Odisha news

ଟିଟଲାଗଡରେ ସାମ୍ବାଦିକଙ୍କୁ ହୋଇଥିବା ଆକ୍ରମଣ ର ତୀବ୍ର ନିନ୍ଦା            

0

ନୂଆପଡ଼ା- ୧୦/୧ (ସୁରେନ୍ଦ୍ର ତିୱାରୀ) ଆଜି ଖଡ଼ିଆଳ ସହର ସ୍ଥିତ ଏନଏସି କଲ୍ୟାଣ ମଣ୍ଡପ ଦୁଇ ଠାରେ କାର୍ଯ୍ୟରତ ସାମ୍ବାଦିକ ପରିଷଦ, ଖଡ଼ିଆଳ ର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉପରୋକ୍ତ ବୈଠକ ରେ ସାମ୍ବାଦିକଙ୍କୁ  ହୋଇଥିବା ଆକ୍ରମଣ ର ତୀବ୍ର ନିନ୍ଦା କରାଯାଇଛି। ଅନୁଷ୍ଠିତ ସଭା ରେ ପରିଷଦ ସଂଯୋଜକ ତପନ ଦାଶ ଅଧ୍ୟକ୍ଷତା କରିଥିବା ବେଳେ  ପଡୋଶୀ ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ଠାରେ ଖବର ସଂଗ୍ରହ କରିବାକୁ ଯାଇଥିବା  ସାମ୍ବାଦିକଙ୍କୁ ଆକ୍ରମଣ କରିଥିଲେ । ଏହି ଘଟଣା କୁ ପରିଷଦ ର ସମସ୍ତ ସଦସ୍ୟ ନିନ୍ଦା କରିବା ସହ ସାମ୍ବାଦିକ ଙ୍କ ସ୍ବତନ୍ତ୍ର ଆଇନ ପ୍ରଣୟନ ହେବା ପାଇଁ ପ୍ରସ୍ତାବ ଦେଇଥିଲେ । ଏହା ନେଇ ପରିଷଦ ପକ୍ଷ ରୁ ସାମ୍ବାଦିକ ଙ୍କୁ ପେନସନ ବ୍ୟବସ୍ଥା ସାଙ୍ଗକୁ ସାମ୍ବାଦିକ ଙ୍କ ସୁରକ୍ଷା ପାଇଁ ସ୍ବତନ୍ତ୍ର ଆଇନ ନେଇ ଏକ ସ୍ମାରକ ପତ୍ର ପ୍ରଦାନ କରିବେ ବୋଲି ସ୍ଥିର ହୋଇଛି। ପରିଷଦ ର ମୁଖ୍ୟ ଆଭିମୁଖ୍ୟ ସାମ୍ବାଦିକ ଙ୍କ ସୁରକ୍ଷା ଏବଂ ସ୍ବାଧିନତା ଉପରେ ଗୁରୁତ୍ବ ଦେବାକୁ ବୈଠକ ରେ ଯୋର ଦେଇଥିଲେ। ସଭାରେ କୋର କମିଟି ସଦସ୍ୟ ପରମେଶ୍ବର ବାରିକ, ଯୁଗେଶ୍ୱର ସଗରିଆ, ସମେତ ସନ୍ତୋଷ ଦଣ୍ଡସେନା, ଯୁଗଳ ମହାନନ୍ଦ, ହେମନ୍ତ ବେହେରା,ଓମ ପ୍ରକାଶ ଅଗ୍ରୱାଲ, କୁନାଲ ଚରଣ ବେହେରା, ଦୀନବନ୍ଧୁ ଛତ୍ରିଆ, ଦେବେଶ ହୋତା,ଗଣେଶ ରଣା, ସତ୍ୟ ବ୍ରତ ଷଡ଼ଙ୍ଗୀ, କରିମ ଖାନ ଓ ଶ୍ୟାମ ସୁନ୍ଦର ସଗରିଆ ପ୍ରମୁଖ ଯୋଗ ଦେଇଥଲେ।

Leave A Reply