କନ୍ଧମାଳ : କନ୍ଧମାଳ ଜିଲ୍ଲାରେ ଆଜି ପୁଣି ଜଣେ କରୋନା ସଂକ୍ରମିତ ଚିହ୍ନଟ , ଏହାକୁ ମିଶାଇ ଜିଲ୍ଲାରୁ ୧୭୭ ଜଣ କରୋନା ଚିହ୍ନଟ,୧୨ ସଂକ୍ରମିତ ସୁସ୍ଥ
ଫୁଲବାଣୀ : କନ୍ଧମାଳ ଜିଲ୍ଲାରେ ଆଜି ପୁଣି ଜଣେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୨ ଜଣ ସଂକ୍ରମିତ ଭଲ ହୋଇ ଘରକୁ ଫେରିଛନ୍ତି । ଆଜି ଚିହ୍ନଟ ହୋଇଥିବା ସଂକ୍ରମିତ ଜଣକ ଜଣେ କରୋନା ଯୋଦ୍ଧା ଓ ସେ ଜି ଉଦୟଗିରିର ଏକ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟ କରୁଥିଲେ । ତାଙ୍କୁ ଫୁଲବାଣୀ କୋଭିଡ୍ ହସ୍ପିଟାଲରେ ଭର୍ତି କରାଯାଇଛି ।
ଏହାକୁ ମିଶାଇ ଜିଲ୍ଲାରୁ ୧୭୭ ଜଣ ସଂକ୍ମିତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରେ ୯ ଜଣ କରୋନା ଯୋଦ୍ଧା ସାମିଲ ଅଛନ୍ତି । ସେହିପରି ଆଜି ଜିଲ୍ଲାର ୧୨ ଜଣ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହି ୧୨ ଜଣଙ୍କୁ ମିଶାଇ ମୋଟ ୧୫୭ ଜଣ ସୁସ୍ଥ ହୋଇଛନ୍ତି । ବାକି ୨୦ ଜଣ ସଂକ୍ରମିତ ବର୍ତମାନ ଚିକିତ୍ସାଧିନ ରହିଥିବା ଜଣା ପଡିଛି ।