ନୂଆଦିଲ୍ଲୀ :ଭାରତ ଚୀନ ସୀମାରେ ଲାଗିରହିଥିବା ୩୪୮୮ କିଲୋମିଟର ନିୟନ୍ତ୍ରଣ ରେଖା ପାଖରେ ନିଜର ଶକ୍ତି ପ୍ରଦର୍ଶନ କରିବାକୁ ନିଷ୍ପତି ନେଇଛି l ଏହି ନିଷ୍ପତି ସେତେବେଳେ ନିଆଯାଇଛି ଯେତେବେଳେ ସୀମାର ଆରପଟରେ ଚୀନ ଲଗାତାର ସୈନ୍ୟ ମୁତୟନ ବଢ଼ାଇ ଚାଲିଛି l ଏହି ନିଷ୍ପତି କେବଳ ଭାରତୀୟ ସେନା ନେଇ ନାହିଁ ,ଭାରତ -ତିବ୍ବତ ସୀମା ପୋଲିସ ମଧ୍ୟ ନିଜର ପୋଷ୍ଟ ଗୁଡିକରେ ସୈନ୍ୟ ମାନଙ୍କୁ ସଜାଗ କରିବା ସହିତ ଅତି ଆବଶ୍ୟକ ଜିନିଷ ପତ୍ର ପଠାଇବା ଆରମ୍ଭ କରି ଦେଇଛି l
ସେନାକୁ ସାହାଯ୍ୟ କରିବା ପାଇଁ ITBP ର ଅତିରିକ୍ତ କମ୍ପାନୀ ଗୁଡିକ ସୀମାରେ ସଜାଗ ହେବl ପାଇଁ ଶନିବାର ଦିନ ନିଷ୍ପତି ନିଆଯାଇଛି l ଏକ ବରିଷ୍ଠ ସରକାରୀ ଅଧିକାରୀ କହିଛନ୍ତି ଯେ “ଗଲୱାନ ଘାଟିରେ ଉତେଜନା ବଢିବା ପରେ ଆମେ ସୈନିକ ମାନଙ୍କୁ ଲଦାକ ପଠାଇ ଦେଇଥିଲୁ ,ଏବେ ଏହି ସୈନିକ ମାନଙ୍କ ସଂଖ୍ୟା ବଢ଼ାଇ ଦିଆଯାଇଛି l ”
ସରକାରୀ ଅଧିକାରୀଙ୍କ କହିବା ଅନୁସାରେ ଏହି ନିଷ୍ପତି ସେନା ମାନଙ୍କୁ ପେଟ୍ରୋଲିଙ୍ଗରେ ସାହାଯ୍ୟ କରିବ l ସେଥିପାଇଁ ପ୍ଲାଟୁନ ସ୍ଥାନରେ କମ୍ପାନୀକୁ ପଠାଯାଇଛି l ଗୋଟିଏ ପ୍ଲାଟୁନରେ ୩0 ଜଣ ଯବାନ ଥାନ୍ତି ,ଯେବେକି ଗୋଟିଏ କମ୍ପାନୀରେ ୧00 ଜଣ ଯବାନ ରୁହନ୍ତି l ରାଷ୍ଟ୍ରୀୟ ସୁରକ୍ଷା ପରିଷଦର ରିପୋଟ ଅନୁସାରେ ସୋମବାର ଦିନ ଦୁଇଦେଶ ମଧ୍ୟରେ ହୋଇଥିବା କଥାବାର୍ତ୍ତା ପରେ ମଧ୍ୟ ଗଲୱାନ ଘାଟିରେ ଉତେଜନା ପୂର୍ଣ୍ଣ ରହିଛି l
LAC ରେ ପ୍ରବଳ ଉତ୍ତେଜନା ପରିସ୍ଥିତି ଚାଲିଥିବା ବେଳେ ଲଦାଖର ଲେହ ଅଞ୍ଚଳରେ ସମରାଭ୍ୟାସ କରିଛି ଭାରତ। ଉଭୟ ଆର୍ମି ଓ ଏୟାରଫୋର୍ସ ମଧ୍ୟରୁ ମିଳିତ ସମରାଭ୍ୟାସ କରାଯାଇଛି।
ଯେକୌଣସି ପରିସ୍ଥିତିର ସଫଳ ମୁକାବିଲା କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ପ୍ରକୃତ ଅପରେସନ ସମୟରେ ଯେମିତି ସମନ୍ୱୟରେ କୌଣସି ଅସୁବିଧା ନ ହୁଏ, ଏବେ ଶତ୍ରୁ ପକ୍ଷ ଉପରେ ପ୍ରଚଣ୍ଡ ଆକ୍ରମଣ ହୁଏ, ସେଥିପାଇଁ କରାଯାଉଛି।
ଏହି ଜଏଣ୍ଟ ଅପରେସନ LACକୁ ଯାଇ ସ୍ଥଳସେନା ମୁଖ୍ୟ ଜେନେରାଲ ନରଓ୍ୱାଣେ ସ୍ଥିତି ସମୀକ୍ଷା କରିଛନ୍ତି। ଭାରତର ସୀମାରେ ଥିବା ୬୫ଟି ପଏଣ୍ଟରେ ପାଟ୍ରୋଲିଂ କଡ଼ାକଡ଼ି କରିବାକୁ ଯବାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।