Odisha news

ଉଦନ୍ତୀ ନଦୀରେ ବେରେଜ ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କ ଘୋଷଣା। ଅଞ୍ଚଳରେ ଆନନ୍ଦ ପ୍ରକାଶ

ନୂଆପଡା-୭/୭ ସକାଳ ଖବର ( ସୁରେନ୍ଦ୍ର ପ୍ରସାଦ ତିୱାରୀ ) ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଉଦନ୍ତୀ ନଦୀ ଉପରେ ଏକ ଅନ୍ତଃ ନଦୀ ବେରେଜ ନିର୍ମାଣ ଯୋଜନା କୁ ଓଡିଶା ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ ପରେ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି। ଉଦନ୍ତୀ ନଦୀ ଉପରେ ଏକ ବେରେଜ ନିର୍ମାଣ ନେଇ ଅଞ୍ଚଳବାସୀ ବହୁ ବର୍ଷରୁ ଦାବି କରିଆସୁଥିଲେ । ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ ନଦୀଗାଁ ଠାରେ ଏକ ଅନ୍ତଃନଦୀ ବେରେଜ ନିର୍ମାଣ ନେଇ ଅଞ୍ଚଳବାସୀ ଙ୍କ ଦାବି ପ୍ରସ୍ତାବ ଦେଇଥିଲେ।

ବିଧାୟକଙ୍କ କଥା ରଖି ମୁଖ୍ୟମନ୍ତ୍ରୀ ନଦୀଗାଁ ଅନ୍ତଃନଦୀ ବେରେଜ ଯୋଜନାକୁ ମୋହର ଦେଇଛନ୍ତି। ପ୍ରାରମ୍ଭିକ ପର୍ଯ୍ୟାୟରେ ୮୦ କୋଟି ୫୦ ଲକ୍ଷ ଅର୍ଥ ବ୍ୟୟ ଅଟକଳ ରେ ନିର୍ମାଣ ହେବାକୁ ଥିବା ଏହି ପ୍ରକଳ୍ପ ଦ୍ଵାରା ପାଖାପାଖି ପାଞ୍ଚ ରୁ ଛଅ ଗୋଟି ଗ୍ରାମ ପଞ୍ଚାୟତର ହଜାର ହଜାର ଜନସାଧରଣ ଉପକୃତ ହେବା ସହ ପଶୁପକ୍ଷୀ ଙ୍କୁ ମଧ୍ୟ ପେୟ ଜଳ ସୁବିଧା ହେବ । ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଭରଚୁଆଲ ବୈଠକ ରେ ୫- ଟି ସଚିବ ଭିକେ ପାଣ୍ଡିଆନ ଏହି ପ୍ରକଳ୍ପକୁ ଆନୁଷ୍ଠାନିକ ଭାବରେ ଘୋଷଣା କରିଛନ୍ତି। ବୈଠକରେ ନୂଆପଡା ବିଧାୟକ ରାଜେନ୍ଦ୍ର ଢୋଲକିଆ, ଜିଲ୍ଲା ପରିଷଦ ସଭ୍ୟ ପ୍ରିୟ ରଞ୍ଜନ ମେହେର ଖଡ଼ିଆଳ ନିର୍ବାଚନ ମଣ୍ଡଳୀ ର ବହୁ ମହିଳା କର୍ମୀମାନେ ଯୋଗ ଦେଇଥିଲେ। ବେରେଜ ନିର୍ମାଣ ଘୋଷଣା ପରେ ଅଞ୍ଚଳବାସୀ ମୁଖ୍ୟମନ୍ତ୍ରୀ ଓ ଖଡ଼ିଆଳ ବିଧାୟକ ଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Comments are closed.