Odisha news

ପଟ୍ଟାମୁଣ୍ଡାଇ କୋର୍ଟ ସମ୍ମୁଖରେ ଥିବା ଜନୈକ ଓକିଲଙ୍କ ଚ୍ୟାମ୍ବରରୁ ବହୁ ମୂଲ୍ୟବାନ ସାମଗ୍ରୀ ଚୋରି : ମାମଲାର ପର୍ଦ୍ଦା ଫାସ ; ୨ ଗିରଫ

0

ପଟ୍ଟାମୁଣ୍ଡାଇ : ସଂପ୍ରତି ମହାମାରୀ କରୋନା ମୁକାବିଲା ପାଇଁ ପ୍ରଶାସନ ଓ ପୋଲିସ ପୁରାଦମରେ ଲାଗିପଡିଥିବାବେଳେ ଚୋରମାନେ ଏହାର ସୁଯୋଗ ନେଇଛନ୍ତି । ଯାହାଫଳରେ ପଟ୍ଟାମୁଣ୍ଡାଇ ଅଚଂଳରେ ମାତ୍ର କିଛିଦିନ ଧରି ଛୋଟମୋଟ ଗଣ୍ଡଗୋଳ ଓ ଚୋରି ଘଟଣା ଦେଖିବାକୁ ମିଳିଛି । ଏପରିକି ପଟ୍ଟାମୁଣ୍ଡାଇ କୋର୍ଟ ସମ୍ମୁଖରେ ଥିବା ଜନୈକ ଓକିଲଙ୍କ ଚ୍ୟାମ୍ବରରୁ ବହୁ ମୂଲ୍ୟବାନ ସାମଗ୍ରୀ ଚୋରି ହେବା ଘଟଣା ପୋଲିସ ପ୍ରତି ଚ୍ୟାଲେଞ ସୃଷ୍ଟି କରିଥିଲା । କରୋନା ମୁକାବିଲା ସହିତ ପଟ୍ଟାମୁଣ୍ଡାଇର ଆଇନ ଶୃଙ୍ଖଳା ପରିସ୍ଥିତିରେ ସୁଧାର ଆଣିବା ଓ ଚୋରି ଘଟଣା ରୋକିବା ପାଇଁ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଆଇଆଇସି ରାକେଶ କୁମାର ତ୍ରିପାଠୀ ସ୍ୱତନ୍ତ୍ର ବ୍ଲୁ୍ୟ-ପ୍ରିଟଂ ପ୍ରସ୍ତୁତ କରିଥିଲେ । ଯାହାଫଳରେ ପଟ୍ଟାମୁଣ୍ଡାଇର ବହୁ ଚର୍ଚିତ ଓକିଲ ଚ୍ୟାମ୍ବର ଚୋରି ଘଟଣାର ପର୍ଦ୍ଦା ଫାସ କରିବାରେ ପଟ୍ଟାମୁଣ୍ଡାଇ ପୋଲିସ ସଫଳ ହୋଇଛି ।

ପ୍ରକାଶ ଯେ ପଟ୍ଟାମୁଣ୍ଡାଇ କୋର୍ଟର ଓକିଲ ସୌମ୍ୟରଞନ ଧଳ କୋର୍ଟ ନିକଟରେ କରିଥିବା ତାଙ୍କ ଚାମ୍ବରରୁ ଲ୍ୟାପଟପ, ପ୍ରିଟଂର, କିବୋର୍ଡ, ମାଉସ, ୪ଟି ମୋବାଇଲ ଫୋନ, ଇନଟେକ୍ସ ମୁ୍ୟଜିକ ସିଷ୍ଟମ, ସୋଲାର ଲ୍ୟାମ୍ପ ସହିତ ୧୮, ୧୧୦/- ଟଙ୍କା ଚୋରି ଯାଇଥିବା ନେଇ ପଟ୍ଟାମୁଣ୍ଡାଇ ଥାନାରେ ଅଭିଯୋଗ କରିଥିଲେ । କୋର୍ଟ ନିକଟ ଓକିଲଙ୍କ ଚାମ୍ବରରୁ ଚୋରି ଘଟଣା ପୋଲିସ ପ୍ରଶାସନ ପ୍ରତି ଆହ୍ୱାନ ସୃଷ୍ଟି କରିଥିଲା । ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଆଇଆଇସି ରାକେଶ କୁମାର ତ୍ରିପାଠୀ ଚୋରି ଅଭିଯୋଗ ପାଇଲା ପରେ ଅବିଳମ୍ବେ ଘଟଣାର ତଦନ୍ତ କରିବା ସହିତ ଚୋରମାନଙ୍କୁ ଧରିବା ଓ ଚୋରି ସାମଗ୍ରୀ ଉଦ୍ଧାର କରିବା ପାଇଁ ସ୍ୱତନ୍ତ୍ର ଟିମ ଗଠନ କରିଥିଲେ ।

ଆଇଆଇସିଙ୍କ ନେତୃତ୍ୱରେ ଗଠିତ ଏହି ଟିମ ବିଭିନ୍ନ ସ୍ଥାନରେ ଚଢାଉ କରି ଓକିଲଙ୍କ ଚାମ୍ବର ଚୋରି ମାମଲାରେ ଅଭିଯୁକ୍ତ ବେଲତଳ ଗ୍ରାମର ନିରଞନ ଦାଶ ଓ ମାନସ କୁମାର ଭଦ୍ରଙ୍କୁ ଗିରଫ କରି ଚୋରି ସାମଗ୍ରୀ ସହିତ ହିରୋହୋଣ୍ଡା ମୋଟର ସାଇକେଲ ଜବତ କରିଥିଲେ । ଏହି ଅଭିଯୁକ୍ତମାନେ ପଟ୍ଟାମୁଣ୍ଡାଇ କଲେଜ ରୋଡ ଷ୍ଟେଟବ୍ୟାଙ୍କ ଏଟିଏମ ଭାଙ୍ଗି ଲୁଟ ଉଦ୍ୟମ କରିବା ସହ ବିଭିନ୍ନ ସ୍ଥାନରେ ଲୁଟ ଉଦ୍ୟମ କରିଥିବା ସଂପର୍କରେ ପୋଲିସ ତଦନ୍ତ ବେଳେ ଜଣାପଡିଛି । ପଟ୍ଟାମୁଣ୍ଡାଇ ପୋଲିସ ଥାନା କେସ ନଂ.- ୨୨୪/୨୦୨୦ରେ ଭାରତୀୟ ପିଙ୍ଗଳ କୋର୍ଡର ୪୫୭, ୩୮୦ ଦଫାରେ ମୋକଦ୍ଦମା ରୁଜୁ କରି ଏହି ମାମାଲାର ତନାଘନା ତଦନ୍ତ ଚଳାଇଛି । ଚୋରି ମାମାଲାରେ ସଂପୃକ୍ତ ଅଭିଯୁକ୍ତମାନଙ୍କୁ ଆସନ୍ତାକାଲି କୋର୍ଟ ଚାଲାଣ କରାଯିବ ବୋଲି ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଆଇଆଇସି ରାକେଶ କୁମାର ତ୍ରିପାଠୀ ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

 

Leave A Reply