Odisha news

ବେତନଟୀ : ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଜରିଆରେ ବନ ସୁରକ୍ଷା ଏକ ଅଭିନବ ପ୍ରୟାସ

0

ବେତନଟୀ : ବେତନଟୀ ବ୍ଲକର ବର୍ତ୍ତନା ବନ ସୁରକ୍ଷା ସମିତିର ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କ ଜରିଆରେ ବନ ସୁରକ୍ଷା ଏକ ଅଭିନବ ଓ ନିଆରା ପ୍ରୟାସ ହୋଇ ଥିବାରୁ ବର୍ତ୍ତନା ବନ ସୁରକ୍ଷା ସମିତିର କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରା ଯାଇଛି । କମିଟୀର ସଭାପତି ବୁଦ୍ଧୁରାମ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବୈଶିଙ୍ଗା ବନପାଳ ହିମାଂଶୁ ଶେଖର ମହାନ୍ତ ଯୋଗ ଦେଇ ଥିଲେ ।

ସମ୍ମାନୀତ ଅତିଥି ଭାବେ ସମ୍ପାଦକ ପ୍ରଭାତ କୁମାର ସେଠୀ, ଜାଇକା ସଂଯୋଜକ ନିହାର ରଞ୍ଜନ ସାମଲ, ରତିକାନ୍ତ ବେହୁରିଆ ପ୍ରମୁଖ ଯୋଗ ଦେଇ ଥିଲେ । ଜଙ୍ଗଲ କମିଟୀର ଘନଶ୍ୟାମ ସ୍ୱାଇଁ ଏହି କାର୍ଯ୍ୟକ୍ରମର ଆୟୋଜନ କରି ଥିଲେ । ଏହି କାର୍ଯ୍ୟକ୍ରମରେ ଭଗବାନ ସାହୁ, ପାଇକ ସିଂ, ଭରତ ମାଝୀ, ଲୀଳାବତୀ ମାଝୀ, ପାନେଶ୍ୱରୀ ମାଝୀ, ଦେଉଳା ମାଝୀ, ସାକର ସୋରେନ, ୱାର୍ଡ ସଭ୍ୟା ଜୁଲି ସୋରେନ ପ୍ରମୁଖ ଯୋଗ ଦେଇ ଥିଲେ ।

Leave A Reply

Your email address will not be published.