ୍ରକାରର ସଂକ୍ରମଣ ପ୍ରାୟ ଲାଗି ରହିଥାଏ l ଏହି ବ୍ଲଡ଼ ଗ୍ରୁପ ର ଲୋକେ ବିଭିନ୍ନ ଶସ୍ୟ ଜାତୀୟ ଖାଦ୍ୟ, ପ୍ରୋଟିନ ଯୁକ୍ତ ଖାଦ୍ୟ, ଏବଂ ବିନ୍ସ ଜାତୀୟ ଖାଦ୍ୟ ଖାଇବା ଜରୁରୀ l