ସାଲେପୁର : ୫୦ କୁକୁର ଓ ବିଲୁଆଙ୍କୁ ବିଷଦେଇ ହତ୍ୟାକରିଥିବା ହତ୍ୟାକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପରିବେଶବିତ୍ ମାନଙ୍କ ଦାବି
ସାଲେପୁର : ଗତକାଲି ମାହାଙ୍ଗା ଅଞ୍ଚଳରେ କେହି ଦୁର୍ବୃତ୍ତ ବିଷ ଦେଇ ୫୦ରୁ ଉଦ୍ଧ୍ୱର୍ କୁକୁର ଓ ବିଲୁଆଙ୍କୁ ହତ୍ୟା କରିଛନ୍ତି । ଏହି ଅମାନୁଷିକ କାର୍ଯ୍ୟ କରିଥିବା ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରିବା ଦାବିରେ ଆଜି ସାଲେପୁର ଓ ନିଶ୍ଚିନ୍ତକୋଇଲି ଅଞ୍ଚଳର ବହୁ ପରିବେଶବିତ୍ ସାଲେପୁର ଏସ୍.ଡି.ପି.ଓ.ଙ୍କୁ ଭେଟି ଏହି ଅମାନୁଷିକ କାର୍ଯ୍ୟ କରିଥିବା ଅପରାଧୀମାନଙ୍କୁ ତୁରନ୍ତ ଗିରଫ କରିବାପାଇଁ ଏକ ଦାବିପତ୍ର ଦେଇଥିବା ଜଣାଯାଇଛି ।
ଖବରରୁ ପ୍ରକାଶ ଯେ ଗତ ଦୁଇଦିନ ତଳେ ମାହାଙ୍ଗା ଥାନା ଅନ୍ତର୍ଗତ ନହଙ୍ଗ ଗ୍ରାମର କେତେକ ବ୍ୟକ୍ତି ମାଂସରେ ବିଷ ଦେଇ ଏହି ଅଞ୍ଚଳର ପ୍ରାୟ ୫୦ରୁ ଉଦ୍ଧ୍ୱର୍ କୁକୁର ଓ ବିଲୁଆଙ୍କୁ ହତ୍ୟା କରିଛନ୍ତି । ଏହି ଘଟଣାର ଇତିମଧ୍ୟରେ ୩ଦିନ ବିତିଯାଇଥିଲେ ମଧ୍ୟ ପୁଲିସ ଅଭିଯୁକ୍ତଙ୍କ ବିରୁଦ୍ଧରେ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ ।
ତୁରନ୍ତ ଏଭଳି ଅମାନୁଷିକ କାର୍ଯ୍ୟ କରିଥିବା ବ୍ୟକ୍ତିମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ଆଜି ସନ୍ଧ୍ୟାରେ ପରିବେଶବିତ୍ ଅକ୍ଷୟ କୁମାର ଦାଶ, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ବଳରାମ ପାତ୍ର, ନିଶ୍ଚିନ୍ତକୋଇଲି ଅଞ୍ଚଳର ପରିବେଶବିତ୍ ପ୍ରମୋଦ କୁମାର ଦାସ ପ୍ରମୁଖ ସାଲେପୁର ଏସ୍.ଡି.ପି.ଓ. ନିମାଇଁ ଚରଣ ସେଠୀଙ୍କ କାର୍ଯ୍ୟାଳୟରେ ପହଞ୍ଚô ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ଲିଖିତ ଭାବେ ଜଣାଇଛନ୍ତି । ଯଦି ପୁଲିସ ପ୍ରଶାସନ ଏହି ଅମାନୁଷିକ କାର୍ଯ୍ୟ କରିଥିବା ବ୍ୟକ୍ତିମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରନ୍ତି, ତେବେ ଆନେ୍ଦାଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଏହି ପରିବେଶବିତ୍ମାନେ ଚେତାବନୀ ଦେଇଛନ୍ତି ।