Odisha news

ଘରୋଇ ସ୍କୁଲ ଫିଜ ଛାଡ଼ ନେଇ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ

ନୂଆପଡା- ୧୪/୭ ସକାଳ ଖବର ( ସୁରେନ୍ଦ୍ର ପ୍ରସାଦ ତିୱାରୀ ) ଓଡିଶା ଅଭିଭାବକ ମହାସଂଘ ନୂଆପଡା ଶାଖା ତରଫରୁ ପ୍ରଦେଶ ଉପାଧ୍ୟକ୍ଷ ଶ୍ରୀ ଯଦୁମଣି ପାଣିଗ୍ରାହୀଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଆଜି ଜିଲ୍ଲାପାଳ ଙ୍କୁ ଓ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କୁ ସାକ୍ଷାତ କରି କୋଭିଡ ମହାମାରୀ ସମୟରେ ଘରୋଇ ବିଦ୍ୟାଳୟ ମାନଙ୍କ ଦ୍ୱାରା ହେଉଥିବା ଶୋଷଣ ଓ ଅନ୍ୟାୟ ବିରୁଦ୍ଧରେ ଦାବିପତ୍ର ପ୍ରଦାନ କରିଛନ୍ତି।ଘରୋଇ ସ୍କୁଲ ର ଫିଜ ଛାଡ଼ ନହେଲେ ରାଜ୍ୟବ୍ୟାପୀ ଆନ୍ଦୋଳନ ହେବ ବୋଲି ପ୍ରକାଶ କରିଛନ୍ତି।

କୋଭିଡ଼ ମହାମାରୀ ସମୟରେ ଟ୍ୟୁସନ ଫିଜ ନେଇ ଅଭିଭାବକ ମହାସଂଘ ଉଚ୍ଚତମ ନ୍ୟାୟାଳୟ ର ଆଶ୍ରୟ ନେଇଥିଲେ।ଉଚ୍ଚତମ ନ୍ୟାୟାଳୟ ମହାସଂଘ ର ସପକ୍ଷରେ ରାୟ ଦେଇ ୧୫% ଟ୍ୟୁସନ ଫିଜ ଛାଡ଼ କରିବାପାଇଁ ରାୟ ଦେଇଥିଲେ।।କିନ୍ତୁ ଏହାକୁ କାର୍ଯ୍ୟକାରୀ କରିବାରେ ଟାଲ ଟୁଲ ନୀତି ଚାଲିଥିବାରୁ ଅଭିଭାବକ ମହଲ ରେ ଓ ମହାସଂଘ ରେ ମଧ୍ୟ ଘୋର ଅସନ୍ତୋଷ ଦେଖାଦେଇଛି।

ଓଡିଶା ଅଭିଭାବକ ମହାସଙ୍ଘ, ନୂଆପଡା ଶାଖା ରାଜ୍ୟ ଉପାଧକ୍ଷ ଯଦୁମଣି ପାଣିଗ୍ରାହୀ ଓ ଅନ୍ୟମାନେ ଜିଲାପାଳ ସହ ବିଷଦ ଆଲୋଚନା କରି ଦାବି ଜଣାଇଛନ୍ତି।

Comments are closed.