Odisha news

ଧାମନଗର କୋର୍ଟ ପରିସରରେ ମଧୂବାବୁଙ୍କ ଜୟନ୍ତି ପାଳନ

0

sakalakhabar.com :ଧାମନଗର : ଧାମନଗର କୋର୍ଟ ପରିସରରେ ଉକ୍ରଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ନିରାଡମ୍ବର ଭାବେ ପାଳନ କରାଯାଇଛି । କୋର୍ଟ ପରିସରରେ ଥିବା ମଧୂବାବୁଙ୍କ ପ୍ରତିମୂର୍ତ୍ତିରେ ଆଇନଜୀବୀ ମାନେ ମାଲ୍ୟାର୍ପଣ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଧାମନଗର ପଞ୍ଚାୟତ ସମିତି ଅଧ୍ୟକ୍ଷ ତଥା ଆଇନଜୀବୀ ଅଶୋକ କୁମାର ନାୟକ, ଧାମନଗର ଓକିଲ ସଂଘର ସଭାପତି ଅରୁଣ ପ୍ରକାଶ ନାୟକ, ସମ୍ପାଦକ ଅଭିରାମ ମହାନ୍ତି, ସରକାରୀ ଓକିଲ ଅମରେନ୍ଦ୍ର ମହାନ୍ତି, ବିଷ୍ଣୁ ମୋହନ ପତି, ଆଇନଜୀବୀ ରଣଜିତ୍ ମହାନ୍ତି, ସ୍ନେହାଶିଷ ପଣ୍ଡା, ଲକ୍ଷ୍ମୀନାରାୟଣ ମହାପାତ୍ର, ପ୍ରଜ୍ଞା ପରମିତା ଦାସ, ରମେଶ ଚନ୍ଦ୍ର ବେହେରା, ଅଜିତ୍ କୁମାର ଦାସ, ବାବା ହରେକୃଷ୍ଣ ସେଠୀ, ମନୋଜ କୁମାର ଗୁପ୍ତା, ବିଜୟ କୁମାର ରାମ ପ୍ରମୁଖ ଉପସ୍ଥିତ ରହି ସମଦୂରତା ରକ୍ଷାକରି ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ।

Leave A Reply