Odisha news

ଭାରତ ଚୀନ ବିବାଦରେ ପାକିସ୍ତାନ ଭୟଭୀତ : ୫0 ପ୍ରତିଶତ ବେଡ଼ ରିଜର୍ଭ ରଖିବାକୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ପାକିସ୍ତାନ ଆର୍ମିଚିଫଙ୍କ ଚିଠି

0

ନୂଆଦିଲ୍ଲୀ : ଭାରତ ଓ ଚୀନ ମଧ୍ୟରେ ସୀମା ବିବାଦକୁ ନେଇ ଉତେଜନା ଚାଲିଥିବା ବେଳେ ପାକିସ୍ତାନ ଡରିଯାଇଛି l ଗଲୱାନ ଘାଟିରେ ହୋଇଥିବା ଉତେଜନା ପରେ ପାକିସ୍ତାନ ଆର୍ମିଚିଫ ନିର୍ଦେଶ ଦେଇଛନ୍ତି ଯେ ପାକିସ୍ତାନ ଅଧିକୃତ କାଶ୍ମୀରରେ ଚିକିତ୍ସାଳୟ ଗୁଡିକରେ ୫0 ପ୍ରତିଶତ ବେଡ଼ ଆର୍ମି ପାଇଁ ରିଜର୍ଭ ରଖାଯାଉ ଓ ୫0 ପ୍ରତିଶତ ବ୍ଲଡ଼ ସପ୍ଲାଇ ସୈନିକଙ୍କ ପାଇଁ ରଖାଯାଉ l

ଜେନେରାଲ ବାଜବା ଏକ ଚିଠିରେ ପାକିସ୍ତାନ ଅଧିକୃତ କାଶ୍ମୀର ସ୍ୱାସ୍ଥ୍ୟମନ୍ତ୍ରୀ ଡା.ମହମଦ ନଯିବଙ୍କୁ ଏକ ଚିଠି ଲେଖିଛନ୍ତି “ଦୟାକରି POK ର ସମସ୍ତ ଚିକିତ୍ସାଳୟରେ  ୫0 ପ୍ରତିଶତ ବେଡ଼ ଓ ୫0 ପ୍ରତିଶତ ବ୍ଲଡ଼ ସପ୍ଲାଇ ପ୍ରତ୍ୟକ ମୁହୁର୍ତରେ ପାକିସ୍ତାନ ସୈନ୍ୟ ପାଇଁ ରିଜର୍ଭ ରଖିଥାନ୍ତୁ l ଜରୁରୀ କାଳୀନ ପରିସ୍ଥିତି ପାଇଁ ବ୍ଲଡ଼ବ୍ୟାଙ୍କ ରେ ପ୍ରଚୁର ମାତ୍ରାରେ ବ୍ଲଡ଼ ମହଜୂତ ରଖନ୍ତୁ l ”

ଜେନେରାଲ ବାଜବା ଏହି ଚିଠିଟି ଏମିତି ସମୟରେ ଲେଖିଛନ୍ତି ଯେତେବେଳେ ଭାରତ ଓ ଚୀନ ମଧ୍ୟରେ ଏକ ଉତେଜନା ପୂର୍ଣ୍ଣ ଓ ସମ୍ବେଦନଶିଳ ମୁହୂର୍ତ ଚାଲିଛି l ଅନ୍ୟ ପଟରେ ପାକିସ୍ତାନ LOC ରେ କ୍ରମାଗତ ଭାବେ ସିଜ ଫାଇଆର ଉଲଂଘନ ହେବାରେ ଲାଗିଛି l କାଶ୍ମୀରରେ ଆତଙ୍କବାଦୀ ଓ ସୁରକ୍ଷା କର୍ମୀଙ୍କ ମଧ୍ୟରେ ପ୍ରାୟ ପ୍ରତେକଦିନ ମୁହାଁମୁହିଁ ଚାଲିଛି l ଶୁକ୍ରବାର ଦିନ ସୁରକ୍ଷା କର୍ମୀଙ୍କ ଦ୍ୱାରା ତିନିଜଣ ଆତଙ୍କବାଦୀ ଙ୍କର ମୃତ୍ୟୁ ହୋଇଥିଲା l ବର୍ତ୍ତମାନ ଚୀନ ଓ ଭାରତ ମଧ୍ୟରେ ଚାଲିଥିବା ଉତେଜନା କୁ ଦେଖି ପାକିସ୍ତାନ ସଜାଗ ହୋଇ ଯାଇଛି l

Leave A Reply