Odisha news

କେବଳ ଧାର୍ମିକ ଦୃଷ୍ଟିରୁ ନୁହେଁ ଶାରୀରିକ ଦୃଷ୍ଟିରୁ ମଧ୍ୟ ମଉନ ବ୍ରତ ଶରୀର ପାଇଁ ଖୁବ ଲାଭ କାରୀ

0

ଆଜିର ଦୁନିଆରେ ପ୍ରତ୍ୟେକ ବ୍ୟକ୍ତି ବଞ୍ଚିବା ପାଇଁ ଖାଲି ଦଉଡ଼ୁ ଛନ୍ତି l ଏବଂ ଏହି କାରଣରୁ ମାନସିକ ଚିନ୍ତା ଓ ମାନସିକ ଚାପ ବୃଦ୍ଧି ପାଇବାରେ ଲାଗିଛି l ଏପରିସ୍ଥିତି ରେ ଯୋଗ ଗୋଟିଏ ଅତି ସୁନ୍ଦର ମାଧ୍ୟାମ l କିନ୍ତୁ ଆମ ଦିନ ଚର୍ଯ୍ୟା ରେ ବିଭିନ୍ନ ଅସୁବିଧା କାରଣରୁ ଆମେ ଠିକ ଭାବେ ଯୋଗ କରିପାରି ନଥାଉ l

ଏପରି ସ୍ଥିତିରେ ମଉନ ବ୍ରତ କୁ ଗୋଟିଏ ଭଲ ମାଧ୍ୟମ ଭାବେ ଗ୍ରହଣ କରାଯାଇଛି l ଯାହାକି ପୁରାତନ ଯୁଗରୁ ଭାରତୀୟ ସ୍ୱାସ୍ଥ୍ୟ ବ୍ୟବସ୍ଥା ସହିତ ଜଡିତ l

ଆସନ୍ତୁ ଜାଣିବା ମଉନ ବ୍ରତ ର ସ୍ୱାସ୍ଥ୍ୟଗତ ଲାଭ :-
* ମୌନ ବ୍ରତ ର ଭାରତୀୟ ସଂସ୍କୃତିର ରେ ଖୁବ ମହତ୍ୱ ରହିଛି l ଏହାକୁ ଆପଣ ଯେଉଁ ସମୟ ରେ ଯେଉଁ ଦିନ କରିପାରିବେ l ଏହାକୁ କରିବା ପାଇଁ କୌଣସି ନିର୍ଦ୍ଧିଷ୍ଟ ନିୟମ ନାହିଁ କହିଲେ ଚଳେ l

* ଶାନ୍ତ ଓ ଚୁପ ରହିବା ସ୍ୱାସ୍ଥ୍ୟ ପକ୍ଷରେ ଖୁବ ହିତକର l ସାଧାରଣ ଭାବରେ ଦେଖା ଯାଇଥାଏ ଯେ ଅଧିକ କଥା ହେଉଥିବା ଓ ଉଚ୍ଚ ସ୍ୱରରେ କଥା ହେଉଥିବା ଲୋକ ମାନଙ୍କର ଅନେକ ସମୟରେ ରକ୍ତ ଚାପ ବଢି ହାର୍ଟ ଉପରେ ପ୍ରଭାବ ପଡିଥାଏ l ତେଣୁ ଏପରିସ୍ଥିତି ରେ ମୌନ ବ୍ରତ ଗୋଟିଏ ଭଲ ଉପାୟ l

* ଯେଉଁ ଲୋକ ମାନେ ଖୁବ ଶୀଘ୍ର ରାଗି ଯାଇଥାଆନ୍ତି ସେମାନଙ୍କ ପାଇଁ ମୌନ ବ୍ରତ ଗୋଟିଏ ଭଲ ମାଧ୍ୟମ ଅଟେ l ଏହାଦ୍ୱାରା ଆପଣ ମାନସିକ ଓ ଶାରୀରିକ ଦୃଷ୍ଟି ରୁ ସୁସ୍ଥ ରହିବେ l

* ବିଦ୍ୟାର୍ଥୀ ମାନଙ୍କ ପାଇଁ ଏକାଗ୍ରତା ଗୋଟିଏ ଭଲ ଉପାୟ l ତେଣୁ ସପ୍ତାହ କୁ କିମ୍ବା ମାସକୁ ଗୋଟିଏ ଦିନ ବିଦ୍ୟାର୍ଥୀ ମାନେ ମଉନ ବ୍ରତ କରିବା ଦ୍ୱାରା ଏକାଗ୍ରତା ବୃଦ୍ଧି ହେବା ସହ ପାଠ ପଢିବା ପ୍ରତି ଉତ୍ସାହ ବୃଦ୍ଧି ହୋଇଥାଏ l

* ମଉନ ବ୍ରତ ମନକୁ ଶାନ୍ତି ଦେଇଥାଏ , ଆମର ମନକୁ ସ୍ଥିର ରଖିଥାଏ , ହାର୍ଟ କୁ ସୁସ୍ଥ ରଖିଥାଏ ଏବଂ ରକ୍ତ ଚାପ ନିୟନ୍ତ୍ରଣ ରଖିବାରେ ସାହାଯ୍ୟ କରିଥାଏ l ଆଜ୍ଞା ତେବେ ଗୋଟିଏ ଦିନ ସପ୍ତାହ ରେ ମଉନ ରହି ପାଆନ୍ତୁ ଚମତ୍କାର ଲାଭ

Leave A Reply