Odisha news

ଚିନାବାଦାମ ଚାଷ

0

ଓଡ଼ିଶାର ଚାଷୀ ରାଜ୍ୟର ବିଭିନ୍ନ ପ୍ରାନ୍ତରେ ଅଳ୍ପ ବହୁତେ ଚିନାବାଦମ ଚାଷ କରିଥାନ୍ତି । ଚିନାବାଦାମ ଏକ ଅର୍ଥକାରୀ ତୈଳବୀଜ ଫସଲ ଯାହାକି ଉଭୟ ଖରିଫ୍‍ ଏବଂ ରବି ଋତୁରେ ଚାଷ କରାଯାଇଥାଏ । କିନ୍ତୁ ଅନୁକୂଳ ପାଣିପାଗ ଏବଂ ଅଧିକ ଅମଳ ପାଇବା ପାଇଁ ସାଧାରଣତଃ ରବି ଋତୁରେ ଚିନାବାଦମ ଚାଷ କରାଯାଏ । ଏହା ଅନ୍ୟାନ୍ୟ ତୈଳବୀଜ ଫସଲ ଅପେକ୍ଷା କମ୍‍ ଜଳସେଚନ, ସାର ଓ ପରିଚର୍ଯ୍ୟା ଆବଶ୍ୟକ କରେ ଏବଂ ଅଳ୍ପ ଦିନରେ ଚାଷୀକୁ ଅଧିକ ଲାଭ ଦେଇଥାଏ ।

ମାଟି ଶୋଧନ :

ସାଧାରଣତଃ ନିଗିଡ଼ା, ଦୋରସା ଓ ବାଲି ଦୋରସା ମାଟିରେ ଚିନାବାଦାମ ଭଲ ହୋଇଥାଏ କିନ୍ତୁ ଆମ ଓଡ଼ିଶାର ଶତକଡ଼ା ୮୦ ଭାଗ ମାଟି ଅମ୍ଳିୟ ହୋଇଥିବାରୁ ମାଟିକୁ ଭଲଭାବରେ ପରୀକ୍ଷା କରି ଚିନାବାଦାମ ଲଗାଇବା ବିଧେୟ । ଅମ୍ଲିୟ ମାଟିର ଶୋଧନ ପାଇଁ ସାଧାରଣତଃ ଏକର ପିଛା ୧୦ କ୍ୱିଣ୍ଟାଲ ଚୁନ ବ୍ୟବହାର କରାଯାଇପାରେ । ମାଟିରେ ଦେଖାଯାଇଥିବା ସଲଫରର ଅଭାବ ଯୋଗୁ ଚାଷୀଭାଇ ଏକର ପ୍ରତି ୭୫ କି.ଗ୍ରା. ଜିପ୍‍ମାଇଟ୍‍ପ୍ଲସ୍‍ ବ୍ୟବହାର କଲେ ଚିନାବାଦାମ ଖୋଷାଗୁଡ଼ିକ ପରିପୂର୍ଣ୍ଣ ହୋଇଥାଏ ଓ ତେଲ ଅଂଶ ବୃଦ୍ଧି କରାଇଥାଏ ।

ବିହନ କିସମ :

ସ୍ମୃତି, ଜଓ୍ୱାନ, ଏ.କେ. ୧୨-୨୪, ଓ.ଜି ୧୦, କାଦ୍ରୀ-୩, ଟି.ଏମ୍‍.ଭି.- ୨୨ ଜେଏଲ୍‍-୨୪ ଆଦିକିସମ ଗୁଡ଼ିକର ବ୍ୟବହାର ଲାଭପ୍ରଦ । ବିହନଗୁଡ଼ିକୁ ଅକେଫାବର ମାସ ଶେଷ ବେଳକୁ ଲଗାଯାଇଥାଏ । ବିହନ ବିଶୋଧନ ପାଇଁ ମଞ୍ଜି କିଗ୍ରା ପିଛା ୨ ଗ୍ରାମ ଟ୍ରଫି ଗୁଣ୍ଡ ବ୍ୟବହାର କରାଯାଏ । ମଞ୍ଜିସହିତ ଜୀବାଣୁ କଲଚର ଯଥା: ରାଇଜୋବିୟମ ବ୍ୟବହାର କଲେ ଭଲ ଅମଳ ମିଳିଥାଏ । (ଏକର ପ୍ରତି ୨ କି.ଗ୍ରା. ଜୀବାଣୁ କଲଚର) । ସାଧାରଣତଃ ଏକ ଏକର ଚିନାବାଦମ ଚାଷ ପାଇଁ ୪୦-୫୦ କି.ଗ୍ରା. ମଞ୍ଜି ଆବଶ୍ୟକ ହୋଇଥାଏ

