ନୁଆପଡ଼ା- ୨୫/୧(ସୁରେନ୍ଦ୍ର ତିୱାରୀ) ନୂଆପଡା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ଟିକରାପଡ଼ା ପଞ୍ଚାୟତ ଜେଠୁପାଲି ଗ୍ରାମରେ ମିଳିଛି ପୋଲିସକୁ ବଡ଼ ସଫଳତା Iବର୍ଷକ ଭିତରେ ତିନି ଚାରି ଥର ଧରା ପଡିବା ଓ ଅନେକ ବ୍ୟକ୍ତି ଜେଲ ଗଲେ ମଧ୍ୟ ବ୍ୟବସାୟ ଆହୁରି କାୟା ବିସ୍ତାର କରୁଛି ହେଲେ ବ୍ୟବସାୟ ବନ୍ଦ ହେଉନାହିଁ । ବିସ୍ୱସ୍ଥ ସୂତ୍ର ରୁ ଖବର ପାଇ ଆଜି ଆକସ୍ମିକ ଗ୍ରାମ ପରିଭ୍ରମଣ କଳାପରେ ଯେଠୁପାଲି ଅଙ୍ଗନବାଡି ସେଣ୍ଟର ନିକଟସ୍ଥ ଏକ ଜମିରୁ ପ୍ରାୟ ଏକ କ୍ୱିଣ୍ଟାଲ ଗଞ୍ଜେଇ କୋମନା ପୋଲିସ ଉଦ୍ଧାର କରିଛି।ଏହି ଟିମରେ କୋମନା ଥାନା ଅଧିକାରୀ ସୁମନ୍ତ କୁମାର ନାଏକ ସହ ତାଙ୍କର ସହକର୍ମୀ ଉପସ୍ଥିତ ଥିଲେI ସମୁଦାୟ ପାଞ୍ଚ ଟି ବସ୍ତାରେ ଜବତ କରିଥିବା ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଜଣାପଡିଛି। ଉଦ୍ଧାର କରାଯାଇଥିବା ଗଞ୍ଜେଇ କିଏ ରଖିଥିଲା ତାର କୌଣସି ତଥ୍ୟ ପୋଲିସ ପାଖରେ ହସ୍ତଗତ ହୋଇନାହିଁ । ଜିଲ୍ଲା ରେ ଅନ୍ୟ ରାଜ୍ୟ ଗଞ୍ଜେଇ ବେପାରୀଙ୍କୁ ଧରି ଅବକାରୀ ଓ ପୋଲିସ ବିଭାଗ ସାବାସି ନେଉଥିବା ବେଳେ ସ୍ଥାନୀୟ ଗଞ୍ଜେଇ ବ୍ୟବସାୟୀ ଙ୍କୁ ଛତ୍ର ଛାୟା ଦେଇ ବିପୁଳ ଅର୍ଥ ଉପାର୍ଜନ କରିଥାନ୍ତି ବୋଲି ଅଭିଯୋଗ ହେଉଛି। ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ପୋଲିସ ଓ ଅବକାରୀ ଦୃଷ୍ଟି ଦେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କୁ ସାଧାରଣ ରେ ଦାବୀ ହେଉଛି।