Odisha news

ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ଆଜି ପୂର୍ବ ସତ୍ୟବାଦୀ ଅଞ୍ଚଳର ବନ୍ୟାଞ୍ଚଳ ପରିଦର୍ଶନ

0

ସାକ୍ଷୀଗୋପାଳ : ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ଆଜି ପୂର୍ବ ସତ୍ୟବାଦୀ ଅଞ୍ଚଳର ବନ୍ୟାଞ୍ଚଳ ଗସ୍ତରେ ଯାଇଥିଲେ. ନୂଆଗାଁ ରାଇଟ ଡ୍ରେନରେ ଉଦବୃତ୍ତ ବର୍ଷା ଜଳ ନିଷ୍କାସନ ହୋଇପାରୁନାହିଁ. ଫଳରେ ବଳରାମ ପୁର ଗଡ଼, ପରଜାପଡା, ରାୟଖଣ୍ଡି, ମହୁରା, କେତକୀପାଟଣା ଓ ବିଦ୍ୟାଧର ପୁର ପଞ୍ଚାୟତ ଅନ୍ତର୍ଗତ 24  ଗୋଟି ମୌଜାର 24000  ହେକ୍ଟର ଧାନ ଜମିରେ ଆଜି ପର୍ଯ୍ୟନ୍ତ ଦୀର୍ଘ ୮ ଦିନ ହେଲାଣି ବନ୍ୟା ଜଳ ରହିଅଛି. ଧାନ ଫସଲ ପାଣିରେ ବୁଡି ରହିଅଛି. ନୂଆଗାଁ ରାଇଟ ଡ୍ରେନରେ ଜଳ ନିଷ୍କାସନ ହୋଇ ନ ପାରିବାରୁ ଏହି ସମସ୍ୟା  ସୃଷ୍ଟି ହୋଇଅଛି.

ଜଳ ନିଷ୍କାସନ ସମସ୍ୟାର ସ୍ଥାୟୀ ସମାଧାନ ନିମନ୍ତେ ବିଧାୟକ ଏହି ଅବସରରେ ଘୋଷଣା କରିଥିଲେ. ନୂଆଗାଁ ରାଇଟ ଡ୍ରେନର ବ୍ରାହ୍ମଣ ଖଣ୍ଡି ଠାରୁ ନୂଆଗାଁ ପର୍ଯ୍ୟନ୍ତ 13.5   କିଲୋମିଟର ଖନନ ନିମନ୍ତେ 3.65   କୋଟି ଟଙ୍କା ଟେଣ୍ଡର ହୋଇଅଛି. ଏହି ଡ୍ରେନ 10  ରୁ 20   ମିଟର ଓସାର ଓ 1.5  ମିଟର ଗଭୀରରେ ଖନନ କରାଯିବ. ଏହି ମୁଖ୍ୟ ଡ୍ରେନରେ ପଡ଼ିଥିବା 13  ଗୋଟି ଲିଙ୍କ ଡ୍ରେନ ମଧ୍ୟ ଖନନ କରାଯିବ. ଏଗୁଡିକର ଲମ୍ୱ ପ୍ରାୟ 25   କିଲୋମିଟର. ଆସନ୍ତା ଜାନୁଆରୀ ମାସରୁ ଏହି କାର୍ଯ୍ୟ ଆରମ୍ଭ ହେବ. ଏହି ଡ୍ରେନ ଖନନ ହେଲେ ଏହି ଅଞ୍ଚଳର ଦୀର୍ଘ ଦିନର ଜଳ ନିଷ୍କାସନ ସମସ୍ୟାର ସମାଧାନ ହୋଇପାରିବ.
ବ୍ଲକ ଅଧ୍ୟକ୍ଷା ସସ୍ମିତା ପ୍ରଧାନ, ଜଳ ନିଷ୍କାସନ ବିଭାଗର ନିର୍ବାହୀ ଯନ୍ତ୍ରୀ ଭଗବାନ ଚନ୍ଦ୍ର ଦାସ, ଏସ ଡି ଓ ଦେବେନ୍ଦ୍ର ନାରାୟଣ ଷଡ଼ଙ୍ଗୀ, କନିଷ୍ଠ ଯନ୍ତ୍ରୀ ସଞ୍ଜୟ ପଣ୍ଡା, ତହସିଲଦାର ମନୋଜ କୁମାର ନାୟକ, ବି ଡି ଓ ସରୋଜ କୁମାର ଦତ୍ତ, ସହକାରୀ କୃଷି ଅଧିକାରୀ ସାନ୍ତା ସୁଚରିତା ଦାସ, ଶୋଲେସ ଦାସ, ଜିଲ୍ଲା ପରିଷଦ ସଭ୍ୟ ଧ୍ରୁବ ଚରଣ ଦାସ ଓ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ରଙ୍କ ସମେତ   ସମସ୍ତ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ଓ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ.
Nalco
Leave A Reply