ମୃତ୍ତିକା ପ୍ରସ୍ତୁତି ଓ ବିହନ ବୁଣା : ଚିନାବାଦାମ ଚାଷ ପାଇଁ ମାଟି ଫସଫସିଆ ହେବା ନିତ୍ୟାନ୍ତ ଆବଶ୍ୟକ । ଶେଷଓଡ଼ ଚାଷ ସମୟରେ ଉଇ ନ ଲାଗିବା ପାଇଁ ଏକର ପିଛା ୧୨-୧୫ କି.ଗ୍ରା. କାରବୋସାନ୍‍୍‍ ଦାନାଦାର, ଖତ ସହିତ ମିଶାଇ ମାଟିରେ ପ୍ରୟୋଗ କରାଯାଏ । ଧାଡିକୁ ଧାଡି ୨୦-୨୫ ସେ.ମି. ଓ ଗଛକୁ ଗଛ ୧୦-୧୫ ସେ.ମି. ବ୍ୟବଧାନରେ ସିଆରରେ ମଞ୍ଜି ଲଗାଯାଏ । ଧାଡ଼ିବୁଣା ଯନ୍ତ୍ର ସାହାଯ୍ୟରେ ବିହନ ଓ ସାର ପକାଇଲେ କମ୍‍ ଖର୍ଚ୍ଚ ହୋଇଥାଏ ଏବଂ ଠିକ୍‍ ଭାବରେ ସାର ମାଟିତଳେ ପଡ଼େ । ମଞ୍ଜି ଗଜା ହୋଇ ବାହାରିବା ମାତ୍ରେ ଗଛକୁ ସାର ଠିକ୍‍ ଭାବରେ ମିଳିଥାଏ । ଧାଡି ବୁଣା ଯନ୍ତ୍ର ନଥିଲେ ପ୍ରଥମେ ଲଙ୍ଗଳ ଦ୍ୱାରା ସିଆର କରି ୭ରୁ ୮ ସେ.ମି. ଗଭୀରରେ ସାର ପକାଇ ମାଟି ଘୋଡ଼ାଇ ତା ଉପରେ ମଞ୍ଜି ପକାଇବା ଉଚିତ୍‍ ଯେପରି ମଞ୍ଜି ଗୁଡ଼ିକ ୨ରୁ ୩ ସେ.ମି. ମାଟି ଭିତରେ ରହିବ । ଜମିରେ ଠିକ୍‍ ସଂଖ୍ୟାରେ ଗଛ ରହିଲେ ଅମଳ କମେ ନାହିଁ । ଗଜା ହେବାର ୩-୪ ଦିନ ପରେ ଗଛ ଉଠି ନଥିବା ସ୍ଥାନ ମାନଙ୍କରେ ଆଉଥରେ ମଞ୍ଜି ବୁଣାଯାଏ । ମାଟିର ବତର କମ୍‍ ଥିଲେ ମଞ୍ଜି ଗଜା ହେବାରେ ବ୍ୟାଘାତ ଘଟେ । ଏଣୁ ଛିଞ୍ଚାପାଣି ଜମିରେ ଦେବା ଆବଶ୍ୟକ ।

ରାସାୟନିକ ସାରର ପ୍ରୟୋଗ :

ଚିନା ବାଦାମ ଫସଲ ଏକର ପ୍ରତି ୧୨ କି.ଗ୍ରା. ଯବକ୍ଷାରଜାନ ୧୬ କି.ଗ୍ରା. ଫସଫରସ ଏବଂ ୧୬ କି.ଗ୍ରା. ପଟାସ ଆବଶ୍ୟକ କରିଥାଏ । ଏହିସାର ପୁରଣ ପାଇଁ ନବରନିା ୨୦:୨୦:୦:୧୩ ସାରର ବ୍ୟବହାର ଅତି ଉପଯୋଗୀ ।

ଏକର ପ୍ରତି ମୂଳ ସାର ନବରନିା ୨୦:୨୦:୦:୧୩ – ୬୦ କି.ଗ୍ରା. ନବରନିା ପଟାସ – ୨୫ କି.ଗ୍ରା., ଜିପ୍‍ମାଇଟ୍‍ ପ୍ଲସ୍‍ – ୭୫ କି.ଗ୍ରା. ଜମିରେ ପ୍ରୟୋଗ କରି ମାଟିରେ ମିଶାଯାଏ ।

