Odisha news

ଲାଞ୍ଚ ମାଗି ଏ ଏସ ଆଇ କାର୍ତିକ ବେହେରା କାର୍ଯ୍ୟରୁ ନିଲମ୍ବିତ

0

ଅନୁଗୁଳ: ଅନୁଗୁଳ ଜିଲ୍ଲା ରେଙ୍ଗାଳି ଡ୍ୟାମ ସାଇଟ୍ ଥାନାର ଏ ଏସ ଆଇ କାର୍ତିକ ବେହେରା ଙ୍କୁ ଲାଚଂ ମାଗିଥିବା ଅଭିଯୋଗରେ ଉତର କେନ୍ଦ୍ରାଚଂଳ ଆଇ.ଜି ନରସିଂହ ଭୋଳ ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି । ଘଟଣାରୁ ପ୍ରକାଶ ଯେ, ଗତ ୧୭/୭/୨୦୨୦ରେ ରେଙ୍ଗାଳି ଅଚଂଳରେ ଏକ ଡ୍ରେନ ନିର୍ମାଣକୁ କେନ୍ଦ୍ର କରି ଦୁଇଟି ପରିବାର ମଧ୍ୟରେ ବିବାଦ ଲାଗିରହିଥିଲା । ଫଳରେ ଉଭୟ ପରିବାରଙ୍କ ପକ୍ଷରୁ ରେଙ୍ଗାଳି ଡ୍ୟାମ ସାଇଟ୍ ଥାନାରେ ମଧ୍ୟ ଏତଲା ଦିଆଯାଇଥିଲା ।

ଥାନାରେ ଉଭୟ ପରିବାରଙ୍କ ମଧ୍ୟରେ ମିମାଂସା ମଧ୍ୟ ହୋଇଥିଲା । କିନ୍ତୁ ରେଙ୍ଗାଳି ଡ୍ୟାମ ସାଇଟ୍ ଥାନାରେ ଏ ଏସ ଆଇ ଭାବେ କାର୍ଯ୍ୟରତ କାର୍ତିକ ବେହେରା ଉକ୍ତ ମାମଲାକୁ ରଫାଦଫା କରିଦେବା ପାଇଁ ସେମାନଙ୍କ ଠାରୁ ୧୫୦୦ ଟଙ୍କା ଲାଚଂ ମାଗିଥିଲେ । ଏହି ଲାଚଂ କାରବାରକୁ ନେଇ ଉତର କେନ୍ଦ୍ରାଚଂଳ ଆଇ.ଜି ନରସିଂହ ଭୋଳଙ୍କ ନିକଟରେ ଅଭିଯୋଗ ହୋଇଥିଲା । ଆଇ.ଜି ଶ୍ରୀ ଭୋଳ ଏହି ଲାଚଂ କାରବାର ଘଟଣାର ତଦନ୍ତ କରି ଶୁକ୍ରବାର ଦିନ ଏ ଏସ ଆଇ କାର୍ତିକ ବେହେରାଙ୍କୁ ତାଙ୍କ କାର୍ଯ୍ୟରୁ ନିଲମ୍ବିତ କରିଥିବା ଜଣାଯାଇଛି ।

Nalco

Leave A Reply