Odisha news

ଜାଣନ୍ତୁ କିଏ ସେହି ଗୋଆର ହୋଟେଲ ମାଲିକ :ଯାହାଙ୍କ ସହିତ ରହିଛି ରିୟାଙ୍କର ଡ୍ରଗ୍ସ କନେକ୍ସନ

0

ନୂଆଦିଲ୍ଲୀ : ଚଳଚିତ୍ର ଅଭିନେତା ସୁଶାନ୍ତ ସିଂହଙ୍କ କେସକୁ ନେଇ ଯାଞ୍ଚ ଚାଲିଥିବା ବେଳେ ରିୟା ଚକ୍ରବର୍ତୀଙ୍କର ଡ୍ରଗ୍ସ କନେକ୍ସନକୁ ନେଇ ଆଉ ଗୋଟିଏ ନାମ ସାମ୍ନାକୁ ଆସିଛି l ସେହି ନାମଟି ହେଉଛି ଗୌରବ ଆର୍ଯ୍ୟ ,ଯାହାଙ୍କ ଉପରେ ରିୟାଙ୍କୁ ଡ୍ରଗ୍ସ ସପ୍ଲାୟ କରିବାର ଆରୋପ ଲାଗ ଯାଇଛି l ଭାଇରାଲ ହେଉଥିବା ହ୍ଵାଟ୍ସଆପ ଚାଟିଙ୍ଗରେ ରିୟା ଓ ଗୌରବଙ୍କ ମଧ୍ୟରେ ଡ୍ରଗ୍ସକୁ ନେଇ କଥାବାର୍ତା ହେଉଥିଲା l CBI ଓ NCB ମାମଲାର ଯାଞ୍ଚ କରୁଛନ୍ତି l

ଗୌରବ ଆର୍ଯ୍ୟଙ୍କର ଗୋଆରେ ଅଞ୍ଜୁନା ଓ ରିଜୋଟ ଆଉ କାଫେ ମଧ୍ୟ ରହିଛି l ସେ ନିଜର କାଫେ ଓ ରିଜୋଟକୁ ନେଇ ଖୁବ ଗୋଆରେ ଜଣାଶୁଣା ଅଟନ୍ତି l ଗୌରବ ଦିଲ୍ଲୀରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ ଏକ ଆଡ଼ଭାଟାଇଜିଙ୍ଗ କମ୍ପାନୀ ଜରିଆରେ l ସେ UK ରୁ ସଂଗୀତରେ ଶିକ୍ଷା ଅର୍ଜନ କରିବା ପରେ ୨୦୦୭ ରେ ଗୋଆ ଚାଲିଯାଇଥିଲେ l ଗୌରବ ଆର୍ଯ୍ୟଙ୍କର ବଲିଉଡ କନେକ୍ସନ ଥିବା ଖବର ମଧ୍ୟ ସାମ୍ନାକୁ ଆସିଛି l ଡ୍ରଗ୍ସ ମାମଲାକୁ ନେଇ ଗୌରବ ଆର୍ଯ୍ୟଙ୍କ ନାମ ସାମ୍ନାକୁ ଆସିବା ପରେ ତାଙ୍କର ଓକିଲ ମନୁ ଶର୍ମା ଏହି ଆରୋପକୁ ଖାରଜ କରିଛନ୍ତି l

ଗୌରବଙ୍କ ଓକିଲ କହିଛନ୍ତି ଗୌରବ ଓ ସୁଶାନ୍ତଙ୍କ ମଧ୍ୟରେ କୌଣସି ସମ୍ପର୍କ ନଥିଲା l ରିୟାଙ୍କ ସଂସ୍ପର୍ଶରେ ୨୦୧୭ ରେ ଗୌରବ ଆସିଥିଲେ ,କିନ୍ତୁ ୨୦୨୦ ରେ ଏହିପରି କୌଣସି ଘଟଣା ଘଟି ନାହିଁ l ଏହା ସହିତ ତାଙ୍କ ଓକିଲ ଡ୍ରଗ୍ସ ସହିତ ସମ୍ପର୍କକୁ ସମ୍ପୂର୍ଣ ଖାରଜ କରିଛନ୍ତି l ବର୍ତମାନ ସୁଦ୍ଧା କୌଣସି ଏଜେନ୍ସି ଗୌରବଙ୍କୁ ସମ୍ପର୍କ କରି ନାହାଁନ୍ତି ,ଯଦି ସମ୍ପର୍କ କରିଥାନ୍ତେ ତେବେ ଅଧିକ ତଥ୍ୟ ସମ୍ନାକୁ ଅସିଥାନ୍ତା l

Leave A Reply