ପଟ୍ଟାମୁଣ୍ଡାଇ : ସଂପ୍ରତି ମହାମାରୀ କରୋନାକୁ ନେଇ ସମଗ୍ର ବିଶ୍ୱ ଅସ୍ତବ୍ୟସ୍ତ ହୋଇପଡିଛି । କରୋନା ମୁକାବିଲା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରତ୍ୟେକ ଦିନ ରଣନୀତି ବଦଳାଇବା ସହିତ ଅନେକ କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି । କରୋନା ସଂକ୍ରମଣ ରୋକିବା ପାଇଁ ଓଡିଶା ବାହାରୁ ଆସୁଥିବା ପ୍ରବାସୀମାନଙ୍କୁ ସଙ୍ଗରୋଧ କେନ୍ଦ୍ରରେ ଅବସ୍ଥାପିତ କରାଯାଇ ସରକାରୀ ନିଦେ୍ର୍ଦଶନାମା ଅନୁଯାୟୀ ସମସ୍ତ ପଦକ୍ଷେପ ନିଆଯାଉଛି । କେନ୍ଦ୍ରାପଡା ଜିଲ୍ଲାରେ କରୋନା ସଂକ୍ରମଣ ରୋକିବା ପାଇଁ ଜିଲ୍ଲାପାଳ ସମର୍ଥ ବର୍ମା ବ୍ୟାପକ ପଦକ୍ଷେପ ଗ୍ରହଣ କରିବା ସହିତ ସରକାରୀ ନିଦେ୍ର୍ଦଶନାମା କଠୋର ଭାବେ ପାଳନ କରିବା ପାଇଁ ସମସ୍ତ ବ୍ଲକ ଓ ପୌର ପ୍ରଶାସନକୁ ନିଦେ୍ର୍ଦଶ ଦେଇଛନ୍ତି ।
ସମଗ୍ର ବିଶ୍ୱରେ ପଟ୍ଟାମୁଣ୍ଡାଇ ଲୋକମାନଙ୍କ ଉପସ୍ଥିତି ଥିବାରୁ କରୋନା ସଂକ୍ରମଣ କ୍ଷେତ୍ରରେ ପଟ୍ଟାମୁଣ୍ଡାଇ ଅଚଂଳ ଅତ୍ୟନ୍ତ ସମବେଦନଶୀଳ ହୋଇପଡିଛି । ପଟ୍ଟାମୁଣ୍ଡାଇ ପୌରାଞ୍ଚରେ କରୋନା ସଂକ୍ରମଣ ରୋକିବା ପାଇଁ କେନ୍ଦ୍ରାପଡା ଅତିରିକ୍ତ ଜିଲ୍ଲାପାଳ ତଥା ପଟ୍ଟାମୁଣ୍ଡାଇ ପୌରାଞ୍ଚର ପ୍ରଶାସକ ବସନ୍ତ କୁମାର ରାଉତ ଓ ପୌର ପରିଷଦର ନିର୍ବାହୀ ଅଧିକାରୀ ସଂପଦ କୁମାର ସ୍ୱାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରିଛନ୍ତି । ପ୍ରବାସୀମାନଙ୍କୁ ଥଇଥାନ ପାଇଁ ଗ୍ଲୋବାଲ ବ୍ରିଲିଆଟଂ ସ୍କୁଲ, ପଟ୍ଟାମୁଣ୍ଡାଇ ଏମ.ଏନ ହାଇସ୍କୁଲ, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଆଦି ସ୍ଥାନରେ ସଙ୍ଗରୋଧ କେନ୍ଦ୍ର ସ୍ଥାପନ ଓ ପଟ୍ଟାମୁଣ୍ଡାଇ କଲେଜ ଠାରେ ଅସ୍ଥାୟୀ କୋଭିଡ ହସ୍ପିଟାଲ ପ୍ରତିଷ୍ଠା କରାଯାଇଛି ।
ପଟ୍ଟାମୁଣ୍ଡାଇ ପୌରାଚଂଳରେ ଥିବା ସଙ୍ଗରୋଧ କେନ୍ଦ୍ର ମାନଙ୍କରେ ରହୁଥିବା ପ୍ରବାସୀମାନଙ୍କ ବିଭିନ୍ନ ସମସ୍ୟା ଓ ସ୍ୱାସ୍ଥ୍ୟଗତ ସ୍ଥିତି ସଂପର୍କରେ ଅନୁଧ୍ୟାନ କରିବା ପାଇଁ ରାଜ୍ୟ ବିଜେଡି ସଂଖ୍ୟାଲଘୁ ସେଲର ସାଧାରଣସଂପାଦିକା ତଥା ବିଜେଡି ରାଜ୍ୟ ପରିଷଦ ସଦସ୍ୟା ରିଜୁୱାନା ବେଗମ ପୌରାଚଂଳର ଗ୍ଲୋବାଲ ବି୍ରଲିଆଟଂ ସ୍କୁଲ ଓ ପଟ୍ଟାମୁଣ୍ଡାଇ ଏମଏନ ହାଇସ୍କୁଲ ସଙ୍ଗରୋଧ କେନ୍ଦ୍ରକୁ ଯାଇ ପ୍ରବାସୀମାନଙ୍କ ସହିତ ବିଭିନ୍ନ ସମସ୍ୟା ଓ ସ୍ୱାସ୍ଥ୍ୟଗତ ସ୍ଥିତି ସଂପର୍କରେ ଆଲୋଚନା କରି ମହାମାରୀ କରୋନାର ସଫଳ ମୁକାବିଲା ପାଇଁ ସତର୍କ ଓ ସୁରକ୍ଷିତ ରହିବା ପାଇଁ ପରାର୍ମଶ ଦେଇଥିଲେ । ପ୍ରବାସୀମାନଙ୍କ ବିଭିନ୍ନ ସମସ୍ୟା ସଂପର୍କରେ ଶ୍ରୀମତୀ ବେଗମ କେନ୍ଦ୍ରାପଡା ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ ଓ ପୌର ନିର୍ବାହୀ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ । କରୋନାର ମୁକାବିଲା ପାଇଁ ଜନସାଧାରଣ ସତର୍କ ଓ ସୁରକ୍ଷିତ ରହିବା ସହିତ ବ୍ୟାପକ ଜନସଚେତନତା ମାଧ୍ୟମରେ ସରକାରୀ ନିଦେ୍ର୍ଦଶନାମାକୁ କଠୋର ଭାବେ ପାଳନ କରିବା ପାଇଁ ଶ୍ରୀମତୀ ବେଗମ ନିବେଦନ କରିଛନ୍ତି ।