Odisha news

ବିଫୁଳ ପରିମାଣ ର ବିଦେଶୀ ମଦ ଜବତ,ଜଣେ ଗିରଫ।

ବୋରିଗୁମ୍ମା (କେ.ସାକିଲି ଦୋରା)— ବୋରିଗୁମ୍ମା ଥାନା ଅନ୍ତର୍ଗତ ଜାମୁଣ୍ଡା ଗ୍ରାମରେ ବିଫଳ ପରିମାଣ ର ବିଦେଶୀ ମଦ ଜବତ ହୋଇଥିବା ପୋଲିସ ସୂତ୍ରରୁ ପ୍ରକାଶ।କୌଣସି ସୂତ୍ରରୁ ଖବର ପାଇ ପୋଲିସ ଜାମୁଣ୍ଡା ଗ୍ରାମର ଅଭିମନ୍ୟୁ ଘର ଉପରେ ଚଡାଉ କରିଥିଲେ।ଅଭିମନ୍ୟୁ ଙ୍କ ଘରେ ବେଆଇନ ଭାବେ ବିଦେଶୀ ମଦ ବିକ୍ରି ହେଉଥିଲା।ପୋଲିସ ଅଭିଯୁକ୍ତ ଙ୍କ ଘରୁ ୧୬ ଗୋଟି ହଣ୍ଟର ବିଅର ,୧୪ ଗୋଟି କିଙ୍ଗଫିସର ବିଅର, ୧୮ ଗୋଟି ଇମ୍ପେରିଆଲ ବ୍ଲୁ, ୨୭ ଗୋଟି ଟିନ ବିଅର,୧୨ ଗୋଟି ମେକଡଲ ନମ୍ବର ଭିସ୍କି ଜବତ କରିଛି।
ଏନେଇ ଥାନାରେ ଏକ କେସ ନମ୍ବର ୯୨ / ୨୦୨୧ ରୁଜୁ କରିବା ସହ ଅଭିଯୁକ୍ତ ଅଭିମନ୍ୟୁ ବିଶୋଇ କୁ କୋର୍ଟ ଚାଲାଣ କରାଯାଇଛି।ଚଡାଉ ସମୟରେ ଥାନା ଆଇଆଇସି ବିଶ୍ୱଜିତ ମହାନ୍ତି, ଏସ ଆଇ ଶ୍ରୀକାନ୍ତ ସାହୁ ଓ ଅନ୍ୟ ମାନେ ଉପସ୍ଥିତ ଥିଲେ।ବୋରିଗୁମ୍ମା ଥାନା ଅଞ୍ଚଳରେ ବିଭିନ୍ନ ସ୍ଥାନରେ ବେଆଇନ ଭାବେ ବିଦେଶୀ ମଦ ବିକ୍ରି ହେଉଥିବା ଅଭିଯୋଗ ହେଉଛି। ଏଣୁ ପୋଲିସ ଓ ଅବକାରୀ ବିଭାଗ ଏହି ବେଆଇନ ମଦ ମାଫିଆ ଙ୍କୁ ଗିରଫ କରିବା ପାଇଁ ସାଧାରଣ ରେ ଦାବୀ ହେଉଛି।
Govt

Comments are closed.