Odisha news

ସାକ୍ଷୀଗୋପାଳ କଲେଜରେ ବିପର୍ଯୟ ମୁକାବିଲା ନିମନ୍ତେ ଦିନିକିଆ କର୍ମଶାଳା

0
ସାକ୍ଷୀଗୋପାଳ : ଉତ୍କଳ ବିଶ୍ୱବିଦ୍ୟାଳୟ ଏବଂ ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ଏକ ବିପର୍ଯ୍ୟୟ ମୁକାବିଲା ନିମନ୍ତେ ଦିନିକିଆ କର୍ମଶାଳା  ଆଜି ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟର ପରିସର ମଧ୍ୟରେ ଆୟୋଜିତ ହୋଇଯାଇଛି l ବିପର୍ଯ୍ୟୟ ପରିସ୍ଥିତିରେ କିପରି ଗୋଟିଏ ମଣିଷ ଅନ୍ୟ ଗୋଟିଏ ମଣିଷର ଜୀବନ ରକ୍ଷା କରିପାରିବ, ସେ ଶିକ୍ଷା ଦେବା ଥିଲା ଏହି ଶିବିରର  ମୁଖ୍ୟ ଉଦ୍ଦେଶ୍ୟ l ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ତଥା ସଭାପତି ଭାବେ ଯୋଗଦେଇ ପିଲାମାନଙ୍କୁ ବିପର୍ଯ୍ୟୟ ପରିସ୍ଥିତିରେ ସାହାସିକତାର ସହିତ ବିପଦର ମୁକାବିଲା କରିବା ନିମନ୍ତେ ପ୍ରେରଣା ଦେଇଥିଲେ l ମୁଖ୍ୟବକ୍ତାଭାବେ ଉତ୍କଳ ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ଛାତ୍ରାବାସର ୱାର୍ଡେନ ତଥା ବାଣିଜ୍ୟ ବିଭାଗର ମୁଖ୍ୟ ପ୍ରଫେସର ବି. କେ. ହୋତା ଏବଂ ରୁଷା କୋଡିନେଟର ପ୍ରଫେସର ଏସ. କେ ବଡମାଲି ଯୋଗଦେଇ ଗ୍ରାମାଞ୍ଚଳର ଛାତ୍ରଛାତ୍ରୀଙ୍କୁ ଏପରି ତାଲିମ ଦେବାର ଆବଶ୍ୟକତା ରହିଛି ବୋଲି ମତବ୍ୟକ୍ତ କରିଥିଲେ l ସମ୍ମାନିତ ଅତିଥି ଭାବେ ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ସତ୍ୟ ଶିବ ସୁନ୍ଦର ମିଶ୍ର, ରୁଷା କୋଡିନେଟର ପ୍ରଫେସର ରତ୍ନାକର ସାହୁ, ଜାତୀୟ ସେବା ଯୋଜନାର ଅଧିକାରୀ ଡ଼ଃ ଶଙ୍କର୍ଷଣ ପ୍ରଧାନ, ସ୍ଥାନୀୟ ସରପଞ୍ଚ  ଶ୍ରୀଯୁକ୍ତ ଚିନ୍ମୟ ପ୍ରଧାନ ଏବଂ ଓଡିଶା ବିପର୍ଯ୍ୟୟ ପ୍ରଶମନ ତ୍ୱରିତ ବାହିନୀ (ODRAF ) ଖୋର୍ଦ୍ଧାର ମୁଖ୍ୟ ହାବିଲଦାର ମେଜର  ନିରୁ ନାୟକ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ l ମହାବିଦ୍ୟାଳୟ ନିକଟସ୍ଥ ଏକ ଜଳାଶୟରେ ଅନୁଷ୍ଠାନର ପ୍ରାୟ ଚାରିଶହ ଛାତ୍ରଛାତ୍ରୀମାନଙ୍କ ଉପସ୍ଥିତି ରେ ଓଡ୍ରାଫ ଟିମ କିପରି ଜଳ ମଧ୍ୟରେ ବୁଡିଯାଉଥିବା ମଣିଷକୁ ଉଦ୍ଧାର କରାଯାଇପାରିବ, ତାହାର ନକଲ ଦେଖାଇଥିଲେ l ଉତ୍କଳ ବିଶ୍ୱବିଦ୍ୟାଳୟର ତରଫରୁ ଓଡ୍ରାଫ ଟିମ ସମେତ ଉପସ୍ଥିତ ଅତିଥିମାନଙ୍କୁ ସମ୍ବୋର୍ଦ୍ଧିତ କରାଯାଇଥିଲା l ବିଶ୍ୱବିଦ୍ୟାଳୟ  ପ୍ରୋଗାମ ସଂଯୋଜିକା  ଅନନ୍ୟା ପଟ୍ଟନାୟକ ସମସ୍ତ କାର୍ଯ୍ୟକ୍ରମଟିକୁ ପରିଚାଳନା କରିବା ସହିତ  କାର୍ଯ୍ୟକ୍ରମର ସଫଳତା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l
Govt
Leave A Reply