Odisha news

ପାଲଲହଡାରେ ଅଗ୍ନିଶମ ଓ ସ୍ୱାସ୍ଥ୍ୟ ବିଭାଗର ଖାମଖିଆଲ ମନୋଭାବ ପାଇଁ କରୋନା ସଂକ୍ରମିତ ବଢ଼ିବା ଆଶଙ୍କା

0

ପାଲଲହଡା: ଏବେ ବିଶ୍ୱର ୨୧୩ ଗୋଟି ଯାକ ରାଷ୍ଟ୍ରକୁ ମହାମାରୀ କରୋନା ସମ୍ପୁର୍ଣ୍ଣ କବଳିତ କରି ରଖିଥିବା ବେଳେ ଭାରତ ବର୍ଷରେ ଏହାର ପରାଭବ ଯେଉଁଭଳି ତାର କାୟା ବିସ୍ତାର କରି ଚାଲିଛି ସମଗ୍ର ବିଶ୍ୱବାସୀ ଏବେ ଯେତିକି ଭୟଭୀତ ସେତିକି ତତ୍ପରତା ପ୍ରକାଶ କରିଛନ୍ତି ସମ୍ପୃକ୍ତ ରାଷ୍ଟ୍ର ର ସରକାରୀ ପ୍ରଶାସନ । ଆଉ ଏ କ୍ଷେତ୍ରରେ ବୋଧେ ଆଗୁଆ ପଦକ୍ଷେପ ଗ୍ରହଣ କରିଛନ୍ତି ଭାରତ ସରକାର ଏବଂ ସ୍ଥଳ ବିଶେଷରେ ବି ରାଜ୍ୟ ସରକାର । କିନ୍ତୁ ବଡ ପରିତାପର ବିଷୟ ଅନୁଗୁଳ ଜିଲ୍ଲା ପ୍ରଶାସନ ଦୀର୍ଘ ମାସେ ହେବ ସପ୍ତାହର ଶେଷଦୁଇ ଦିନ ସମଗ୍ର ଜିଲ୍ଲାକୁ ସଟ୍ ଡାଉନ୍ ଘୋଷଣା କରି ଏକ ଯୁଗାନ୍ତକାରୀ ପଦକ୍ଷେପ ନେଇଆସୁଥିବା ବେଳେ କିନ୍ତୁ ପାଳଲହଡାରେ ଅବସ୍ଥାପିତ କିଛି ସରକାରୀ ବିଭାଗ ଏହି ସଂକ୍ରମଣକୁ ପ୍ରତିହତ ବଦଳରେ ପ୍ରୋତ୍ସାହନ କରୁଥିବା ଭଳି ପରିଲକ୍ଷିତ ହୋଇଛି ।

