ବେତନଟୀରେ ଆଇଜି ଦୀପ୍ତେଶ : ଅପରାଧ ସମୀକ୍ଷା ବେଳେ ଅଧିକାରୀ ମାନଙ୍କୁ ଖଣି ଖାଦାନ ଲୁଟ ପ୍ରତି ଅଧିକ ଧ୍ୟାନ ଦେବାକୁ ନିର୍ଦେଶ
ବେତନଟୀ : ଆଜି ପୂର୍ବାଞ୍ଚଳ ଆଇଜି ଦୀପ୍ତେଶ ପଟ୍ଟନାୟକ ବେତନଟୀ ଏସଡିପିଓ କାର୍ଯ୍ୟାଳୟରେ ପହଞ୍ଚି ଅପରାଧ ସମୀକ୍ଷା କରି ଥିଲେ । ମୟୂରଭଞ୍ଜ ଆରକ୍ଷୀ ଅଧୀକ୍ଷକ ସ୍ମିଥ ଏସ ପାରମାରଙ୍କ ଉପସ୍ଥିତିରେ ଏହି ସମୀକ୍ଷା ହୋଇ ଥିଲା । ଆଇଜି ମହିଳା ଜନିତ ଅପରାଧ, ଅନୁସୂଚିତ ଜାତି ଜନଜାତି ସୁରକ୍ଷା ଆଇନ, ଶିଶୁ ଯୌନ ଶୋଷଣ, ଚୋରି, ଡକାୟତି, ରାହଜାନୀ, ନରହତ୍ୟା, ଦୁଷ୍କର୍ମ ଇତ୍ୟାଦି ଅପରାଧ ବାବଦରେ ପଚାରି ବୁଝି ଥିଲେ ।
ସ୍ୱତନ୍ତ୍ର ଭାବେ ଅଧିକାରୀ ମାନଙ୍କୁ ସମ୍ବୋଧନ କରି ଆଇଜି କହିଲେ “ସଂପ୍ରତି ଖଣି ଖାଦାନର ଚୋରା ଉତ୍ତୋଳନ ଓ ଚାଲାଣ ହେଉଛି । ଏହାକୁ ରୋକାଯିବା ଅତ୍ୟନ୍ତ ଆବଶ୍ୟକ । ତେଣୁ ଏଥିପ୍ରତି ସମସ୍ତେ ବିଶେଷ ଧ୍ୟାନ ଦିଅନ୍ତୁ ବୋଲି କହିଲେ । ଦରକାର ପଡିଲେ ସ୍ୱତନ୍ତ୍ର ସ୍କ୍ୱାର୍ଡ କରି ଚଢ଼ାଉ କରିବାକୁ ନିଦେ୍ର୍ଦଶ ଦେଇ ଥିବାର ସୂଚନା ମିଳିଛି” ।
ଏହି ସମୀକ୍ଷା ବୈଠକରେ ବେତନଟୀ ଏସଡିପିଓ ଲଳିତ କୁମାର ପଟ୍ଟନାୟକ, ବେତନଟୀ ଥାନା ଆଇଆଇସି ଅଶୋକ କୁମାର ନାୟକ, ବୈଶିଙ୍ଗା ଥାନା ଆଇଆଇସି ଲକ୍ଷ୍ମୀଧର ସ୍ୱାଇଁ, ବଡସାହି ଥାନା ଆଇଆଇସି ଜୟନ୍ତ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ପରେ ଆଇଜି ଦୀପ୍ତେଶ ବେତନଟୀ ଥାନାକୁ ଆସି ପରିଦର୍ଶନ କରି ଥିଲେ । ଥାନାରେ ସେ କର୍ମଚାରୀ ମାନଙ୍କୁ ପଚାରି ବୁଝି ଥିଲେ । ବେତନଟୀ ଏସଡିପିଓ ଲଳିତ କୁମାର ପଟ୍ଟନାୟକ, ଆଇଆଇସି ଅଶୋକ କୁମାର ନାୟକ, ଏସଆଇ ଶ୍ରୀନିବାସ ମାର୍ଥା, ଏସଆଇ ବିନୟ ରଞ୍ଜନ ପରିଡା, ଏସଆଇ ଲକ୍ଷ୍ମୀ ମାଝୀ, ଏଏସଆଇ ଚିତ୍ତରଞ୍ଜନ ବାରିକ ପ୍ରମୁଖ ଉପସ୍ଥିତ ଥିଲେ ।