ନୂଆପଡା -୧୦/୧ (ସୁରେନ୍ଦ୍ର ତିୱାରୀ) : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଇନ୍ଦ୍ର ନଗର ସ୍ଥିତ ଜିଲ୍ଲା ନିର୍ମାଣ ଶ୍ରମିକ ସଙ୍ଘ ର କାର୍ଯ୍ୟାଳୟ ଠାରେ ସଙ୍ଘର ପ୍ରଥମ ବାର୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି l ଉପରୋକ୍ତ ବୈଠକରେ ସଙ୍ଘର ପ୍ରତିଷ୍ଠାତା ଟୁଲୁ ବାବୁଙ୍କ ନେତୃତ୍ଵରେ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବରେ ସାମ୍ବାଦିକ ଯୁଗଳ କିଶୋର ମହାନନ୍ଦ ଯୋଗ ଦେଇ ନିର୍ମାଣ ଶ୍ରମିକ ସଙ୍ଘର କାର୍ଯ୍ୟକାରିତା ଉପରେ ବିଷଦ ଭାବରେ ମତ ରଖିଥିଲେ l ସଙ୍ଘର ପ୍ରତିଷ୍ଠାତା ଟୁଲୁ ବାବୁ ସଙ୍ଘ ବିଗତ ଏକ ବର୍ଷ ମଧ୍ୟରେ ନୂଆପଡ଼ା ଜିଲ୍ଲାରେ ନିର୍ମାଣ ଶ୍ରମିକ ମାନଙ୍କ ପାଇଁ ଯେଉଁସବୁ କାର୍ଯ୍ୟ ଗୁଡିକ କରିଛନ୍ତି ସେ ଉପରେ ବିସ୍ତୃତ ଭାବରେ ମତାମତ ରଖିବା ସହ ସଙ୍ଘର ସମସ୍ତ ସଦସ୍ୟଙ୍କୁ ସବୁବେଳେ ତଳ ସ୍ତରର ଶ୍ରମିକମାନଙ୍କ ବିଭିନ୍ନ ସମସ୍ୟା ଗୁଡିକ ଉପରେ ଗୁରୁତ୍ୱ ଦେଇ ସେମାନଙ୍କ ସମସ୍ୟାଗୁଡିକୁ କିପରି ସମାଧାନ କରିହେବ ସେ ଦିଗରେ କାର୍ଯ୍ୟ କରିବାକୁ ଅନୁରୋଧ କରିଥିଲେ ଏବଂ ଯାହା ହୋଇ ନ ପାରିବ ସେଗୁଡିକ ମୋତେ ସୂଚନା ଦେଲେ ତାର ସମାଧାନ ଜିଲ୍ଲା ଅଧିକାରୀ ମାନଙ୍କ ସହ ଆଲୋଚନା କରି ତାର ଶୀଘ୍ର ସମାଧାନ କରାଯିବା ବୋଲି ମତ ରଖିଥିଲେ l ଏହି ବାର୍ଷିକ ବୈଠକରେ ନୂଆପଡ଼ା ଜିଲ୍ଲାର ପାଞ୍ଚଗୋଟି ବ୍ଲକର ଶତାଧିକ ସଦସ୍ୟ ଯୋଗ ଦେଇ ସେମାନଙ୍କ ମତାମତ ରଖିଥିଲେ l ନୂଆପଡ଼ା ଜିଲ୍ଲା ରେ ଅନେକ ଶ୍ରମିକ ସଙ୍ଘଠନ ରହିଥିଲେ ମଧ୍ୟ ସେମାନେ ଠିକ ଭାବରେ ପ୍ରକୃତ ଶ୍ରମିକ ମାନଙ୍କ ସମସ୍ୟା ଉପରେ କାର୍ଯ୍ୟ ନ କରି କେବଳ ମୃତ୍ୟୁ କାଳୀନ ଓ ବିବାହ ସହାୟତା ଆଦି ପାଇଁ କାର୍ଯ୍ୟ କରୁଛନ୍ତି କିନ୍ତୁ ଶ୍ରମିକ ସଙ୍ଘ ର ପ୍ରକୃତ ଉଦ୍ଦେଶ୍ୟ ଓ କାର୍ଯ୍ୟ କୁ ଗୁରୁତ୍ୱ ନ ଦେଇ କେବଳ ନିଜ ସ୍ୱାର୍ଥ ପାଇଁ ଲାଗି ପଡିଛନ୍ତି ବୋଲି ସଙ୍ଘ ର ଅନ୍ୟାନ୍ୟ ବରିଷ୍ଠ ସଦସ୍ୟ ମାନେ ଗୁରୁତ୍ୱାରୋପ କରିଥିଲେ l ଆଜିର ଏହି ବାର୍ଷିକ ବୈଠକ ରେ ପିତାମ୍ବର କୁମାର, ଅଜିତ ରାଉତ, କମ୍ବ୍ରିତ କାହ୍ନl, ଦିନବାସ ମାଝୀ, ଦୁର୍ବଳ ମାଝୀ, ଧର୍ମେନ୍ଦ୍ର ନିଆଲ ସହ ଶତାଧିକ ସଦସ୍ୟ ଯୋଗ ଦେଇଥିଲେ l