Odisha news

ବାଲିକୁଦା ଏରସମା ପରେ କୁଜଙ୍ଗ ରେ କୈବର୍ତ୍ତ ମହାସମାବେଶ

0
ପାରାଦୀପ : ଜଗତସିଂହପୁର ଜିଲ୍ଲା ସାରଳା ମଣ୍ଡଳ ବାଲିକୁଦା କୈବର୍ତ୍ତ ସଂଘ ଓ ଏରସମା କୈବର୍ତ୍ତ ସଂଘ ବ୍ଳକ ସ୍ତରୀୟ କୈବର୍ତ୍ତ ସମାବେଶ ବାଲିପାଟଣା ମେଳନ ପଡିଆ ଓ  ପଦ୍ମପୁର କେନ୍ଦୁ ମଠ ଠାରେ ସରିବା ପରେ ଆଜି କୁଜଙ୍ଗ ବ୍ଲକ ମୁକ୍ତେଶ୍ଵର ମଣ୍ଡପ ଠାରେ ଏକ ବିଶାଳ ସମାବେଶ ଅନୁଷ୍ଠିତ ହୋଇଯାଇଛି  | ନିଖିଳ ଓଡିଶା କୈବର୍ତ୍ତ ଜିଲ୍ଲା ସଂଘ ର ସଭାପତି କୈଳାଶ ବେହେରା ଙ୍କ ସଭାପତିତ୍ବରେ ଆଜି ଅନୁଷ୍ଠିତ ଏହି ବିରାଟ ସାଧାରଣ ସଭାରେ ରାଜ୍ଯ ସଭାପତି ତଥା ପୂର୍ବତନ ମନ୍ତ୍ରୀ ଯୋଗେନ୍ଦ୍ର ବେହେରା , ରାଜ୍ଯ ସାଙ୍ଗଠନିକ ସମ୍ପାଦକ ତଥା ସାରଳା ମଣ୍ଡଳ କୈବର୍ତ୍ତ ସଂଘ ଜିଲ୍ଲା ସଭାପତି ପ୍ରହଲ୍ଲାଦ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ  ସମ୍ମାନିତ ଅତିଥି ଭାବେ ପ୍ରସନ୍ନ ବେହେରା, ମନୋଜ ବେହେରା,କୁଜଙ୍ଗ ବ୍ଲକ ଅଧ୍ୟକ୍ଷା ରିନା ରାଣୀ ସାହୁ, ଜିଲ୍ଲାପରିଷଦ ସଭ୍ୟା ପୁଷ୍ପଲତା ବେହେରା , ଅକ୍ଷୟ ବେହେରା, ଅମର ଦାସ ପ୍ରମୂଖ ଯୋଗଦେଇ କୈବର୍ତ୍ତ ମାନଙ୍କ ମୌଳିକ ସୁବିଧା ଯୋଗାଇବା ଦାବିରେ ପ୍ରସ୍ତାବ ରଖିଥିଲେ | ବଲାଙ୍ଗିର , ବରଗଡ଼ , ଢେଙ୍କାନାଳ, ଯାଜପୁର , ଭଦ୍ରକ , କେନ୍ଦ୍ରାପଡ଼ା , ଗଞ୍ଜମ, ପୁରୀ , ନୟାଗଡ଼ ଆଦି ସମସ୍ତ ଜିଲ୍ଲାରୁ କୈବର୍ତ୍ତ ସଂଘ ର ବରିଷ୍ଠ କର୍ମକର୍ତ୍ତା ମାନେ ଆସି ଏହି ସମାବେଶରେ ଯୋଗଦେବା ସହ ନିଜ ନିଜ ଜିଲ୍ଲାର କୈବର୍ତ୍ତ ଭାଇ ମାନଙ୍କ ସମସ୍ୟା ଉପରେ ଆଲୋକପାତ କରିଥିଲେ |   ସରକାରଙ୍କ ପାଖରେ ଜାତି ର ଅନେକ ମୌଳିକ ସମସ୍ୟା ଦାବି ରଖାଯିବ ବୋଲି  ଆଜିର ଏହି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା | ବିଶେଷକରି ଜଟାଧାରୀ ମୁହାଣ, ଦେବୀ ମୁହାଁଣ ଓ ଉପକୁଳ ରେ ଥିବା ଅନେକ ମୁହାଁଣ ମୁହଁ ପୋତି ହୋଇ ଯିବାରୁ ସାମୁଦ୍ରିକ ଜୁଆର ଓ ବିଭିନ୍ନ ପ୍ରଜାତିର ମାଛ ସମୂହ ନଦୀକୁ ଆସୁ ନଥିବା , ବିଭିନ୍ନ ନଦୀ ସୌରାତ ମାଫିଆ ଙ୍କ କବଳରେ ଥିବାବେଳେ ପ୍ରଶାସନ ସ୍ତାନୀୟ ପ୍ରାଥମିକ ମତ୍ସ୍ୟ ସମବାୟ ସମିତି କୁ ଏହା ଯୋଗାଇ ଦେବା , ବିଭିନ୍ନ ବ୍ଲକ ରେ ବ୍ଳକ ସ୍ତରୀୟ  କୈବର୍ତ୍ତ ସଭାଗୃହ ସ୍ଥାପନ ଓ ହାଇଜିନିକ୍ ମାଛ ସୁପର ମାର୍କେଟ ନିର୍ମାଣ,  ମୁହାଣ ଓ ଏହାର ଆଭ୍ୟନ୍ତରୀଣ ଅଞ୍ଚଳରେ ବର୍ଷା ଘଡଘଡି ସମୟରେ ମତ୍ସ୍ୟଜୀବୀ ମାନେ ମାଛ ଧରିବା ସମୟରେ ବିପଦର ସମୂଖୀନ ହେଉଥିବା ବେଳେ ସେମାନଙ୍କ ସୁରକ୍ଷା ପାଇଁ ବିପଦ କାଳୀନ ଆଶ୍ରୟ ସ୍ତଳ ନିର୍ମାଣ  ଆଦି ଦାବି ନେଇ ଉପସ୍ଥିତ ସମସ୍ତ କୈବର୍ତ୍ତ ଭାଇ ମାନଙ୍କ ସହ ଆଲୋଚନା ପରେ ଏହା ଆଗାମୀ ଦିନରେ ସରକାରଙ୍କୁ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ଆଜିକାର ସମାବେଶ ରେ ସ୍ଥିର କରାଯାଇଛି | ଖୁବ ଶୀଘ୍ର ଭୁବନେଶ୍ବର ଲୋୟର ପିଏମଜି ରେ ଏକ ବିଶାଳ ରାଜ୍ୟସ୍ତରୀୟ କୈବର୍ତ୍ତ ଜନ ଗର୍ଜନ ସମାବେଶ ଆୟୋଜିତ ହେବ ବୋଲି ସମସ୍ତେ ମତ ଦେଇଥିଲେ | ସଭାପତି ପ୍ରହଲ୍ଲାଦ ବେହେରା ଆଗାମୀ ଦିନରେ ସରକାରଙ୍କ ସହ ଆଲୋଚନା କରି ସମସ୍ତ ଜାତି ଭାଇ ମାନଙ୍କ ସମସ୍ୟା ର୍ ସରଳ ସମାଧାନ ଦିଗରେ ଚେଷ୍ଟା କରିବେ ବୋଲି ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି |
Leave A Reply