ନୂଆପଡା -୧୦/୧ (ସୁରେନ୍ଦ୍ର ତିୱାରୀ) : ପଡ଼ୋଶୀ ରାଜ୍ୟ ଛତିଶଗଡ ମହାସମୁନ୍ଦ ଡାଇଟର ଆଜି ଗୁରୁ ଛାତ୍ର ଛାତ୍ରୀ ଓ ସମସ୍ତ ପ୍ରଧ୍ୟାପକ ନୂଆପଡ଼ା ଡାଇଟ କୁ ପରିଭ୍ରମଣରେ ଆସି ପ୍ରଶିକ୍ଷଣ ବିଦ୍ୟାଳୟର ଭିତ୍ତିଭୂମି ଓ ଶୈଖିକ କାର୍ଯ୍ୟକ୍ରମ ପର୍ଯ୍ୟବେକ୍ଷଣ କରିଥିଲେ। ଶୈକ୍ଷିକ ଭ୍ରମଣ କାର୍ଯ୍ୟକ୍ରମରେ ଡାଇଟ ମହାସମୁନ୍ଦ ର ପ୍ରିନ୍ସିପାଲ ଶ୍ରୀମତୀ ମୀନା ପାଣିଗ୍ରାହୀ ଏବଂ ଡେପୁଟି ପ୍ରାଧ୍ୟାପକ ଅରୁଣ ପ୍ରଧାନ ଶୈଖିକ ଭ୍ରମଣ ଓ ପର୍ଯ୍ୟବେକ୍ଷଣ ଦ୍ଵାରା ନୂତନ ଜିନିଷର ଅନୁଧ୍ୟାନ ତଥା ଶିକ୍ଷା କ୍ଷେତ୍ରର ବିଭିନ୍ନ ନୀତିନିୟମ ଓ ସଂସ୍କାର ଏବଂ ସଂସ୍କୃତି, ଭାଷା ଓ ଭାବର ଆଦାନ ପ୍ରଦାନ ସଂଘଟିତ ହୋଇଥାଏ ବୋଲି ଏ ଅବସର ରେ ମତବ୍ୟକ୍ତ କରିଥିଲେ। ଡାଇଟ ନୂଆପଡ଼ା ପ୍ରିନସିପାଲ ନରୋତ୍ତମ ଭୋଇ ଓ ସମସ୍ତ ପ୍ରଧ୍ୟାପକ ସମସ୍ତ ପରିଭ୍ରମଣକାରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଓ ଉଚ୍ଚ ପ୍ରଶଂସା କରିଥିଲେ। ସ୍ୱାଗତ ବୈଠକରେ ଉଭୟ ଜିଲ୍ଲା ଓ ରାଜ୍ୟର ଶୈଖିକ ଅଭିବୃଦ୍ଧି ଓ ଶୈଖିକ ଯୋଜନାର ସଫଳ ରୂପାୟନ ବିଷୟରେ ବିଚାର ବିମର୍ଷ ଓ ଆଲୋଚନା କରିଥିଲେ। ଡାଇଟ ମହାସମୁନ୍ଦ ସାଂସ୍କୃତିକ ଏବଂ ସାହିତ୍ୟ ପ୍ରଭାରୀ ଟେକରାମ ସେନ ହିନ୍ଦୀ ଓ ଓଡ଼ିଆ ଭାଷାରେ ଆକର୍ଷଣୀୟ ଭାବରେ ପରିଚୟ ପ୍ରଦାନ କରିଥିଲେ। ପ୍ରଧ୍ୟାପିକା ପ୍ରଧ୍ୟାପକଗଣ ରୀନା ବାଗ, ବିକ୍ରମାଦିତ୍ୟ ସିଂ ବରିହା, ଶଙ୍କର ସାହୁ, ବବିତା ଶବର , ଅନିତା ଶବର, ଗୁରୁ ଛାତ୍ର ହେମନ୍ତ ମାଝି ନିଜ ନିଜର ବିଚାର ଉପସ୍ଥାପନା କରିଥିଲେ। ପ୍ରଶିକ୍ଷଣ କେନ୍ଦ୍ରର ବିଭିନ୍ନ ବିଭାଗର କାର୍ଯ୍ୟକାରିତା, ଶୈଖିକ ଓ ବିଭିନ୍ନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉପରେ ପ୍ରଧ୍ୟାପକ ବିକ୍ରାମାଦିତ୍ୟ ସିଂ ବରିହା ପୁଙ୍ଖାନୁପୁଙ୍ଖ ଆଲୋଚନା କରି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।