ଏହାର ନଗ୍ନ ଉଦାହରଣ ଦେଖିବାକୁ ମିଳିଛି ସ୍ଥାନୀୟ ଅଗ୍ନିଶମ ଓ ସ୍ୱାସ୍ଥ୍ୟ ବିଭାଗ କ୍ଷେତ୍ରରେ । ଅଭିଯୋଗରୁ ପ୍ରକାଶ ଯେ, ପାଳଲହଡା ବ୍ଲକରେ ଆଗରୁ ଯଦିଓ ଜଣେ ମାତ୍ର ସଂକ୍ରମିତ ସେ ପୁଣି ଦୀର୍ଘ ବର୍ଷ ହେବ ଭୁବନେଶ୍ୱରରେ ରହି ଆସୁଛନ୍ତି । କିନ୍ତୁ ଗତ ରବିବାର ଏଠାରୁ ଯାଇଥିବା ସ୍ୱାବ୍ ମଧ୍ୟରୁ ଖମାର ଅଚଂଳରୁ ୭ ଜଣ ପଜିଟିଭ୍ ବାହାରିବା ପରେ ଏଠାରେ କୋକୁଆ ଭୟ ସୃଷ୍ଟି ହୋଇଯାଇଛି । ହେଲେ ପଜିଟିଭ୍ ବାହାରିଥିବା ୭ ଜଣଙ୍କ ମଧ୍ୟରୁ ଖମାର ଗ୍ରାମପଚାଂୟତ ର ଏକଜ୍ୟୁକୁଟିଭ ଅଫିସରଙ୍କ କଂଟ୍ରାକ୍ଟ ଟ୍ରେସିଂ ଲକ୍ଷ୍ୟ କଲାପରେ ସମ୍ପୃକ୍ତ ଅଧିକାରୀ ଜଣଙ୍କର ବୁଧବାର ପଜିଟିଭ୍ ବାହାରିବା ପୂର୍ବରୁ ଗତ ମଙ୍ଗଳବାର ଦିନ ପାଳଲହଡା ବ୍ଲକ ଅଫିସକୁ ଆସ ଏଠାରେ ସମସ୍ତ କର୍ମଚାରୀଙ୍କ ସହିତ ମିଳାମିଶା କରିବା ସହ ସ୍ଥାନୀୟ ୟୁକୋ ବ୍ୟାଙ୍କ ଓ ଅନ୍ୟ ଏକ ବ୍ୟାଙ୍କକୁ ଏବଂ ଏଠାରେ ଲୁଗା ଦୋକାନ, ସେଲୁନ ଓ କମ୍ପ୍ୟୁଟର ସେଟଂରକୁ ଯାଇଥିବାର ଏକ ନିର୍ଭର ଯୋଗ୍ୟ ସୂତ୍ରରୁ ପ୍ରକାଶ ।

ଗତ କାଲି ଠାରୁ ଏଘଟଣା ଜଣାପଡି ସ୍ଥାନୀୟ ଉପଖଣ୍ଡ ପ୍ରଶାସନ ଓ ସମ୍ପୃକ୍ତ ବ୍ୟାଙ୍କ ତରଫରୁ ସ୍ଥାନୀୟ ଅଗ୍ନିଶମ ବିଭାଗକୁ ବ୍ଲକ ଅଫିସ, ୟୁକୋ ବ୍ୟାଙ୍କ ଏବଂ ଅନ୍ୟାନ୍ୟ ସ୍ଥାନକୁ ତୁରନ୍ତ ସାନିଟାଇଜର କରିବାକୁ ନିଦେ୍ର୍ଦଶ ଦିଆଯିବାର ଇତି ମଧ୍ୟରେ ଦୁଇ ଦିନ ଗତ ହୋଇଯାଇଥିବା ବେଳେ ବି ୟୁକୋ ବ୍ୟାଙ୍କ ଏକ ବେସରକାରୀ ଅନୁଷ୍ଠାନ ବୋଲି ଅଗ୍ନିଶମ ବିଭାଗ ପକ୍ଷରୁ ବ୍ୟାଙ୍କ ପରିଚାଳକ ରଜନୀକାନ୍ତ ସାହୁଙ୍କୁ ରୋକ୍ଠୋକ୍ ମନା କରି ଦେଇଥିବାର ଶ୍ରୀ ସାହୁ ଏକ ସାକ୍ଷାତକାରରେ ଅଭିଯୋଗ କରିଛନ୍ତି । ନିଜିଗଡ଼ ସରପଚଂ ମଧ୍ୟ ବାରମ୍ବାର ଅଗ୍ନିଶମ ବିଭାଗକୁ ସାନିଟାଇଜର କରିବାକୁ ଓ ସ୍ଥାନୀୟ ସ୍ୱାସ୍ଥ୍ୟ ବିଭାଗକୁ ସ୍ୱାବ୍ ଟେଷ୍ଟ ପାଇଁ ଜଣାଇଥିଲେ ମଧ୍ୟ କେହିବି କର୍ଣ୍ଣପାତ କରୁନଥିବାର ଅଭିଯୋଗ କରିଛନ୍ତି ଶ୍ରୀମତୀ ବୋଷ ।ସୁତରାଂ ଏ କ୍ଷେତ୍ରରେ ଆବଶ୍ୟକୀୟ ପଦକ୍ଷେପ ନେବାକୁ ସାଧାରଣରେ ପ୍ରବଳ ଦାବୀ ହେଉଛି ।

Leave A Reply