Odisha news

ମୋଦିଙ୍କ ମନ୍ତ୍ରୀମଣ୍ଡଳ ରେ ସାମିଲ ହେଲେ ୪୩ ମନ୍ତ୍ରୀ , ଜେପି ନଡ୍ଡା ମଧ୍ୟ ଉପସ୍ଥିତ ଥିଲେ

ନୂଆଦିଲ୍ଲୀ : ବୁଧବାର ସନ୍ଧ୍ୟା ୬ଟା ରେ ମୋଦି ନିଜର କ୍ୟାବିନେଟ୍ ସମ୍ପ୍ରସାରଣ କଲେ । ଏହି ମନ୍ତ୍ରୀ ମଣ୍ଡଳ ସମ୍ପ୍ରସାରଣ ରେ ୪୩ଜଣ ନୂଆ ମନ୍ତ୍ରୀ ସ୍ଥାନ ପାଇଛନ୍ତି । ଶପଥ ସମାରୋହ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ର ସ୍ଵତନ୍ତ୍ର ବୈଠକ ମନ୍ତ୍ରୀ ମାନଙ୍କ ସହିତ ହୋଇଥିଲା । ପ୍ରଧାନମନ୍ତ୍ରୀ ଆବାସ ରେ ହୋଇଥିବା ଏହି ସ୍ଵତନ୍ତ୍ର ବୈଠକ ରେ ଜ୍ୟୋତୀରାଆଦିତ୍ୟ ସିନ୍ଦ୍ଧିଆ ଓ ସର୍ବା ନନ୍ଦ ସୋନେବଲ୍ ଉପସ୍ଥିତ ଥିଲେ । ପ୍ରଧାମନ୍ତ୍ରୀଙ୍କ ସହିତ ଗୃହ ମନ୍ତ୍ରୀ ଅମିତ୍ ସାହା , ରକ୍ଷମନ୍ତ୍ରି ରାଜନାଥ ସିଂହ , ପରିବହନ ମନ୍ତ୍ରୀ ନିତିଶ ଗଡକରି ଇତ୍ୟାଦି ଉପସ୍ଥିତ ଥିଲେ ।

ଶପଥ ନେବାକୁ ଥିବା ୪୩ଜଣ ମନ୍ତ୍ରୀଙ୍କ ନାମ ଘୋଷଣା ସାରିଯାଇଛି । ନିୟମ ଅନୁସାରେ ମୋଦୀଙ୍କ ମନ୍ତ୍ରୀ ମଣ୍ଡଳରେ ୮୧ ଜଣ ମନ୍ତ୍ରୀ ରହି ପାରିବେ । ବର୍ତ୍ତମାନ୍ ୫୩ଜଣ ମନ୍ତ୍ରୀ ଥିଲେ । ୨୮ଜଣ ମନ୍ତ୍ରୀଙ୍କର ସାମିଲ ହେବାର ଥିଲା । ୧୧ଜଣ ମନ୍ତ୍ରୀ ଇସ୍ତଫା ଦେବା ପରେ ମୋଦି ସରକାର ୩୯ଜଣଙ୍କୁ ସାମିଲ କରିବେ । ଆଜି ଯେଉଁ ୪୩ଜଣ ମନ୍ତ୍ରୀ ସାମିଲ ହେବେ ସେମାନଙ୍କ ନାମ ଏହିପରି ।

ନାରାୟଣ ରଣେ , ସର୍ବାନନ୍ଦ ଶୋନ ବହାଲ , ବିରେନ୍ଦ୍ର କୁମାର , ଜ୍ୟୋତୀରାଆଦିତ୍ୟ ଶିନ୍ଧୀଆ , ଆର ସି ପି ସିଂହ , ଅଶ୍ଵିନୀ ବୈଷ୍ଣବ , ପଶୁପତୀ କୁମାର ପାରସ , କିରଣ ରିଯିଯୁ , ରାଜକୁମାର ସିଂହ , ହରଦିପ ସିଂହ , ମାନସୁଖ ମଣ୍ଡବିୟ , ଭୂପେନ୍ଦ୍ର ଯାଦବ , ପୁରୁଷୋତ୍ତମ ରୂପଲ , ଜି କିଶନ ରେଡ୍ଡୀ , ଅନୁରାଗ ଠାକୁର , ପଙ୍କଜ ଚୌଧୁରୀ , ଅନୁପ୍ରୀୟ ପଟେଲ , ସତ୍ୟପଲ୍ ସିଂହ , ମିନାକ୍ଷୀ ଲେଖି ସହିତ ଅନେକ ସଭ୍ୟ ମନ୍ତ୍ରୀ ତାଲିକାରେ ଅଛନ୍ତି ।

ଦେଖାଯାଉ ମୋଦୀଙ୍କ ନୂଆ ମନ୍ତ୍ରୀଙ୍କ କାର୍ଯ୍ୟ କିପରି ରହୁଛି ।

Comments are closed.