ନୂଆପଡ଼ା – ୧୨/୦୧ ସକାଳ ଖବର (ସୁରେନ୍ଦ୍ର ତିୱାରୀ) ଗତ ଦୁଇ ଦିନ ତଳେ ୧୧ ଜାନୁଆରୀ ୨୦୨୪ ବୋଡେନ ବ୍ଲକ୍ ପଲସଦା ଗ୍ରାମ ପଞ୍ଚାୟତ ରେ ଶ୍ରୀ ଜଗନ୍ନାଥ ଙ୍କ ଅର୍ପଣ ରଥ ଭ୍ରମଣ ର ଖବର ସଂଗ୍ରହ କରିବାକୁଯାଇ ସାମ୍ବାଦିକ ଙ୍କୁ ଆକ୍ରମଣ ନକରି ତାଙ୍କୁ ଅପମାନିତ କରିବା ସହ ଅସଭ୍ୟ ଭାଷାରେ ଗାଳଗୁଲଜ କରିବା ସହ ତାଙ୍କ ବୁମ ଙ୍କୁ ଟାଣି ଫିଙ୍ଗି ଦେଇଛନ୍ତି ଜଣେ ପ୍ରକ୍ସି ସରପଞ୍ଚଙ୍କ ସ୍ବାମୀ। ଵୁମ୍ ଫିଙ୍ଗି ଥିବା ବ୍ୟକ୍ତି ଜଣକ ହେଲେ ପଳସଦା ପଞ୍ଚାୟତ ସରପଞ୍ଚ ଙ୍କ ସ୍ବାମୀ କୃଷ୍ଣ ବେହେରା । ସୂଚନା ଅନୁସାରେ ୧୧ ତାରିଖ ସନ୍ଧ୍ୟା ସମୟରେ ପଳସଦା ଗାଁରେ ଜଗନ୍ନାଥ ପ୍ରକଳ୍ପ ରଥ ଶୋଭାଯାତ୍ରା ଚାଲୁଥିବା ସମୟରେ ସ୍ଥାନୀୟ ପଞ୍ଚାୟତ କାର୍ଯ୍ୟ ନିର୍ବାହି ଅଧିକାରୀ ଙ୍କ ପ୍ରତିକ୍ରିୟା ଲୋଡିଥିଲେ G99 ଓ ଗାଁ ଗହଳି ଖବର ୱେବ୍ ଚ୍ୟାନେଲ ର ପ୍ରତିନିଧି ମିନିକେତନ ନାଏକ । ପ୍ରତିକ୍ରିୟା ନେଉଥିବା ସମୟରେ ପଞ୍ଚାୟତ କାର୍ଯ୍ୟ ନିର୍ବାହି ଅଧିକାରୀ ଜଣକ ମାତାଲ୍ ଥିବା ସ୍ପଷ୍ଟ ଜଣା ପଡୁଛି ଭିଡିଓ ରେ। ପ୍ରତିକ୍ରିୟା ପଞ୍ଚାୟତ କାର୍ଯ୍ୟ ନିର୍ବାହି ଅଧିକାରୀ ଙ୍କୁ ମାଗୁଥିଲେ ହେଲେ ଏଥିରେ ରାଗି ଯାଇ ସ୍ଥାନୀୟ ସରପଞ୍ଚ ଙ୍କ ସ୍ବାମୀ ସାମ୍ବାଦିକ ଙ୍କ ବୁମ ଟାଣି ଫିଙ୍ଗିଦେଇ ସାମ୍ବାଦିଙ୍କୁ ଅନେକ ଭିତ୍ତି ହିନ ପ୍ରଶ୍ନ ପଚାରିଥିଲେ । ଏ ପାଖ ରେ ଗୋଟିଏ ପ୍ରଶ୍ନ ଉଙ୍କି ମାରୁଛି ସାମ୍ବାଦିକ ଙ୍କ ହାତ ରୁ ବୁମ ଛଡ଼ାଇବା ର ଅଧିକାର ଦେଲାକିଏ । ସାମ୍ବାଦିକ ଜଣକ ପଞ୍ଚାୟତ କାର୍ଯ୍ୟ ନିର୍ବାହି ଅଧିକାରୀ ଙ୍କ ପ୍ରତିକ୍ରିୟା ନେଉ ଥିବା ସମୟରେ ଏଥିରେ ସରପଞ୍ଚ ଙ୍କ ସ୍ବାମୀ ହସ୍ତକ୍ଷେପ କରିବା ଓ ବୁମ୍ ଫିଙ୍ଗିବା କେଉଁ ସ୍ବାର୍ଥ ରେ ? ପଞ୍ଚାୟତ କାର୍ଯ୍ୟ ନିର୍ବାହି ଅଧିକାରୀ ଙ୍କୁ ସେ ସୁରକ୍ଷା ଦେଉଥିଲେ ତାହା ଏବେ ପ୍ରଶ୍ନବାଚୀ । ଏ ବାବଦ ରେ ସାମ୍ବାଦିକ ଜଣକ ବୋଡ଼େନ ଥାନା ରେ ଏକ ଲିଖିତ ଅଭିଯୋଗ କରିଥିବା ବେଳେ ବିଭିନ୍ନ ସାମ୍ୱାଦିକ ସଂଗଠନ ଦୋଷୀ ଙ୍କ ବିରୁଦ୍ଧ ରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିବା ସହ ଅସୁରକ୍ଷିତ ସାମ୍ବାଦିକଗଣ ଙ୍କୁ ସୁରକ୍ଷା ଦେବା ସହ ନ୍ୟାୟ ପ୍ରଦାନ ପାଇଁ ଦୃଢ଼ ଦାବି କରିଛନ୍ତି । ଗୋଟିଏ ପଟେ ରାଜ୍ୟ ସରକାର ପ୍ରକ୍ସୀ ସରପଞ୍ଚ ମାନେ ତାଙ୍କ ମନମୁଖୀ ଚଳାଇ ପାରିବେ ନାହିଁ, ପ୍ରମାଣ ମିଳିଲେ କାର୍ଯ୍ୟାନଷ୍ଠାନ ଗ୍ରହଣ କରିବା କଥା କହୁଥିବା ବେଳେ ପଳସଦା ଗ୍ରାମ ରେ ଏହି ଆଇନ ର ଖୁଲୁମଖୁଲା ଉଲ୍ଲଂଘନ ହେଉଛି ଏବଂ ଏହାର ସଦ୍ୟ ଉଦାହରଣ ହେଉଛି ଉପରୋକ୍ତ ଘଟଣା । ଜଣେ ସାମ୍ବାଦିକ ସ୍ଥାନୀୟ ପଞ୍ଚାୟତ କର୍ମଚାରୀ ଙ୍କ ସହ କଥାବାର୍ତ୍ତା ସମୟରେ ସରପଞ୍ଚ ବଦଳରେ ତାଙ୍କ ସ୍ବାମୀ ଦାଦାଗିରି କରିବା ହାସ୍ୟାସ୍ପଦ ଘଟଣା । ଏହାକୁ ନେଇ ସାମ୍ବାଦିକ ମହଲ ରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳୁଥିବା ବେଳେ ଆଜି ଜିଲ୍ଲାର ବିଭିନ୍ନ ସଂଘ ର ଶତାଧିକ ସାମ୍ବାଦିକ ବୋଡ଼େନ ଥାନା ଅଧିକାରୀ ଓ ବୋଡ଼େନ ବିଡ଼ିଓ ଙ୍କୁ ଭେଟି ଦୋଷୀ ଙ୍କ ବିରୁଦ୍ଧ ରେ କାର୍ଯ୍ୟାନଷ୍ଠାନ ସହ ଆକ୍ରୋଶ ର ଶିକାର ହୋଇଥିବା ସାମ୍ବାଦିକ ଙ୍କୁ ନ୍ୟାୟ ପ୍ରଦାନ ପାଇଁ ଦୃଢ଼ ଦାବି କରିଛନ୍ତି। ଦୋଷୀ ଙ୍କ ବିରୁଦ୍ଧ ରେ କାର୍ଯ୍ୟାନୁଷ୍ଠାନ ନହେଲେ ନୂଆପଡା ଜିଲ୍ଲାର ସକ୍ରିୟ ଓ କାର୍ଯ୍ୟରତ ସାମ୍ବାଦିକ ଧାରଣା ଦେବାକୁ ବାଧ୍ୟ ହେବେ ବୋଲି ସମସ୍ତେ ସମବେତ ସାମ୍ବାଦିକଗଣ ଚେତାବନୀ ଦେଇଛନ୍ତି।