Odisha news

ରାଜ୍ୟ ସରକାରଙ୍କ ରିଲିଫ୍ ଫଣ୍ଡକୁ ଦେଢ଼ କୋଟି ସହାୟତା ଦେଲା ପିପିଏଲ

0

ପାରାଦୀପ,୨୮ା୪- ବର୍ତ୍ତମାନ କରୋନା ମହାମାରି ମୁକାବିଲା ନିମନ୍ତେ ରାଜ୍ୟ ସରକାର ଜୋରଦାର ପଦକ୍ଷେପ ନେଉଛନ୍ତି । ଏହି ସହାୟତାରେ ପାରାଦୀପ ଫସ୍ଫେଟସ୍ ଲିମିଟେଡ୍ (ପିପିଏଲ) ମଧ୍ୟ ସହଯୋଗର ହାତ ବଢ଼ାଇଛି । କମ୍ପାନି ପକ୍ଷରୁ ରାଜ୍ୟ ବିପର୍ଯ୍ୟୟ ପ୍ରସମନ କର୍ତ୍ତୃପକ୍ଷଙ୍କୁ ଦେଢ଼ କୋଟି ଟଙ୍କାର ସହାୟତା ପ୍ରଦାନ କରାଯାଇଛି । କମ୍ପାନି ମହାପ୍ରବନ୍ଧକ (ମାନବ ସମ୍ବଳ) ଜଗନ୍ନାଥ ଖୁଣ୍ଟିଆ ଏହି ଚେକ୍ ବିଭାଗ ମୁଖ୍ୟ ପ୍ରଦୀପ କୁମାର ପ୍ରଧାନଙ୍କୁ ପ୍ରଦାନ କରିଛନ୍ତି । ଏହି ସମୟରେ କମ୍ପାନି କର୍ପୋରେଟ୍ ଆଫାୟର୍ସ ମୁଖ୍ୟ ସୁଧୀ ରଂଜନ ମିଶ୍ର ଓ ସିଏସ୍ଆର ମହାପ୍ରବନ୍ଧକ ସୌମ୍ୟାଶ୍ରୀ ଓମ୍ ପ୍ରକାଶ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply