Odisha news

ରେଳ ସେବାର ଘରୋଇକରଣ ବିରୁଦ୍ଧରେ ଏ.ଆଇ.ୟୁ.ଟି.ୟୁ.ସି. ପକ୍ଷରୁ ପ୍ରତିବାଦ ପ୍ରଦର୍ଶନ

0

ଅନୁଗୁଳ : ଦେଶର ସର୍ବବୃହତ୍ତ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଭାରତୀୟ ରେଳ କ୍ଷେତ୍ରକୁ ଘରୋଇକରଣ କରିବା ପାଇଁ କେନ୍ଦ୍ରର ବିଜେପି ସରକାରଙ୍କ ନିଷ୍ପତ୍ତି ବିରୁଦ୍ଧରେ ଅଲ୍ ଇଣ୍ଡିଆ ୟୁନାଇଟେଡ୍ ଟ୍ରେଡ୍ ୟୁନିୟନ୍ ସେଣ୍ଟର (ଏ.ଆଇ.ୟୁ.ଟି.ୟୁ.ସି) ପକ୍ଷରୁ ୩୧ ଜୁଲାଇ ୨୦୨୦ ଦେଶବ୍ୟାପୀ ପ୍ରତିବାଦ କରାଯାଇଛି । ଏହି ପରିପ୍ରେକ୍ଷୀରେ ଆଜି ପୂର୍ବାହ୍ନ ୯ଘଟିକା ସମୟରେ ଅନୁଗୁଳ ରେଳ ଷ୍ଟେସନ ସମ୍ମୁଖରେ ଏ.ଆଇ.ୟୁ.ଟି.ୟୁ.ସି ପକ୍ଷରୁ ପ୍ରତିବାଦ ପ୍ରଦର୍ଶନ କରାଯାଇଛି । ରେଳ ସେବାର ଘରୋଇକରଣ କରିବାକୁ ଯାଇ ଦେଶର ୧୦୯ଟି ରୁଟ୍ରେ ୧୫୦ଟି ଘରୋଇ ଟ୍ରେନ ଚଳାଚଳ କରିବାର ନିଷ୍ପତ୍ତି କରି କେନ୍ଦ୍ର ସରକାର ଭାରତୀୟ ରେଳକୁ କ୍ଷତିରେ ପହଞ୍ଚାଇବା ପରେ ଭାରତୀୟ ରେଳକୁ ସମ୍ପୂର୍ଣ୍ଣ ଘରୋଇକରଣ କରିବା ପାଇଁ କେନ୍ଦ୍ର ବିଜେପି ସରକାର ଏହି ଚକ୍ରାନ୍ତ କରିଛନ୍ତି ।

ଯାହାଫଳରେ ରେଳଯାତ୍ରୀ ଓ ରେଳ କର୍ମଚାରୀମାନେ ଚରମ ଶୋଷଣର ଶୀକାର ହେବେ ବୋଲି ଏ.ଆଇ.ୟୁ.ଟି.ୟୁ.ସି ପକ୍ଷରୁ ଉଦ୍ବେଗ ପ୍ରକାଶ କରାଯାଇଛି । ଦେଶର ଜନସାଧାରଣଙ୍କ ଅର୍ଥରେ ପ୍ରତିଷ୍ଠିତ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଭାରତୀୟ ରେଳକୁ ସୁପରିଚାଳନା କରିବା ପରିବର୍ତ୍ତେ ଘରୋଇ ଶିଳ୍ପପତିମାନଙ୍କ ହାତରେ ଟେକିଦେବା ନିଷ୍ପତ୍ତି କେନ୍ଦ୍ର ବିଜେପି ସରକାରଙ୍କ ଚରମ ଅପାରଗତା ଓ ଦେବାଳିଆ ପଣିଆର ପରିଚୟ ବୋଲି ସଂଗଠନ ପକ୍ଷରୁ ମତ ପ୍ରକାଶ କରାଯାଇଛି । କେନ୍ଦ୍ର ବିଜେପି ସରକାରଙ୍କ ଏହି ଜନବିରୋଧି ଓ ଶ୍ରମିକ କର୍ମଚାରୀ ବିରୋଧି ପଦକ୍ଷେପ ବିରୁଦ୍ଧରେ ଶକ୍ତିଶାଳୀ ମିଳିତ ଆନେ୍ଦାଳନ ଗଢ଼ି ତୋଳିବାକୁ ଆହ୍ୱାନ କରାଯାଇଛି । ଆଜିର ଏହି ପ୍ରତିବାଦ ପ୍ରଦର୍ଶନ କାର୍ଯ୍ୟକ୍ରମରେ ଏ.ଆଇ.ୟୁ.ଟି.ୟୁ.ସି ଓଡିଶା ରାଜ୍ୟ ସମ୍ପାଦକ ଜୟସେନ ମେହେର, ଅନୁଗୁଳ ଜିଲ୍ଲା ସମ୍ପାଦକ ବ୍ରଜବନ୍ଧୁ ସାହୁଙ୍କ ସମେତ ସଂଗଠନର କର୍ମୀ, ସଂଗଠକମାନେ ସାମିଲ ଥିଲେ ।

Nalco
Leave A Reply