Odisha news

କଣ ରହିଛି NATO ର ପ୍ଲାନ, ୟୁରୋପ ସୀମାକୁ ଲାଗିଥିବା ରୁଷ ସୀମାରେ ୪୦ ହଜାର ସୈନ୍ୟ ମୁତୟନ

0

ନୂଆଦିଲ୍ଲୀ : ରୁଷ ୟୁକ୍ରେନ ଉପରେ ଯେଉଁ ନାଟୋ ସହିତ ଯୋଡି ହେବାକୁ ନେଇ ଆକ୍ରମଣ କରିଥିଲା, ସେହି ନାଟୋ ଦେଶର ସୈନ୍ୟ ମାନେ ରୁଷ ସୀମାରେ ମୁତୟନ ହୋଇଛନ୍ତି l ଗୋଟିଏ ଗଣମାଧ୍ୟମ ରିପୋର୍ଟ ଅନୁସାରେ ୟୁକ୍ରେନ ଉପରେ ରୁଷ ର ଆକ୍ରମଣ ର ଠିକ ଗୋଟିଏ ବର୍ଷ ପୂର୍ବରୁ ନାଟୋ କମାଣ୍ଡ ୪୬୫୦ ସୈନ୍ୟଙ୍କୁ ମୁତୟନ କରାଇ ଥିଲେ l ମୁତୟନ ହୋଇଥିବା ଏହି ସୈନ୍ୟ ମାନଙ୍କ ମଧ୍ୟରେ ଅଲଗା ଅଲଗା ୪ଟି ଦେଶର ଯବାନ ସାମିଲ ଥିଲେ l

ରୂସ ଯୁଦ୍ଧ ପୂର୍ବରୁ କହିଥିଲା ଯେ ସେ ରାକ୍ଷାତ୍ମକ ଦୃଷ୍ଟିରୁ ଏହି ପଦକ୍ଷେପ ଉଠାଇଛି l ରୁଷ ପକ୍ଷରୁ କୁହ ଯାଇଥିଲା ଯେ ୧୯୯୦ ପରେ ପ୍ରଥମଥର ଏପରି ସ୍ଥିତି ହୋଇଥିଲା, ଯେତେବେଳେ ନାଟୋ ଆମର ପୂର୍ବ ସୀମାରେ ଏଭଳି ସୈନ୍ୟ ଛାଉଣୀ କରିଥିଲା l କିନ୍ତୁ ରୁଷ ର ଏହି ପଦକ୍ଷେପ ପରେ ନାଟୋ ଦେଶର ଆକ୍ରମକତା ଆହୁରି ବଢି ଯାଇଥିଲା l ୟୁକ୍ରେନ ଉପରେ ଆକ୍ରମଣ ହେବା ପରେ ରୁଷ ର ପୂର୍ବ ସୀମାରେ  ଏହି ସୈନ୍ୟ ମାନଙ୍କ ସଂଖ୍ୟା ବଢି ୪୦ ହାଜର ଅତିକ୍ରମ କରି ସାରିଛି , ଯାହା ନାଟୋ ର ଗୋଟିଏ ଅଂଶ ଅଟେ l

ବର୍ତମାନ ଅଧିକାଂଶ ଦେଶ ନିଜ ଦେଶର ସୁରକ୍ଷା କୁ କଡାକଡି କରି ଦେଇଛନ୍ତି l ବର୍ତମାନ ସ୍ୱିଡ଼େନ ଓ ଫିନଲ୍ୟାଣ୍ଡ ମଧ୍ୟ ନାଟୋ ର ଦ୍ୱାରସ୍ଥ, ଯିଏ କି ପୂର୍ବରୁ ନାଟୋ ଠାରୁ ଦୁରେଇ ରହୁଥିଲେ l ଉଭୟ ଦେଶ ରୁଷ ନିକଟରୁ ନିଜର ସୁରକ୍ଷା କୁ ଚିନ୍ତା କରି ଏହି ପଦକ୍ଷେପ ଗ୍ରହଣ କରିଛନ୍ତି l ସ୍ୱିଡ଼େନ ରୁଷ ସହିତ ସାମୁଦ୍ରିକ ପଥ ବାଣ୍ଟି ଥିବା ବେଳେ ଫିନଲ୍ୟାଣ୍ଡ ଜଳପଥ ସେୟାର କରିଥାଏ l

Leave A Reply

Your email address will not be published.