ବେତନଟୀ, ୨୬/୬ : ଆଜି ବୈଶିଙ୍ଗା ଥାନା ଅଧୀନ ଦୂର୍ଗାପୁର ଉ:ପ୍ରା: ସ୍କୁଲ ପରିସରରେ ନ୍ୟାସନାଲ ୟୁଥ ଅର୍ଗାନାଇଜେସନ ତରଫରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି । ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବଡସାହି ବିଧାୟକ ସନାତନ ବିଜୁଳି ଏହି ଶିବିରକୁ ଉଦଘାଟନ କରି ଥିଲେ । କରୋନା ପ୍ରତିବନ୍ଧକ ବେଳେ ରକ୍ତ ଭଣ୍ଡାର ଗୁଡିକର ରକ୍ତର ଘୋର ଅଭାବ ଦେଖା ଯାଇଛି । ତେବେ ଏହି ସମୟରେ ବଡସାହି ବିଧାୟକ ସନାତନ ବିଜୁଳି ଓ ତାଙ୍କ କର୍ମୀ ମାନଙ୍କ ସହଯୋଗରେ ୨୨ଟି ରକ୍ତଦାନ ଶିବିରର ଆୟୋଜନ ହେବା ଆଜି ଚର୍ଚ୍ଚାର ବିଷୟ ହୋଇ ଥିଲା । ସମ୍ମାନୀତ ଅତିଥି ଭାବେ ୩୬ ନମ୍ବର ଜିଲ୍ଲା ପରିଷଦ ସଦସ୍ୟ ବ୍ରଜମୋହନ ବେହେରା, ବାରିପଦା ରକ୍ତ ଭଣ୍ଡାରର ଡାକ୍ତର ପ୍ରଶାନ୍ତ କୁମାର ଦାସ, ମଣ୍ଡଳ ସଭାପତି ରତିକାନ୍ତ ମହାନ୍ତ, ବେତନଟୀ ବ୍ଲକ ସାମ୍ବାଦିକ ସଂଘର ସଭାପତି ରଞ୍ଜନ କୁମାର ମହାନ୍ତି ପ୍ରମୁଖ ଯୋଗ ଦେଇ ଥିଲେ ।
ନ୍ୟାସନାଲ ୟୁଥ ଅର୍ଗାନାଇଜେସନର ସଭାପତି ଶାନ୍ତନୁ କୁମାର ଦଳେଇ(ଜିତୁ)ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉପସଭାପତି ମନୋଜ କୁମାର ମିଶ୍ର, ସମ୍ପାଦକ ଶଶୀଭୂଷଣ ପଣ୍ଡା, ସହସମ୍ପାଦକ ସୁଦାମଚନ୍ଦ୍ର ସେନାପତି, କୋଷାଧ୍ୟକ୍ଷ ଭକ୍ତିରଞ୍ଜନ ମହାପାତ୍ର, ଯଦୁମଣୀ ମହାନ୍ତି ପ୍ରମୁଖ ଶିବିରକୁ ପରିଚାଳନା କରି ଥିଲେ । ସଂପ୍ରତି ରକ୍ତ ଭଣ୍ଡାରରେ ରକ୍ତର ସ୍ଥିତିକୁ ନେଇ ବାରିପଦା ରକ୍ତ ଭଣ୍ଡାରର ଭାରପ୍ରାପ୍ତ ଅଧିକାରୀ ଡାକ୍ତର ପ୍ରଶାନ୍ତ ଦାସଙ୍କ ସହିତ ବିଧାୟକ ଆଲୋଚନା କରି ଥିଲେ । ପ୍ରତ୍ୟେକ ଦିନ ୩୦ରୁ ୩୫ ୟୁନିଟ ରକ୍ତର ଆବଶ୍ୟକତା ରହୁଛି ବୋଲି ରକ୍ତ ଭଣ୍ଡାର ଅଧିକାରୀ ପ୍ରକାଶ କରି ଥିଲେ । ଏହି କ୍ରମରେ ମାସକୁ ୯୦୦ରୁ ୧୦୦୦ ୟୁନିଟ ରକ୍ତର ଆବଶ୍ୟକତା ରହୁଛି ବୋଲି ଜଣା ପଡି ଥିଲା । ପ୍ରତିକ୍ରିୟା ରଖି ବିଧାୟକ ସନାତନ ବିଜୁଳି ଆଗକୁ ଅଧିକରୁ ଅଧିକ ଶିବିର କରି ଆମ୍ଭେ ଲୋକ ମାନଙ୍କ ଜୀବନ ବଞ୍ଚାଇବାକୁ ପ୍ରଚେଷ୍ଟା ଜାରି ରଖିବା ବୋଲି ମତ ପ୍ରକାଶ କରି ଥିଲେ ।
ଏହି ଶିବିରରେ ସ୍ୱେଚ୍ଛାକୃତ ଭାବେ ୧୭ରୁ ଅଧିକ ଥର ରକ୍ତଦାନ କରି ଥିବା ଯୁବକ ସୁବ୍ରତ ଦଣ୍ଡପାଟ, ସନ୍ତୋଷ କୁମାର ସିଂହ, ଜୀବନ କୁମାର ସିଂହ, ଭାନୁପ୍ରତାପ ଜେନା, ସତ୍ୟପ୍ରକାଶ ପ୍ରଧାନ, ନୀରଜ ସେନାପତି, ଜୟଦେବ ସେନାପତି, ଅସୀତ କୁମାର ସେନାପତି, ରୋହିତ ସିଂ, ଭଗବାନ ଚନ୍ଦ୍ର ନାୟକ, ସତ୍ୟବ୍ରତ ସେନାପତି, ରାଧାକାନ୍ତ ସେନାପତି, ମନୋଜ କୁମାର ମିଶ୍ର, ଶାନ୍ତନୁ ଦଳେଇ, ଯଦୁମଣୀ ମହାନ୍ତି, ଯଶୋବନ୍ତ ବାରିକ, ଆଲୋକ ସେନାପତି, ଆଲୋକ କୁମାର ନାୟକ, ରଶ୍ମିତା ରାଉତ, ମଧୁ ସିଂ, ରାଜୀବଲୋଚନ ପ୍ରଧାନ, ଗୀତାଞ୍ଜଳୀ ପରିଡା, ପିତାମ୍ବର ମହାପାତ୍ର, ରାକେଶ ରାୟ ପ୍ରମୁଖ ରକ୍ତ ଦାନ କରି ଥିଲେ । ଏହି ରକ୍ତଦାତା ମାନଙ୍କ ମଧ୍ୟରୁ ପିତାମ୍ବର ମହାପାତ୍ରଙ୍କ ନିକଟରୁ ବିରଳ “ଓ” ନେଗେଟିଭ ରକ୍ତ ମିଳି ଥିଲା । ଏହି ଶିବିରଟି ସମ୍ବାଦ ଓ ଆମ ଓଡିଶା ସହଯୋଗରେ ଅନୁଷ୍ଠିତ ହୋଇଛି । ଏହି ଶିବିରରୁ ବାରିପଦା ରକ୍ତ ଭଣ୍ଡାରର ରୁଚିକା ଖୁରାନା, ସବିତାରାଣୀ ଶେଜପଡା, ପ୍ରଫୁଲ୍ଲ ମାଝୀ, ଶମ୍ଭୁନାଥ ପଲେଇ ପ୍ରମୁଖ ରକ୍ତ ସଂଗ୍ରହ କରି ଥିଲେ ।