ପାରାଦୀପ : ପାରାଦୀପ ଅଠରବାଙ୍କୀ ନଦୀ ରେ ଭାସିଗଲେ ନାବାଳିକା | ଆଜି ସକାଳେ ଖୁଦୁରୁକୁଣି ଓଷା ରେ ବାଲୁକା ପୂଜା ପାଇଁ କିଛି ସାଙ୍ଗ ଓ ନିଜ ବଡ ମା ଙ୍କ ସହ ଯାଇଥିବା ଜଣେ ନାବାଳିକା ନଦୀ ରେ ଭାସିଯାଇଥିବା ସୂଚନା ମିଳିଛି | ନାବାଳିକା ଜଣ ଙ୍କ ଆରତି ମଲ୍ଲିକ ଓ ତାଙ୍କ ବୟସ 14 ବର୍ଷ ହୋଇଥିବା ବେଳେ ତାଙ୍କୁ ଅଗ୍ନିଶମ ବିଭାଗ ଓ ସ୍ତାନୀୟ ଲୋକ ଖୋଜାଖୋଜି କରି ମଧ୍ଯ ପାଇ ନାହାଁନ୍ତି | ଅଠରବାଙ୍କୀ ପୋଲ ତଳେ ଥିବା ଶାଖା ନଦୀ ରେ ଏହି ଦୁର୍ଘଟଣା ଆଜି ଘଟିଥିବା ବେଳେ କିଛି ମାଛ ଧରାଳିଙ୍କ ନଜରରେ ପ୍ରଥମେ ଏହି ଘଟଣା ଆସିଥିଲେ ମଧ୍ଯ ସେମାନେ ଉଦ୍ଧାର କରି ପାରି ନ ଥିଲେ | ସମସ୍ତଙ୍କ ଆଖି ସାମ୍ନା ରେ ନାବାଳିକା ଟି ଭାସି ଭାସି କିଛି ଦୂରରେ ବୁଡି ଯାଇଥିବା ଜଣାପଡ଼ଛି |