ପାରାଦୀପ : ଓଡିଶା ରଞ୍ଜି ଟିମ ରେ ଯୋଗ୍ୟ ବିବେଚିତ ହୋଇଛନ୍ତି ଜାମଳାଭଞ୍ଜନ ମହାପାତ୍ର। ସେ ରାଜ୍ୟ ର ୧୯ବର୍ଷ ରୁ କମ ଓ ୨୩ବର୍ଷରୁ କମ ଟିମ ରେ ଯୋଗ ଦାନ କରି ଦକ୍ଷତା ପଦର୍ଶନ କରି ରାଜ୍ୟ ରେ ବହୁବାର ଗୌରବାନିତ୍ୟ ହୋଇଛନ୍ତି। ସେ ଜାତୀୟ ସ୍ରର ରଞ୍ଜି ଟିମ ରେ ଖେଳିବା ସ୍ଵଭାଗ୍ୟ ହାସଲ କରିଥିବାରୁ ତାଙ୍କୁ ରାଜ୍ୟ ଭିତରୁ ଓ ରାଜ୍ୟ ବାହାରୁ ଶୁଭେଚ୍ଛା ର ସୁଅ ଆସିବାରେ ଲାଗିଛି। ସେ ତାଙ୍କ ଛାତ୍ର ଜୀବନରୁ ଖେଳ ପ୍ରତି ଆଗ୍ରହ ଥିବାରୁ ପାରାଦୀପ ମୁନିସିପାଲିଟି ହାଇସ୍କୁଲ ରୁ ଜିଲ୍ଲା ସ୍ତରିୟ କ୍ରିକେଟ ଟିମ ରେ ଖେଳି ନିଜର ଦକ୍ଷତା ପଦର୍ଶନ କରିଛନ୍ତି। ଜିଲ୍ଲାସ୍ତର ରୁ ପ୍ରତିନିଧିତ୍ବ କରି ରାଜ୍ୟ ସ୍ତରରେ ଓସିଏ ପକ୍ଷରୁ ଆୟୋଜିତ ବିଭିନ୍ନ ମ୍ୟାଚରେ ନିଖୁଣତା ପ୍ରଦର୍ଶନ କରି ଗୌରବାନିତ୍ୟ ହୋଇଛନ୍ତି। ସେ ଜଣେ ଲେଫ୍ଟ ହାଣ୍ଡ ବୋଲର (ବାମ ହାତି )ବୋଲର ଭାବେ ପ୍ରସିଦ୍ଧ ଲାଭ କରିଛନ୍ତି। ଓଡିଶା ପ୍ରିମିୟର ଲିଗ ରେ ଖେଳି ମ୍ୟାନ ଅଫ ଦି ମ୍ୟାଚ ହେବାର ସୌଭାଗ୍ୟ ହାସଲ କରିଛନ୍ତି। କଳାହାଣ୍ଡି କପ ରେ ଟିମ ଚାମ୍ପିୟାନ ରେ ଶ୍ରୀ ମହାପାତ୍ର ଙ୍କ ଭୂମିକା ଗୁରୁତ୍ୱ ପୂର୍ଣ୍ଣ ଥିଲା। କ୍ରିକେଟ ଖେଳରେ ରୁଚି ଥିବା ଉଚ୍ଚ ବିଦ୍ୟାଳୟ ସ୍ତର ରୁ ନିଷ୍ଠା ଆନ୍ତରିକ ଆଜି ତାଙ୍କୁ ଜାତୀୟ ସ୍ତର ରେ ପରିଚୟ ଆଣି ଦେଇଛି। ଓଡିଶା କ୍ରିକେଟ ଦଳ ପକ୍ଷ ରୁ ଦିଲ୍ଲୀ ରେ ଦିଲ୍ଲୀ ସହିତ ମୁକାବିଲା ରେ ଖେଳିବାର ସୌ ଭାଗ୍ୟ ହାସଲ କରି ପ୍ରଶଂସା ପାତ୍ର ହୋଇଛନ୍ତି। ଜାମଳା ଭଞ୍ଜନ ପିତା ପ୍ରମୋଦ କୁମାର ମହାପାତ୍ର ମାତା ନମିତା ମହାପାତ୍ର,ଜଗତସିଂହପୁର ଜିଲ୍ଲା, ତିର୍ତ୍ତୋଲ ବ୍ଲକ, ସାମନ୍ତରାପୁର ପଞ୍ଚାୟତ ଅନୁପଲା (କଣ୍ଟପଦା )ଗ୍ରାମ ର ଅଟନ୍ତି। ତାଙ୍କର ସଫଳତା ରେ ଜଗତସିଂହପୁର ସାଂସଦ ରାଜଶ୍ରୀ ମଲ୍ଲିକ,ପାରାଦୀପ ବିଧାୟକ ସମ୍ବିତ ରାଉତ ରାୟ, ତ୍ରି୍ତୋଲ ବ୍ଲକ ଅଧ୍ୟକ୍ଷ ମନୋଜ ବେହେରା, ସାମନ୍ତରାପୁର ପଂଚାୟତ ର ସରପଞ୍ଚ ମଧୁସ୍ମିତା ବେହେରା, ପାରାଦୀପ ପୌରାଧକ୍ଷ ବସନ୍ତ ବିଶ୍ୱାଳ,ଆମ ପାରାଦୀପ ଆମ ପ୍ରଗତି ର ଉପଦେଷ୍ଟା ଅରିନ୍ଦମ ସରଖେଲ, ପାରାଦୀପ ବଣିକ ସଙ୍ଘ ସଭାପତି ପତି ସନ୍ତୋଷ କୁମାର ପଟ୍ଟନାୟକ,ବିଜେପି ର ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ତଥା ସମ୍ପଦ ସ୍ୱାଇଁ,ୟେରନେସ ନାଇଟ ଏଙ୍ଗଲ ବିଜେତା ପ୍ରେମଳତା ବାରିକ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି।