Odisha news

ଅଡବା ପୋଲିସ କୁ ମିଳିଛି ବଡ଼ ସଫଳତା ୪୮ଲକ୍ଷ ଟଙ୍କାର ଗଞ୍ଜେଇ ସହ ବାଇକ ଓ କାର ଜବତ, ଗଞ୍ଜେଇ ମାଫିଆ ଫେରାର

0
ପାରଳାଖେମୁଣ୍ଡି:୨୫/୮(ଗରୁଡ଼ ଧ୍ଵଜ ଚୌଧୁରୀ) ଅଡବା ପୋଲିସ କୁ ବଡ଼ ସଫଳତା ଗଜପତି ଜିଲ୍ଲା ମୋହନା ବ୍ଲକ ଅଡବା ଥାନା ଅନ୍ତର୍ଗତ ଭାଲିପଙ୍କ ଗ୍ରାମ ରାସ୍ତାରେ ଅଡବା ପୋଲିସ ପେଟ୍ରୋଲିଙ୍ଗ କଲାବେଳେ ଏକ ମ୍ୟାକ୍ସ  ପିକ୍ ଅପ୍ ଗାଡ଼ି ରେ ଚାଲାଣ ହେଉଥିବା ଗଞ୍ଜେଇ ଜବତ କରିଛନ୍ତି l ଏହାସହ ଗଞ୍ଜେଇ ଗାଡି କୁ ସୁରକ୍ଷା ଦେଉଥିବା ଦୁଇଟି ବାଇକ ମଧ୍ୟ ଜବତ କରାଯାଇଛି l ପୋଲିସ କୁ ଦେଖି ଚାଲାଣ କାରି ମାନେ ଜଙ୍ଗଲ ମଧ୍ୟକୁ ଚମ୍ପଟ ମାରିଥିଲେ  ପୋଲିସ ଉକ୍ତ ଗାଡ଼ିରୁ ୮୧୬ କେଜି ୧୦୦ ଗ୍ରାମ ଗଞ୍ଜେଇ ଜବତ କରିଛି l ଜବତ ଗଞ୍ଜେଇ ର ମୂଲ୍ୟ ୪୮ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି lକେସ ନମ୍ବର ୧୨୬/୨୩ ରେ ମାମଲା ରୁଜୁ କରି ପୋଲିସ ଘଟଣା ର ତଦନ୍ତ ଜାରି ରଖିଛି। ଗଜପତି ଜିଲ୍ଲାର ମୋହନା ବ୍ଲକ ଅଞ୍ଚଳ ଗଞ୍ଜେଇ ଚାଷର ଭୂସ୍ବର୍ଗ ପାଲଟିଥିବା ଜବତ ହେଉଥିବା ଗଞ୍ଜେଇ ରୁ ଅନୁମାନ ହେଉଛି। ମୋହନା ଓ ଅଡବା ପୋଲିସର ଘନ ଘନ ପେଟ୍ରୋଲିଙ୍ଗ ଯୋଗୁ କୋଟି କୋଟି ଟଙ୍କାର ଗଞ୍ଜେଇ ଜବତ କରିବାରେ ପୋଲିସ ସଫଳ ହୋଇଥିବା ବେଳେ  ସହ ସହ ଗାଡ଼ି ଜବତ କରି ଆସାମୀ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି
Leave A Reply