ମଞ୍ଜି ଲଗାଇବାର ୧୫-୨୦ ଦିନ ପରେ ଅନ୍ତଃ ଚାଷ କରି ହୁଡା ଟେକାଯାଏ । ଚିନାବାଦାମ ଚାଷରେ ଫୁଲ ଆସିଲେ ଆଉ ଅନ୍ତଃ ଚାଷ କରିବା ବିଧେୟ ନୁହେଁ କାରଣ ଫୁଲ ଝଡ଼ିଲେ ଚିନାବାଦାମ ଦାନା ବଢ଼ିବାରେ ବିଘ୍ନ ହୋଇଥାଏ ।

ରୋଗ ଓ ପୋକ ନିୟନ୍ତ୍ରଣ:

ଲାଲ ସଁବାଳୁଆ, ପତ୍ରଡିଆଁ ପୋକ, ଥି୍ରପସ, ଧଳାମାଛି ଆଦି ଚିନାବାଦାମ ଫସଲର ମୁଖ୍ୟ ଶତ୍ରୁ । ଲାଲ ସଁବାଳୁଆ, ପତ୍ରଡିଆଁ ପୋକ ନିୟନ୍ତ୍ରଣ ପାଇଁ ଏକର ପିଛା ୪୦୦ ମି.ଲି. କ୍ଲୋର୍‍୍‍ସାନ୍‍ ବିଷ ବ୍ୟବହାର କରାଯାଇଥାଏ । ଧଳା ମାଛି ନିୟନ୍ତ୍ରଣ ପାଇଁ ଏକର ପ୍ରତି ୬୦ ମି.ଲି. ପାରାମିଡା ବ୍ୟବହାର କରାଯାଇଥାଏ । ରୋଗ ମଧ୍ୟରେ ଟିକା ରୋଗ ଏକ ମୁଖ୍ୟ ରୋଗ ଏବଂ ଏହାର ନିରାକରଣ ପାଇଁ ଏକର ପ୍ରତି ୪୦୦ ଗ୍ରାମ ଟ୍ରଫି ବ୍ୟବହାର କରାଯାଇଥାଏ । ଆବଶ୍ୟକ ସ୍ଥଳେ ୧୫ ଦିନ ଅନ୍ତରରେ ଆଉଥରେ ବ୍ୟବହାର କରିବା ଦରକାର ପଡ଼ିଥାଏ ।

ଅମଳ:

ଗଛଗୁଡ଼ିକ ଶୁଖି ଆସିଲେ ଚିନାବାଦାମ ଗଛ ଓପାଡ଼ି ଅମଳ କରାଯାଏ । ବାଦାମ ଚୋପାର ଭିତର ପଟେ କଳାଶିରା ଦାଗ ଦେଖାଗଲେ ଫସଲ ଅମଳ ପାଇଁ ଉପଯୁକ୍ତ ହୋଇଯାଏ । ଗଛ ଓପାଡ଼ିବା ପରେ ଦୁଇଦିନ ଖରାରେ ଶୁଖାଇ ବାଦାମ ଅଲଗା କରାଯାଏ । ଏହି ସମୟରେ ବାଦାମରେ ୩୦ରୁ ୫୦ ଭାଗ ଜଳୀୟ ଅଂଶ ଥାଏ । ବାଦାମ ସାଇତି ରଖିବା ପୂର୍ବରୁ ବାଦାମକୁ ୫/୬ଟି ଭଲ ଖରା ଦେଇ ସାଇତିବା ଉଚିତ୍‍ । ଉନ୍ନତ ବୈଜ୍ଞାନିକ ପ୍ରଣାଳୀରେ ଚିନାବାଦାମ ଚାଷ କଲେ ଏକର ପ୍ରତି ୮ରୁ ୧୦ କ୍ୱିଣ୍ଟାଲ ଅମଳ ମିଳିଥାଏ ଯାହାର ଆନୁମାନିକ ମୂଲ୍ୟ ଟ୧୦,୦୦୦ଙ୍କାରୁ ଟ ୧୨,୫୦୦ଙ୍କା ପର୍ଯ୍ୟନ୍ତ ହୋଇଥାଏ । ଖର୍ଚ୍ଚ ବାଦ୍‍ ଯାଇ ମୋଟ ଲାଭ ଟ୩୦୦୦ଙ୍କାରୁ ଟ୪୦୦୦ଙ୍କା ପର୍ଯ୍ୟନ୍ତ ମିଳିଥାଏ । ତେଣୁ ଚାଷୀଭାଇମାନେ ବହୁଳ ପରିମାଣରେ ଚିନାବାଦାମ ଚାଷ କରିବା ଉଚିତ୍‍ ।

Leave A Reply