ପାରାଦୀପ : ପାରାଦୀପ ଅଧୀନସ୍ଥ ଜମିହରା ସମାଜ ମଙ୍ଗଳ କମିଟି ଆଜି ଆନ୍ଦୋଳନ କରିବା ପାଇଁ ଚେତାବନୀ ଦେଇଚି | ପାରାଦୀପ ପିପିଏଲ କାରଖାନା ଆଗରେ ଆସନ୍ତା 15 ତାରିଖ ସୁଦ୍ଧା ଦାବି ପୂରଣ ନହେଲେ 16 ତାରିଖ ଠାରୁ ଆନ୍ଦୋଳନ କରାଯିବ ବୋଲି କମିଟି ର ଶ୍ରୀଧର ବେହେରା, ଭାଗ୍ୟଧର ବିଶ୍ଵାଳ , ମିହିର କୁମାର ସ୍ୱାଇଁ , ସୁବାଷ ମହାପାତ୍ର ବାଳକୃଷ୍ଣ ଜେନା ପ୍ରମୂଖ ଏକ ସାମ୍ବାଦିକ ସମ୍ମିଳନୀରେ ଆଜି ପ୍ରକାଶ କରିଛନ୍ତି | ତାଙ୍କ ଅଭିଯୋଗ ଅନୁଯାଇ କମ୍ପାନୀ କ୍ଷତିଗ୍ରସ୍ତ ପରିବାର କୁ ଅଣଦେଖା କରୁଛି | ବାରମ୍ବାର ଆନ୍ଦୋଳନ ଓ ପ୍ରଶାସନିକ ଅଧିକାରୀ ଙ୍କ ସାମ୍ନା ରେ ଆଲୋଚନା ପରେ ମଧ୍ଯ କମିଟି କୁ କମ୍ପାନୀ ସେତେଟା ଗୁରୁତ୍ଵ ଦେଉନଥିବା ଓ ମନ ଇଚ୍ଛା ନିଯୁକ୍ତି ଦେଉଥିବା ସେମାନେ ଅଭିଯୋଗ କରିଛନ୍ତି | ଠିକା କାର୍ଯ୍ୟ ଠାରୁ ନିଯୁକ୍ତି ପର୍ଯ୍ୟନ୍ତ କମ୍ପାନୀ ଜମିହରା ସମାଜ ମଙ୍ଗଳ କମିଟି ର ଅଗୋଚରରେ କରୁଥିବା ଯୋଗୁଁ ଗତ 5 ତାରିଖ ଦିନ କମିଟି ପକ୍ଷ୍ୟରୁ କମ୍ପାନୀ କର୍ତୃପକ୍ଷ ଙ୍କୁ ଲିଖିତ ଭାବେ ଜାଣଇ ଦିଆଯାଇଛି | ଯଦି କମ୍ପାନୀ କମିଟି ର ସ୍ୱାର୍ଥ କୁ ଦୃଷ୍ଟି ରେ ରଖି ଉଚିତ ପଦକ୍ଷେପ ଗ୍ରହଣ ନକରେ , ତେବେ ଅର୍ଥନୈତିକ ବିରୋଧ କରାଯିବ ବୋଲି କମିଟି ଚେତାବନୀ ଦେଇଚି | ଅନ୍ୟପକ୍ଷରେ ଏହି ଘଟଣା କୁ ନେଇ ପ୍ରତିକ୍ରିୟା ରଖିଛନ୍ତି କମ୍ପାନୀ କର୍ପୋରେଟ ବ୍ୟାପାର ମୁଖ୍ୟ ଶୁଦ୍ଧି ରଞ୍ଜନ ମିଶ୍ର | କମ୍ପାନୀ କୌଣଷି ଆନ୍ଦୋଳନ ବିଷୟରେ ଅବଗତ ନାହିଁ | ଅନେକ ସମୟରେ ଅନେକ ପଞ୍ଜିକୃତ ସଂଗଠନ ଅଭିଯୋଗ ପାଇ ତାହାର ଉଚିତ ବିଚାର ପୂର୍ବକ ପର୍ଯ୍ୟାୟ କ୍ରମେ କାର୍ଯ୍ୟକାରୀ କରାଯାଏ ଓ ଏଭଳି କିଛି ଅଭିଯୋଗ ଆସିଲେ ଆମେ ନିଶ୍ଚିତ ସେମାନଙ୍କ ସହ ଆଲୋଚନା କରିବୁ ବୋଲି ସେ ପ୍ରକାଶ କରିଛନ୍ତି |