ମହାରାଷ୍ଟ୍ର ରାଜନୀତି ରେ ହଲଚଲର ମିଳିଛି ସଂକେତ : ଅପରେସନ ଟାଇଗର 2.0 ଦୋହଲିଲା ଉଦ୍ଧବଙ୍କ ଦଳ
ପୁରୁଣା ଘା ନ ସୁଖୁଣୁ ଉଦ୍ଧବଙ୍କୁ ଲାଗିବ ଆଉଥରେ ଝଟକା
କଣ ପୁଣି ସିନ୍ଧେଙ୍କ ହାତ ଧରିବେ କି ଉଦ୍ଧବଙ୍କ ବିଧାୟକ ?
କଣ ଶିବସେନା UBT ହୋଇଯିବ କି ସମାପ୍ତ ?
ନା ଉଦ୍ଧବ ରାଜନୀତିରେ କସିବେ ନୂଆ ଅଙ୍କ ?
ମହାରାଷ୍ଟ୍ର ରାଜନୀତିରେ ଆଉଥରେ ବଡ଼ ଧରଣର ହଲଚଲ ହେବାର ସଂକେତ ଦେଖିବାକୁ ମିଳିଛି, ଶିବସେନା UBT ର ୬ ଲୋକସଭା ସାଂସଦ ଏକନାଥ ସିନ୍ଧେ ଙ୍କ ଦଳରେ ଶାମିଲ ହେବାର ଠିକ ପରେ ବର୍ତମାନ ଉଦ୍ଧବ ଠାକରେ ଙ୍କୁ ଆଉ ଗୋଟିଏ ବଡ଼ ଝଟକା ମିଳିବାକୁ ଯାଉଛି, ସିନ୍ଧେ ସରକାରଙ୍କ କ୍ୟାବିନେଟ ର ମନ୍ତ୍ରୀ ଗୁଲାବରାଓ ପାଟିଲ ଶୁକ୍ରବାରଦିନ ପ୍ରେସ କର୍ଣ୍ଣଫରେନ୍ସ ରେ କହିଛନ୍ତି ଯେ ଅପରେସନ ଟାଇଗର 2.0 ଆରମ୍ଭ ହୋଇସାରିଛି, ପାଟିଲ ଙ୍କ ମତରେ ଖୁବ ଶୀଘ୍ର ଉଦ୍ଧବଙ୍କ ଦଳକୁ ଛାଡି ୧୪ ରୁ ଉର୍ଧ୍ଵ ବିଧାୟକ ସିନ୍ଧେ ଙ୍କ ହାତ ଧରିବେ l
ପାଟିଲ ଙ୍କର ଏହି ବୟାନ ସେତେବେଳେ ଆସିଛି ଯେତେବେଳେ ମନସୂନ ଅଧିବେଶନ ସମୟରେ ଉଦ୍ଧବ ଙ୍କ ଦଳଟି ୪ ବିଧାୟକ ସିନ୍ଧେଙ୍କ ସହିତ ସିକ୍ରେଟ ମିଟିଂ କରିଥିଲେ, ବର୍ତମାନ ଶିବସେନା UBT ନିକଟରେ ମାତ୍ର ୨୦ ବିଧାୟକ ଅଛନ୍ତି, ଯେଉଁଥିରେ ୧୦ ବିଧାୟକ କେବଳ ମୁମ୍ବାଇ ର, ଏହି ୧୦ ବିଧାୟକ ରେ ସାମିଲ ରହିଛନ୍ତି ଉଦ୍ଧବ ଠାକରେ ଓ ବରୁଣ ସରଦେ ସାଇ ଦଳ ବିରୋଧୀ ନିୟମ ଅନୁସାରେ ଯଦି କୌଣସି ଦଳ ସଦସ୍ୟତା ନହରାଇ ଅଲଗା ହେବାକୁ ଚାହେଁ ତେବେ ତା ନିକଟରେ ଅତି କମ ରେ ୨ ତୃତୀୟାଂଶ ବିଧାୟକ ଙ୍କ ସମର୍ଥନ ରହିବା ଜରୁରୀ, ଅର୍ଥାତ ୨୦ରୁ ଠିକ ୧୪ ବିଧାୟକ l
ଠିକ ଏହି ସମ୍ଭାବ୍ୟ ଖବର ସମୟ ରେ ଶିବସେନା UBT ର ଜଣେ ବରିଷ୍ଠ ନେତା କହିଛନ୍ତି ଯେଉଁ ବିଧାୟକ ମାନେ ଦଳ ଛାଡି ୫୦ – ୬୦ କୋଟି ରେ ବିକ୍ରି ହୋଇଛନ୍ତି ସେମାନେ ବାଗୀ ନୁହନ୍ତି ଗଦାର ଅଟନ୍ତି, ତେଣୁ ଏମାନଙ୍କୁ ଦଳରୁ ପୂର୍ବରୁ ବାହାର କରିଦେବା ଉଚିତ ଥିଲା l ଯିଏ ଦଳ ବିରୋଧୀ କାର୍ଯ୍ୟ କରିବ ତା ପାଇଁ ଦୁଆର ଖୋଲା ଅଛି ସେ ଯାଇପାରେ l
ମହାରାଷ୍ଟ୍ରର ଏହି ଗରମ ରାଜନୀତି ମଧ୍ୟରେ ଶୁକ୍ରବାର ଦିନ ଗୋଟିଏ ଅଦ୍ଭୁତ ଓ ରହସ୍ୟମୟ ଘଟଣା ଦେଖିବାକୁ ମିଳିଥିଲା, ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଓ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଉଭୟ ଗୋଟିଏ କାମର୍ସିୟାଲ ଫ୍ଲାଇଟ ରେ ଯାତ୍ରା କରୁଥିଲେ, ଏବଂ ଏହି ଫ୍ଲାଇଟ ରେ ଉଦ୍ଧବ ଙ୍କ ସହିତ ଆଦିତ୍ୟ ଠାକରେ ଓ ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ ମଧ୍ୟ ଥିଲେ l ଯେମିତି ବିମାନ ଭିତରର ଭିଡିଓ ଭାଇରଲ ହେଲା ତୁରନ୍ତ ମହାରାଷ୍ଟ୍ର ରାଜନୀତି ରେ ନୂଆ ସମୀକରଣକୁ ନେଇ ଆଲୋଚନା ଜୋର ଧରିଲା l
