Odisha news

ରାଜପଥ ଦୋହରୀ କରଣ ନାମରେ ରାସ୍ତା ଖୋଳା , ଓଲଟିଲା ଟ୍ରକ

0

ପାଣିକୋଇଲି : ୧୬ ନମ୍ବର ଜାତୀୟ ରାଜପଥ ୬ ଲେନ କାମ ଚାଲୁ ରହିଛି । କିନ୍ତୁ ଠିକାଦାରୀ ସଂସ୍ଥାରରାସ୍ତା ନିର୍ମାଣରେ ଅହେତୁକ ବିଳମ୍ବତା ଦୁର୍ଘଟଣାର ପ୍ରମୁଖ କାରଣ ପାଲଟଛି । ଅନେକ ସ୍ଥାନରେ ବର୍ଷ ବର୍ଷ ଧରି କାମ ଚାଲୁକି ନ ଚାଲୁ ରାଜପଥକୁ ଅବରୋଧ କରି ରଖାଯାଇଛି । ଫଳରେ ଗୋଟଇଏ ରାସ୍ତାରେ ଉଭୟ ପାଶ୍ୱର୍ର ଗାଡି ଯାତାୟତ କରୁଛଇ । ଫଳରେ ବହୁ ସମୟରେ ଦୁର୍ଘଟଣା ଓ ରାସ୍ତା ଜାମ ରହୁଛି । ଅବଶ୍ୟକତା ଠାରୁ ଅଧିକ ସ୍ଥାନରେ କାମ ହେବା ନାମରେ ରାସ୍ତା କଡ ଖୋଳା ଯାଇଛି ।

ଏହି ଖାଲ ଖୋଳାଯିବା ପରେ ଏହାର କଡରେ ସୂଚନା ରହିବା କଥା । ମାତ୍ର ତାହା ମଧ୍ୟ କରାଯାଇ ନାହିଁ । ଫଳରେ ରାସ୍ତାକୁ ଲାଗି ୩ ଫୁଟର ଖାଲ ହୋଇଛି । ଏହା ପୁଣି ୫ ଶହ ମିଟର ପର୍ଯ୍ୟନ୍ତ ଖୋଳା ହୋଇ ପଡିଛି । ଯାହା ଦ୍ୱାରା ଗାଡି ଚାଳକ ମାନେ ରାତ୍ରୀରେ ଯାତାୟତ ସମୟରେ ରାସ୍ତା କଡକୁ ଖସିପଡୁଛନ୍ତି । ଏଭଳି ଅବସ୍ଥା ବୁଧବାର ରାତ୍ରୀରେ ଦେଖିବାକୁ ମିଳିଛି । ପାଣିକୋଇଲି ଥାନା ଅନ୍ତର୍ଗତ ପାଣିକୋଇଲି ସଠିପୁର ରାସ୍ତାରେ ଏହି କାଲରେ ଏକ ଟ୍ରକ ପଡି ସମ୍ପୂର୍ଣ୍ଣ ଓଲଟି ପଡିଛି । ସୌଭାଗ୍ୟ ବଶତଃ ଚାଳକ ଓ ଖଲାସୀ ମୃତୁ୍ୟରୁ ରକ୍ଷା ପାଇ ଯାଇଛନ୍ତି

Leave A Reply