Odisha news

ବୈତରଣୀ ନଦୀରେ ବନ୍ୟା : ସରସଦାରେ ଯାଜପୁର ବିଧାୟକ, ଜିଲ୍ଲାପାଳ, ଏସପି

0

ପାଣିକୋଇଲି, : ବୈତରଣୀ ନଦୀରେ ବନ୍ୟା ଫଳରେ ମୂଳାପାଳ ପଂଚାୟତ ଶାବଳା ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ ରହିଛି । ପାଣିକୋଇଲି, ପଥରପଦା ମାଳଆନ୍ଦପୁର ପଂଚାୟତର ଗ୍ରାମବାସୀ ମାନେ ଏବେ ଜଳବନ୍ଦୀରେ ଅଛନ୍ତି । ପାଣିକୋଇଲି ପଂଚାୟତର ପାଣିକୋଇଲି, ଖଜିରପୁର, ପଥରପଦା ପଂଚାୟତର ପଥରପଦା, କାଜିପାଟଣା, ବଡ ବରୁଣାଇପଦା, ଓଚିନ୍ଦା, ମୁଲରୀ, ତାଜପୁର, ଖସାଗଡିଆ, ମାଳଆନ୍ଦପୁର ପଂଚାୟତର ନମଟିକିରି, ନୁରୁଙ୍ଗା, କଂଟିଗଡିଆ, ରୁମାପଶି, ମାଧପୁର, ବ୍ରଜନଗର, ମୂଳାପାଳ, ରୁଢିଆ ଗ୍ରାମରେ ବନ୍ୟା ଜଳ ପ୍ରବେଶ କରିଛି । ଅନେକ ଗ୍ରାମକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।

ଗାଁ ଦାଣ୍ଡରେ ପାଣି ଚାଲୁଛି । ମୂଳାପାଳ ପଂଚାୟତର ସରସଦା ଠାରେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ, ଜିଲ୍ଲାପାଳ ରଂଜନ କୁମାର ଦାସ, ଏଏସପି ଚରଣସିଂହ ମୀନା, ବ୍ୟାସନଗର ତହସିଲଦାର ଶରତ ଚନ୍ଦ୍ର ମହାପାତ୍ର, କୋରାଇ ବିଡିଓ ଶ୍ୱେତା ସିଗ୍ଧା, ପାଣିକୋଇଲି ଥାନାଧିକାରୀ ସସ୍ମୀତା ସାହୁଙ୍କ ସମତେ ଜଳସେଚନ ବିଭାଗ ଯନ୍ତ୍ରୀ ନାରାୟଣ ନାୟକ ପ୍ରମୁଖ ପହଂଚି ସମୀକ୍ଷା କରିଛନ୍ତି । ଆଖୁଆପଦା ଠାରେ ବିପଦସଙ୍କେତ ୧୭.୮୩ ଥିବା ବେଳେ ଖବର ଲେଖା ବେଳକୁ ୨୦.୦ରେ ଜଳସ୍ତର ରହିଛି । ଉପରମୁଣ୍ଡରେ ପ୍ରବଳ ବର୍ଷାଁ ଯୋଗୁ ବନ୍ୟା ଆସିଛି । ଅନେକସ୍ଥାନରେ ରାସ୍ତାଘାଟ ଭାଙ୍ଗିଯାଇଛି । ଚାଷ ଜମି ପାଣିରେ ବୁଡି ରହିଛି । ଚାଷୀଟି ତାର ସମସ୍ତ ସଂଚିତ ଅର୍ଥ ଖର୍ଚ୍ଚ କରି ଧାନ ରୋଇଥିବା ବେଳେ ପାଣି ଯୋଗୁ ତାହା ପଚିଯିବାର ସମ୍ଭାବନା ରହିଛି

Leave A Reply