କରୋନା ଯୋଦ୍ଧା ଭାବେ ଅଭିହତ ହୋଇଥିବା ଡାକ୍ତରଙ୍କୁ ପୋଲିସ ପକ୍ଷରୁ ସମ୍ପୁର୍ଣ୍ଣ ସୁରକ୍ଷା ପ୍ରଦାନ କରାଯିବ : ରାୟଗଡା ଏସପି
ରାୟଗଡା : କରୋନା ଯୋଦ୍ଧା ଭାବେ ଅଭିହତ ହୋଇଥିବା ଡାକ୍ତରଙ୍କୁ ପୋଲିସ ପକ୍ଷରୁ କଡା ସୁରକ୍ଷା ପ୍ରଦାନ କରାଯିବ । ଏ ନେଇ ଡିଜିପି ଅଭୟଙ୍କ ନିର୍ଦେଶ କ୍ରମେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଡା.ଶ୍ରବଣା ବିବେକ ଏମଙ୍କ ସଭାପତିତ୍ୱରେ ଏକ ବୈଠକ ଏସ.ପି ଅଫିସ ଠାରେ ଅନୁଷ୍ଠିତ ହୋଇଥିଲା । ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ା ଆର୍ତବନ୍ଧୁ ନାୟକ, ଡା. ଦୁଃଖିଶ୍ୟାମ ଦାସ, ଡା. କେ.କେ.କୁମୁନ୍ଦନ, ଓାଇ.ଆର.ରାଓ ଏବଂ ଭାରତୀୟ ମେଡିକାଲ ସଂଗଠନ ରାୟଗଡା ଶାଖାର ଡାକ୍ତର ମାନେ ଉପସ୍ଥିତ ଥିଲେ ।
କାର୍ଯ୍ୟରତ ଡାକ୍ତର ମାନଙ୍କୁ ରାୟଗଡା ପୋଲିସ ତରଫରୁ ସଂପୂର୍ଣ୍ଣ ସୁରକ୍ଷା ପ୍ରଦାନ କରାଯିବା । ଏଥି ସହ ସ୍ୱାସ୍ଥ୍ୟ କର୍ମଚାରୀ ମାନଙ୍କୁ ମଧ୍ୟ ପୋଲିସ ପ୍ରଶାସନ ତରଫରୁ ସୁରକ୍ଷା ପ୍ରଦାନ କରାଯିବ । କରୋନା ରୋଗୀଙ୍କ ଚିକିତ୍ସା କରୁଥିବା ସମୟରେ କିଛି ବିଶୃଙ୍ଖଳା ବ୍ୟକ୍ତି ମାନେ ଡାକ୍ତର ମାନଙ୍କ ଉପରେ ଆକ୍ରମଣ କରୁଥିବା ବହୁ ନଜିର ରହିଛି ।
ଏହାର ଯେପରି ପୁନରାବୃତି ନ ଘଟେ ସେଥି ନେଇ ପୋଲିସ ପ୍ରଶାସନ ତରଫରୁ ଆଗୁଆ ପଦକ୍ଷେପ ନେଇ ଡାକ୍ତର ମାନଙ୍କୁ ସୁରକ୍ଷା ପ୍ରଦାନ କରିବା ପାଇଁ ନିଷ୍ପତି ନିଆଯାଇଛି । ପୋଲିସ ପ୍ରଶାସନର ଏପରି ନିଷ୍ପତିକୁ ରାୟଗଡା ଜିଲ୍ଲାରେ କାର୍ଯ୍ୟରତ ଡାକ୍ତର ମାନେ ସ୍ୱାଗତ କରିଛନ୍ତି ।