ପଦ୍ମପୁର(ରିପୋର୍ଟ – ନିରୋଜ କୁମାର ପାଣୀ) ବର୍ତ୍ତମାନ ସବୁ ରାଜନୈତିକ ଦଳ ମାନଙ୍କରେ ଯୁବକ ମାନଙ୍କ ପ୍ରଧାନ୍ୟତା ବଢ଼ିବାରେ ଲାଗିଥିବା ବେଳେ ଦଳ ର ବିଭିନ୍ନ ଉତ୍ତର ଦାୟିତ୍ୱ ରେ ମଧ୍ୟ ପଦ ଦେଉଥିବା ବେଳେ ଗତ ସୋମବାର ଦିନ ବରଗଡ଼ ଜିଲ୍ଲା ଭାରତୀୟ ଜନତା ପାର୍ଟିର ଜିଲ୍ଲା ଯୁବମୋର୍ଚ୍ଚା ପାଇଁ ବିଭିନ୍ନ ପଦ ମାନ ଘୋଷଣା କରାଯାଇଛି। ଏହି ପରିପେକ୍ଷିରେ ପଦ୍ମପୁର ର ଉଦ୍ୟମାନ ଯୁବନେତା ଇଂଜିନିୟର କୁନାଲ ପାଣିଗ୍ରାହୀଙ୍କ ଉପରେ ମଧ୍ୟ ଦଳ ଗୁରୁଦାୟିତ୍ୱ ନ୍ୟସ୍ତ ପୂର୍ବକ ଜିଲ୍ଲା ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ଭାବରେ ପଦ ଘୋଷଣା କରିଥିବା ବେଳେ, ଏହି ଘୋଷଣା କୁ ନେଇ ପଦ୍ମପୁର ଭାରତୀୟ ଜନତା ପାର୍ଟି ସହ ଜଡିତ ଯୁବକ ମାନଙ୍କ ସହ ଅଞ୍ଚଳ ର ବିଭିନ୍ନ ଯୁବ ସଂଗଠନ ତରଫରୁ ମଧ୍ୟ ଶ୍ରୀ ପାଣିଗ୍ରାହୀ ଙ୍କୁ ଅଭିନନ୍ଦନ ଜ୍ଞାପନ କରା ଯାଇଥିଲା। ଏହି ପଦ ଘୋଷଣା ପରେ ଶ୍ରୀ ପାଣିଗ୍ରାହୀ ଜିଲ୍ଲା ତଥା ରାଜ୍ୟ ର ସମସ୍ତ ନେତୃବୃନ୍ଦ ଙ୍କୁ ତାଙ୍କ ଉପରେ ଆସ୍ଥା ଓ ବିଶ୍ୱାସ ଦେଖେଇ ତାଙ୍କୁ ଜିଲ୍ଲା କମିଟି ରେ ସ୍ଥାନ ଦେଇଥିବାରୁ ଧନ୍ୟବାଦ ଜ୍ଞାପନ କରିବା ସହ ଆଗାମୀ ଦିନ ରେ ସଂଗଠନ ର ସୁଦୃଢତା ସହ ଦେଶ ର ଉନ୍ନତି ଦିଗରେ ସବୁ ବେଳେ ନିଜର ଯଥାସମ୍ଭବ ପ୍ରୟାସ ଜାରି ରଖିବେ ବୋଲି କହିଛନ୍ତି ।
Comments are closed.